ଦେଖନ୍ତୁ Exclusive ଭିଡିଓ ..ସାପ ଫଣାରୁ ପୁଅକୁ ଟାଣି ଆଣିଲେ ମା .।ଏହି ଦୃଶ୍ୟ ଦେଖିବା ପରେ ଆପଣଙ୍କ ପାଦତଳୁ ମାଟି ଖସିଯିବ…..

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ |

ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ | ତେବେ ଆମେ ଯଦି ନିଜେ ଏହି ପ୍ରାଣୀ ଠାରୁ ସତର୍କ ନ ରହିବା ତେବେ ଆମର ଅକାଳ ରେ ଜୀବନ ମଧ୍ୟ ଚାଲି ଯାଇ ପାରେ |

କାରଣ ଏମିତି ଘଟଣା ମଧ୍ୟ ସାମ୍ନା କୁ ଆସିଛି ଯେଉଁଠି ସାପ ଦଂଶନ ରେ କାହାର ପ୍ରାଣ ଚାଲି ଯାଇଛି | ତେବେ ଆଜି ସେଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକି ଆଜି ନିଜ ମା ପାଇଁ ଛୋଟ ପିଲା ଟି ସାପ ଚଟରୁ ନିଜ କୁ ରକ୍ଷା କରି ପାରିଛି, ଆସନ୍ତୁ ପୁରା ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |

ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବା ପାଇଁ ମିଳିଛି କି, ଏକ ଘରର ପାହାଚ ତଳେ ବିଷାକ୍ତ କୋବ୍ରା ସାପ ରହିଛି ଆଉ ହଠାତ ସେହି ସମୟରେ ମଧ୍ୟ ମା ପୁଅ ସାଙ୍ଗ ହୋଇ ଘରୁ ବାହାରୁ ଥିବାର ଦେଖିବା ପାଇଁ ମିଳି ଥିଲା |

ତେବେ ମା ପୁଅ ଦୁହେଁ ସେହି ସାପ ଉପରେ ନଜର ପକାଇ ନଥିଲେ ଆଉ ପୁଅ ଆଗକୁ ଆସି ନିଜ ଅଜାଣତ ରେ ସାପ ଉପରେ ପାଦ ପକାଇ ଦେଇଛି | ଫଳରେ ସାପ ଟି ଉତ୍ୟକ୍ତ ହୋଇ କୁନି ପିଲା ଟିକୁ ଚଟ ମାରିବାକୁ ଯାଉ ଥିବା ବେଳେ ମା ଜଣଙ୍କ ତଳକୁ ଆସି ହଠାତ ପୁଅ କୁ ନିଜ ଆଡେ ଟାଣି ନେଇ ଧରି ପକାଇଛି |

ଯାହା ଫଳରେ ସାପ ଟି ଆଉ ଚଟ ମାରି ପାରି ନାହିଁ ଏବଂ କୁନି ପୁଅର ଜୀବନ ମଧ୍ୟ ସୁରକ୍ଷିତ ଭାବେ ବଞ୍ଚି ଯାଇଛି | ତେବେ ଏହି ଘଟଣା ଟି କେଉଁ ସ୍ଥାନରେ ଘଟିଛି ତାହା ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ସେଠାକାର ସିସି ଟିଭି ରେ ଏହି ସବୁ ଦୃଶ୍ୟ କଏଦ ହୋଇଛି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଆମର ଏହା ମଧ୍ୟ ମନେ ରଖିବା ଉଚିତ କି ଜୀବଜନ୍ତୁ ଙ୍କ ପ୍ରତି ନିଷ୍ଠୁର ହେବା ଓ ଜୀବନ ସହ ଖେଳିବା ଆଇନତଃ ଅପରାଧ ଅଟେ |