ଦେଖନ୍ତୁ Exclusive: ଭିଡିଓ- ବିଲେଇକୁ ଏମିତି ଉଦ୍ଧାର କଲା ମାଙ୍କଡ଼….ଭିଡିଓ ଦେଖିବା ପରେ ଆପଣ ମଧ୍ୟ କହିବେ ମଣିଷ ଠାରୁ ଏ ମାଙ୍କଡର ବୁଦ୍ଧି ଅଧିକ….

ଆପଣ ସୋସିଆଲ ମିଡିଆରେ ଅନେକ ପ୍ରକାର ର ଭାଇରାଲ ଭିଡ଼ିଓ ଦେଖୁ ଥିବେ ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ ଏବଂ ବେଳେ ବେଳେ କିଛି ଦୃଶ୍ୟ ଖୁବ ଖୁସି ମଧ୍ୟ ଦେଇ ଥାଏ | ଅନେକ ପଶୁ ପକ୍ଷୀ ର ଭିଡ଼ିଓ ଆପଣ ନିହାତି ଭାବରେ ଦେଖି ଥିବେ ଯାହାକି ବେଳେ ବେଳେ ତାଙ୍କ ଭିଡ଼ିଓ କୁ ମନକୁ ଏକ ପ୍ରକାର ର ଖୁସି ପ୍ରଦାନ କରି ଥାଏ |

ମଣିଷ ଭିତରେ ଯେତିକି ଭଲ ପାଇବା ଅଛି ଟା ଠାରୁ ଢେର ଅଧିକା ତାଙ୍କ ପାଖରେ ମଧ୍ୟ ଭଲ ପାଇବା ଅଛି ତାହା ସେମାନେ ପ୍ରମାଣ କରି ଦେଖାଇ ଦେଇ ଥାଆନ୍ତି | ଆଜି ସେଭଳି ଏକ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକି ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |

ଏକ କୂଅରେ ବିଲେଇ ପଡିଗଲା ଆଉ ମାଙ୍କଡ଼ ଉଦ୍ଧାର କରିବାକୁ ଡେଇଁ ପଡ଼ିଲା, ଭିଡ଼ିଓ କୁ ଦେଖିଲେ ଆପଣ ମାଙ୍କଡ଼ କୁ ପ୍ରଶଂସା ନକରି ରହି ପାରିବେ ନାହିଁ | ତେବେ ପଶୁ ସିନା କଥା କହି ପାରନ୍ତି ନାହିଁ ମାତ୍ର ସେମାନେ ମଣିଷ ଙ୍କ ଠାରୁ ବେସ ବୁଦ୍ଧିଆ ହୋଇ ଥାଆନ୍ତି | ସେମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଆଗରେ ମଣିଷ ମଧ୍ୟ ହାର ମାନିବ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିବା ଏକ ଭିଡ଼ିଓ ରୁ ଜଣା ପଡ଼ିଛି |

ଭିଡ଼ିଓ ରେ ମାଙ୍କଡ଼ ବିଲେଇ କୁ କୂଅରୁ ବଞ୍ଚାଇବା ପାଇଁ ପ୍ରାଣ ପଣେ ଉଦ୍ୟମ କରୁ ଥିବାର ଦେଖିବା ପାଇଁ ମିଳିଛି | ଭିଡ଼ିଓ ରେ ଏକ ବିଲେଇ କୂଅ ଭିତରେ ପଡ଼ି ରହି ଥିବାର ନଜର ଆସିଛି, କୂଅ ଟି ଯଦିଓ ଏତେ ଗଭୀର ନୁହେଁ କିନ୍ତୁ ବିଲେଇ ଟି ସେଥିରେ ପଡ଼ି ଯାଇଛି | ଆଉ କୂଅ ରୁ ବାହାରିବା ପାଇଁ ବିଲେଇ ଅସମର୍ଥ ହୋଇଛି ଯାହାକି ଏକ ମାଙ୍କଡ଼ ନଜର ରେ ପଡ଼ିଛି ଆଉ ମାଙ୍କଡ଼ ଟି ମଧ୍ୟ ବିଲେଇ କୁ ବଞ୍ଚିବା ପାଇଁ କୂଅ ଭିତରକୁ ସଙ୍ଗେ ସଙ୍ଗେ ଡେଇଁ ପଡୁଛି |

କିନ୍ତୁ ବିଲେଇ ର ଓଜନ ହେତୁ ମାଙ୍କଡ଼ ଟି ତାକୁ ହାଟରେ ଉଠାଇ ବାହାରକୁ ବାହାର କରି ପାରୁ ନାହିଁ | ଅନେକ ଚେଷ୍ଟା ପରେ ବି ମାଙ୍କଡ଼ ଟି ଶେଷ ରେ ହତାଶ ହୋଇ ପଡୁଛି ଆଉ ଏହି ସମୟ ରେ ଜଣେ ଝିଅ କୂଅ ନିକଟକୁ ଆସୁଛନ୍ତି | ଯିଏ ମାଙ୍କଡ଼ ସହିତ ମିଶି ବିଲେଇ ଟିକୁ ବାହାରକୁ ଆଣିବାରେ ସାହାଯ୍ୟ କରୁଛନ୍ତି | ତେବେ କୁନି ଝିଅ ଟି ମାଙ୍କଡ଼ ସହିତ ମିଶି ସେ କୂଅ ଭିତରକୁ ଯାଉଛନ୍ତି ଆଉ ବିଲେଇ ଟିକୁ ଟେକି ଆଣି ବାହାରେ ଛାଡ଼ି ଦେଉଛନ୍ତି |

ଯାହାକୁ ଦେଖି ମାଙ୍କଡ଼ ଟି ଖୁବ ଖୁସି ହେଉଛି, ତେବେ ଏଭଳି ଏକ ମନଲୋଭା ଭିଡ଼ିଓ ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ | ସତରେ ଗୋଟେ ପଶୁ ଭିତରେ ବି ଏତେ ସ୍ନେହ ଆଦର ଭରି ରହିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।