EXCLUSIVE : ଖୋଲାକଥା ହାତ ସିଟ ରେ ଏମିତି କାହିଁକି କହିଲେ ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର… ଦେଖନ୍ତୁ Video

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି।

ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ତାଙ୍କର ଅଭିନୟ ର ଯାଦୁ ରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ।

ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ।ତେବେ ବର୍ତ୍ତମାନ ଓଲିଉଡ୍ ଇଣ୍ଡଷ୍ଟ୍ରି କୁ ନେଇ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଟିଭି ଚ୍ୟାନେଲ୍ ରେ ପ୍ରସାରିତ ଖୋଲା କଥା ରେ ନିଜର ମନ୍ତବ୍ୟ କୁ ସୋସିଆଲ ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି।ଆଉ ତାଙ୍କୁ ବର୍ତ୍ତମାନ ର ଓଲିଉଡ୍ ଇଣ୍ଡଷ୍ଟ୍ରି କୁ ନେଇ କିଛି ପ୍ରଶ୍ନ ପଚରା ଯାଇଥିଲା।

ତେବେ ଆଗରୁ ପ୍ରଯୋଜକ ମାନେ ଗୋଟିଏ ଫିଲ୍ମ ର ଷ୍ଟୋରୀ କୁ ଭଲ ଭାବରେ ପ୍ରଯୋଜନା କରୁଥିଲେ। କିନ୍ତୁ ବର୍ତ୍ତମାନ ସେହି ସବୁର ଅଭାବ ରହୁଛି ବୋଲି ସିଦ୍ଧାନ୍ତ ମହାପାତ୍ର କହିଥିଲେ।

ଏହା ବ୍ୟତୀତ ଆଗରୁ ଫିଲ୍ମ ର ଚାହିଦା ବହୁତ ଅଧିକ ଥିଲା ଲୋକମାନେ ଦେଖିବାକୁ ବହୁତ ପସନ୍ଦ କରୁଥିଲେ। ଲୋକ ମାନେ ଯେ କୌଣସି ଚଳଚିତ୍ର ହେଉ ନା କାହିଁକି ସେ ସମୟରେ ସିନେମା ହଲରେ ଯାଇ ଦେଖୁଥିଲେ। ଆଉ ଫିଲ୍ମ ଗୁଡ଼ିକରେ ଯେଉଁ କଳାକାର ମାନେ କାମ କରିଥାନ୍ତି ସେମାନଙ୍କୁ ଯେଉଁ ଚରିତ୍ର ଦିଆଯାଇଥାଏ ସେମାନେ ସେହି ଚରିତ୍ର ପାଇଁ ଯୋଗ୍ୟ ହୋଇଥାନ୍ତି।

ସେତେବେଳେ ର ବହୁତ ଫିଲ୍ମ କଳାକାର ମାନେ ରେ ଅଭିନୟ କରି ସମସ୍ତଙ୍କର ହୃଦୟକୁ ଛୁଇଁ ପାରିଛି। ଆଉ ସେହି ଅଭିନୀତ ଫିଲ୍ମ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରୁଥିଲେ ବୋଲି କହିଥିଲେ।

ଆଉ ତାଙ୍କୁ ପଚାରାଯାଇଥିଲା କି ଏବେ ଫିଲ୍ମ ଗୁଡ଼ିକ କପି କରି ସୁଟ୍ କରାଯାଉଛି ବୋଲି। ଆଉ ସେହି ପ୍ରଶ୍ନ ରେ ସିଦ୍ଧାନ୍ତ ମଧ୍ୟ କହିଥିଲେ କି ହଁ ବର୍ତ୍ତମାନ ଚଳଚ୍ଚିତ୍ର ବଲିଉଡ଼ ହେଉ କି ଅନ୍ୟ ଇଣ୍ଡଷ୍ଟ୍ରି ହେଉ କପି ହେଇଥାଏ। ଆହୁରି ମଧ୍ୟ କହିଥିଲେ ଆଗରୁ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ କ୍ୟାରିୟର ଥିଲା କିନ୍ତୁ ବର୍ତ୍ତମାନ ସମୟରେ ଓଲିଉଡ଼ କୁ ଯିଏ ବି ଆସୁଛି କ୍ୟାରିୟର ନାହିଁ ବୋଲି କହିଥିଲେ।