କମିବ ପେଟ ( Belly Fat ) – ନିୟମିତ କରନ୍ତୁ ଏହି ୪ଟି ବ୍ୟାୟାମ ( Exercises )

ଆଜିର ଏହି ଯୁବପିଢ଼ି ମାନଙ୍କ ପାଖରେ ମେଦ ବହୁଳତା ଵା ପେଟରେ ବଢୁଥିବା ଚର୍ବି ଗୋଟିଏ ମୁଖ୍ୟ ସମସ୍ୟା ହୋଇ ଛିଡା ହେଇଛି । ତାହା ସହିତ ଆମେ ଆମର କର୍ମ ବହୁଳ ଜୀବନରେ ନିଜର ଦେହ ପ୍ରତି ଯତ୍ନବାନ ସେତେ ହେଇ ନଥାଉ । ଆଉ ଅନେକ ସମୟରେ ବାହାରୁ ତେଲିଆ ଖାଦ୍ୟ ଓ ଫାଷ୍ଟ ଫୁଡ, ଜଙ୍କ ଫୁଡ ଇତ୍ୟାଦି ଖାଇ ଦେଇଥାଉ । ଆଉ ଯାହା ଆମ ପେଟରେ ଚର୍ବି କୁ ବହୁତ ମାତ୍ରା ରେ ବଢ଼େଇ ଦେଇଥାଏ । ତେବେ ଯଦି ଆମେ ସବୁଦିନ ନିଜର କର୍ମ ବ୍ୟସ୍ତତା ଜୀବନରୁ କିଛି ସମୟ କାଢ଼ିକି ଆମର ଦେହ ପ୍ରତି ଧ୍ୟାନ ଦେବା ଓ ବ୍ୟାୟାମ କରିବା, ତାହେଲେ ଆମେ ଏହି ସବୁ ସମସ୍ୟା ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇ ପାରିବା ।

ତାହେଲେ ସେ ସବୁ ବିଷୟରେ ଅଧିକ ଆଲୋଚନା କରିବା ।ଆମେ ମାନେ ଜାଣିଛୁ କି ଡାଏଟିଂ କରିବା ଓ ନିୟମିତ ବ୍ୟାୟାମ କରିବା ଯୋଗୁ ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା।

କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ବତାଇବି କିଛି ଏପରି ଟିପ୍ସ ଯାହା ଯୋଗୁ ଆପଣମାନେ ବି ବିନା ପରିଶ୍ରମରେ କମ ଟାଇମ ରେ ନିଜର ବେଲିଫେଟକୁ କମେଇ ପାରିବେ, ଓ ବିନା ମୂଲ୍ୟରେ। ତେବେ ଜାଣିବା କଣ ସେଇ ଜିନିଷ ଆଉ କିପରି ଉପାୟରେ ଆମେ ବ୍ୟବହାର କରିବା ଯାହା ଯୋଗୁ ମେଦକୁ ଶରୀରରୁ ଦୁରେଇ ପରିବା । ତେବେ ଆମେ ଅଧିକଂଶ ସମୟରେ ଖାଇବା ପରେ ଶୋଇ ପଡ଼ିଥାଉ ମଧ୍ୟ ଚର୍ବି ବଢିବାର କାରଣ ହୋଇଥାଏ ।ତାହେଲେ ଆମେ 4 ଟି ବ୍ୟାୟାମ ବିଷୟରେ ଆଲୋଚନା କରିବା । ଯାହାକୁ ଆମେ ଜିମ ନ ଯାଇ ଘରେ ଆରାମ ସେ କରିପାରିବା ।

1- କ୍ରଞ୍ଚେଶ :-

ଏହି ବ୍ୟାୟାମ ପାଇ ଆମକୁ ପ୍ରଥମେ ଫ୍ଲାଟ ହୋଇ ଶୋଇବା ପାଇ ପଡିବ । ତାପରେ ଆମେ ଦୁଇ ଗୋଡକୁ ଭାଙ୍ଗିବା ଓ ହାତ କୁ ଉପରକୁ କରି ଶୋଇବା । ତାପରେ ଆମେ ହାତ ଓ ଫୁଲ ବଡି କୁ ଉଠାଇବା ଓ ପୁଣି ଶୋଇବା, ଏହି ଭଳି 15-20 ମିନିଟ ପର୍ଯ୍ୟନ୍ତ କରିବା ପରେ 30 ସେକେଣ୍ଡ ବିଶ୍ରାମ ନେବା ।

2-ଲେଗ ରାଇଜ :-

 

ପ୍ରଥମେ ଆମେ ଫ୍ଲାଟ ହୋଇକି ଶୋଇଯିବା, ତାପରେ ଆମ ହାତ କୁ ଜଙ୍ଘ ସିଧାରେ ରଖିବା । ତାପରେ ଦୁଇ ଗୋଡ଼କୁ ସିଧା ଭାବରେ ଉଠାଇବା ଓ ପକାଇବା କିନ୍ତୁ ମନେ ରଖିବେ ପକାଇଲା ବେଳେ ଯେମିତି ପାଦ ମାଟିରେ ଲାଗିବ ନାହିଁ । ତେବେ ଏହି ପରି 10-15 ମିନିଟ କରିବା ପରେ ରେଷ୍ଟ ନେବା ।

3-ସାଇଡ ଟଏଜ ଟଚ :-

ଆମେ ଏହି ବ୍ୟାୟାମ କୁ କରିବା ପାଇ ହେଲେ ଫ୍ଲାଟ ହେଇକି ଶୋଇବା ପାଇ ପଡିବ ତା ପରେ ଗୋଡ଼ ଦୁଇଟିକୁ ଭଂଗିକି ନିଜର ଟଏଜ କୁ ଛୁଇଁବା ପାଇ ହେବ । ଏହିପରି 10-15 ମିନିଟ କରିବା ।

 

4-ପ୍ଲାଙ୍କ :-

ପ୍ରଥମେ ଆମେ ପୁସକ ପୋଜିସନ କୁ ଆସିଯିବ ଓ ଟ ଏଜ କୁ ଭୁଇଁରେ ଲଗାଇ ନିଜର ବଡି କୁ ଉଠାଇବା ।

ତେବେ ଏହି ପରି ଚାରୋଟି ବ୍ୟାୟାମ କରିଲେ ଆମେ ଆମ ଶରୀରରେ ବଢୁଥିବା ଚର୍ବି କୁ କୋମାଇ ପାରିବା ।