ଅଫିସର ହେବ ତ ଏମିତି ! ମାଟି ପିଣ୍ଡାରେ ବସି ମାଣ୍ଡିଆ ପିଇଲେ ଲେଡି କଲେକ୍ଟର…ଏମିତି ଅଫିସର ଗୋଟିଏ ଲାଇକ୍ ଏବଂ ,ସେୟାର ନିଶ୍ଚିତ ?

ତେବେ ବର୍ତ୍ତମାନ ଏହି ରାୟଗଡ଼ା ଜିଲ୍ଲାର ଫଟୋ କୁ ଯିଏ ଦେଖୁଛି ତା ପାଟିରୁ ଗୋଟିଏ ଶବ୍ଦ ବାହାରୁଛି କଲେକ୍ଟର ହେବ ତ ଏମିତି। ସମସ୍ତେ କୁହନ୍ତି ଜିଲ୍ଲାପାଳ ଏସପି ମାନଙ୍କୁ ଭେଟିବା ଏକ ଦୁରୂହ ବ୍ୟାପାର। କିନ୍ତୁ ବର୍ତ୍ତମାନ ଯେଉଁ ଫଟୋ ଭାଇରାଲ୍ ହେବାରେ ଲାଗିଛି ତାହା କହୁଛି ଏଠାରେ କିଛି ବିପରୀତ କଥା। ଫଟୋ ରେ ଆପଣ ଯାହାକୁ ଦେଖୁଛନ୍ତି ସେମାନେ ହେଉଛନ୍ତି ରାୟଗଡ଼ା ର ଲେଡି କଲେକ୍ଟର ସଦାଦେବ ସିଂହ ଏବଂ ଏସପି ବିବେକାନନ୍ଦ ଶର୍ମା।

ମାଓବାଦୀ ଙ୍କ ସହୀଦ ସପ୍ତାହ ଚାଲିଥିବା ବେଳେ ଅତି ମାଓ ପ୍ରବଣ ଅଞ୍ଚଳ ରାୟଗଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷ ଙ୍କ ଏହି ଗସ୍ତ କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଜୋର ସୋର ରେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଦୃଶ୍ୟ ଟି ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣୀ ସିଂହ ପୁର ବ୍ଳକ ନିୟମଗିରି ପାହାଡ ଅଞ୍ଚଳର ପାରସାଲି ପଞ୍ଚାୟତ ଅନ୍ତର୍ଗତ ଲାକପଦର ଗାଁ ର।

ଏହା ହେଉଛି ଖଣି ଖନନ କୁ ନେଇ ଚର୍ଚ୍ଚା କୁ ଆସିଥିବା ଆଦିମ ଜନଜାତି ଡୋଗରିଆ କନ୍ଦ ଙ୍କ ଆବାସ ସ୍ଥଳୀ। ଗାଁ କୁ ଯାଇ ଲେଡି କଲେକ୍ଟର ସଦାଦେବ ସିଂହ ଲୋକ ମାନଙ୍କ ମାଟି ଘର ପିଣ୍ଡା ରେ ତଳେ ବସି ଥିଲେ।ଆଉ ସେହି ଗାଁର ଲୋକେ ଲେଡି କଲେକ୍ଟର ସଦାଦେବ ସିଂହ ଏବଂ ଏସପି ବିବେକାନନ୍ଦ ଶର୍ମା ଙ୍କ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରିଥିଲେ।ତେବେ ସେମାନଙ୍କ ପାରମ୍ପରିକ ଖାଦ୍ୟ ପାନୀୟ ବହୁତ ଶ୍ରଦ୍ଧା ର ସହିତ ଗ୍ରହଣ କରିଥିଲେ।

 ଏମାନଙ୍କ ସହ ଥିଲେ ନିୟମଗିରି ସୁରକ୍ଷା ମଞ୍ଚ ର ସଭାପତି ଶ୍ରୀକାନ୍ତ ଲୋକ୍ ଆଉ ଯୁଗ୍ମ ସଭାପତି ସମ୍ବା କୁଲୁସିକା ଓ ଡ୍ରିଲ ସିକା ।ବହୁତ ସମୟ ଧରି ନିଜେ ଜିଲ୍ଲାପାଳ ମ୍ୟାଡାମ୍ ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ ସବୁ କିଛି ସରିବା ପରେ ଲେଡି କଲେକ୍ଟର ସଦାଦେବ ସିଂହ ସେହି ଗାଁର ଲୋକ ମାନଙ୍କ ସହିତ ଶେଷରେ ଫଟୋ ଉଠାଇଥିଲେ। ବହୁ ଚର୍ଚ୍ଚିତ ଆଦିମ ଜନଜାତି ଡୋଗରିଆ କନ୍ଦ ମାନଙ୍କ ଜୀବନ ଶୈଳୀ କୁ ନେଇ ଖୁବ୍ ପ୍ରଭାବିତ ହୋଇଥିଲେ ଜିଲ୍ଲାପାଳ ମହାଶୟ। ତେବେ ଏହା ଏକ ସୌଜନ୍ୟ ଗସ୍ତ ହୋଇଥିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ତେବେ ଏପରି କିଛି କଲେକ୍ଟର ଅଛନ୍ତି ଯେଉଁମାନେ କି ସେମାନେ କୌଣସି କାର୍ଯ୍ୟ ର ତଦାରଖ ମଧ୍ୟ କରନ୍ତି ନାହିଁ। କିନ୍ତୁ ଏଭଳି ଜଣେ କଲେକ୍ଟର ପାଇ ରାୟଗଡ଼ା ଜିଲ୍ଲାବାସୀ ବହୁତ ଗର୍ବିତ ମନେ କରୁଛନ୍ତି।