ଏହି ଘରୋଇ ଉପାୟ ଦ୍ବାରା ଗୋଟି ଗୋଟି ଧଳା ବାଳ ସବୁଦିନ ପାଇଁ କଳା ହୋଇଯିବ |

ଆପଣ କେବଳ ୫ ଟଙ୍କାରେ ଆପଣଙ୍କ କେଶକୁ କଳା, ଘନ ଏବଂ ମଜବୁତ୍ କରି ପାରିବେ। ତା ସହିତ ଯଦି ଆପଣଙ୍କ କେଶ ଶୁଷ୍କ ହୋଇଯାଇଛି ତେବେ ଏହି ଉପଚାର ଟି ପ୍ରୟୋଗ କରନ୍ତୁ। ତେବେ ଜାଣିବା ସେହି ଜିନିଷ କଣ ଅଟେ ଯାହା ଆମ କେଶ ପାଇଁ ଅଧିକ ଲାଭଦାୟକ ଅଟେ। ତେବେ ପ୍ରଥମେ ଆପଣ ଚା ପତି ନେବେ। ଚା ପତିକୁ ଅଧିକାଂଶ ଲୋକ କେବଳ ଚା ବନେଇବା ପାଇଁ ପ୍ରୟୋଗ କରିଥାନ୍ତି।

ହେଲେ ଅଧିକାଂଶ ଲୋକ କୁ ଏହା ଜଣା ନଥିବ କି ଏହା ଏକ ବହୁତ ଭଲ ବିୟୁଟି ପ୍ରଡକ୍ଟ ଅଟେ। ଏହା ଆମ ସ୍କିନ୍ ପାଇଁ ଏବଂ ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। କେଉଁ ପ୍ରକାର ଆପଣ ପ୍ରୟୋଗ କରିବେ ସେ ସବୁ ମଧ୍ୟ ଆପଣଙ୍କୁ ଜଣେଇବୁ।

କୌଣସି କମ୍ପାନୀର ଆପଣ ଚା ପତି ବ୍ୟବହାର କରି ପାରିବେ। ଏହା ଆମ ଧଳା ଵାଳକୁ କଳା କରିବାରେ ସାହାଯ୍ୟ କରିଥାଏ। ସମ୍ପୂର୍ଣ୍ଣ ନେଚୁରାଲ୍ ଉପାୟରେ ଏହା ଆମ କେଶକୁ କଳା କରିଥାଏ। ଚା ମଧ୍ୟରୁ ମିଳୁଥିବା କେଫିନ୍ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ।

ଏଥିପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ତେଜ ପତ୍ର। ତେଜ ପତ୍ର ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରୁ ସହଜରେ ମିଳିଯିବ। ଏହାକୁ ଆମେ ଖାଦ୍ୟ ବନେଇବାରେ ପ୍ରୟୋଗ କରିଥାଉ।

ତେଜ ପତ୍ର ନେଚୁରାଲ୍ ଉପାୟରେ ଆମ କେଶରେ ସାଇନିଂ ଆଣିଥାଏ। ଯଦି ଆପଣଙ୍କର ଉକୁଣି, ଡେଣ୍ଡ୍ରଫ୍, ରୁପି ଭଳି ସମସ୍ୟା ଅଛି ତେବେ ତେଜ ପତ୍ରର ବ୍ୟବହାର ଦ୍ୱାରା ଦୂର ହୋଇଥାଏ। ଏଥିପାଇଁ ଆପଣଙ୍କୁ ରସୁଣ ର ଆବଶ୍ୟକତା ପଡ଼ିବ। ଆଜିର ରେମିଡି ପାଇଁ କେବଳ ଏକ ପାଖୁଡ଼ା ରସୁଣ ଦରକାର।

ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଚାମଚ ଚା ପତି ନିଅନ୍ତୁ ଏବଂ ସେଥିରେ ତିନୋଟି ତେଜ ପତ୍ର ପକେଇ ଦିଅନ୍ତୁ। ତାପରେ ଆପଣ ସେଥିରେ ଏକ ପାଖୁଡ଼ା ରସୁଣ ପକେଇ ଦିଅନ୍ତୁ ଏବଂ ସେଥିରେ ଏକ ଗ୍ଲାସ ପାଣି ଦିଅନ୍ତୁ।

ଏହାପରେ ଏହାକୁ ଗ୍ୟାସରେ ବସାଇ ଭଲ ଭାବରେ ଫୁଟାନ୍ତୁ। ଯେମିତି ଏହି ପାଣିକୁ ଏହି ସମସ୍ତ ସାମଗ୍ରୀର ପୋଷକ ତତ୍ତ୍ୱ ଆସିଯିବ। ସ୍ଲୋ ଫ୍ଲେମରେ ଏହାକୁ ଫୁଟାନ୍ତୁ। ଏହାକୁ ପୁରୁଷ କିମ୍ବା ମହିଳା ସମସ୍ତେ ବ୍ୟବହାର କରିପାରିବେ। ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ, ଆଉ ତାପରେ ଏକ ପାତ୍ରକୁ ଛାଣି ନିଅନ୍ତୁ। ଏହାକୁ ଅଧିକ ମାତ୍ରାରେ ବନେଇ ଆପଣ ଫ୍ରିଜ୍ ରେ ମଧ୍ୟ ରଖି ପାରିବେ।

ଏହାକୁ ବାହାରେ ରଖିବେ ନାହିଁ, କାରଣ ଏଥିରୁ ଅଧିକ ଗନ୍ଧ ବାହାରିବ। ସପ୍ତାହରେ ଏହାକୁ ତିନିଥର ପ୍ରୟୋଗ କରିବାକୁ ପଡ଼ିବ। ତାପରେ ଏକ ଚାମଚ କଫି ପାଉଡର ଏକ ପାତ୍ରକୁ ନିଅନ୍ତୁ। ସେହି କଫିରେ ଏକ ଚାମଚ ପ୍ରସ୍ତୁତ କରିଥିବା ପାଣିକୁ ମିଶାନ୍ତୁ। ଏହା ଧଳା ବାଳକୁ କଳା କରିଥାଏ। ଏହାକୁ କେଶରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖି ତାପରେ ଧୋଇ ଦିଅନ୍ତୁ।