ଆଜି ପବିତ୍ର ( ନାଗ ପଞ୍ଚମୀ ) ୨୧ ବର୍ଷ ପରେ କାଳ ସର୍ପ ଯୋଗ | ୪ଟି ରାଶି ସାବଧାନ | Nagapanchami 2022

ଆଜି ହେଉଛି ପବିତ୍ର ନାଗ ପଞ୍ଚମୀ। ପ୍ରାୟ ୨୧ ବର୍ଷ ପରେ ଏକ ଦୁର୍ଭାଗ୍ୟଜନକ ସଂଯୋଗ ସୃଷ୍ଟି ହେଉଛି। ଏହି ନାଗ ପଞ୍ଚମୀ ରେ ଏହି ଚାରି ଗୋଟି ରାଶି ରେ ପଡ଼ୁଅଛି କାଳ ସର୍ପ ଯୁଗ। ଏହି ରାଶି ର ଲୋକ ମାନଙ୍କୁ ରହିବାକୁ ହେବ ବହୁତ ସତର୍କ। ଗ୍ରହ ନକ୍ଷତ୍ର ସର୍ବଦା ନିଜ ନିଜ ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଥାନ୍ତି। ଏହାର ପ୍ରଭାବ ସିଧାସଳଖ ଆମ ଜୀବନ ଶୈଳୀ ଉପରେ ପ୍ରଭାବ ପଡ଼ିଥାଏ।

ଏହି ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ଦ୍ୱାରା ଆପଣଙ୍କ ଜୀବନରେ ଅନେକ ଖୁସି ଆସିଥାଏ ତ ଆଉ କିଛି ରାଶିର ଭାଗ୍ୟ ରେ ଦୁଃଖ ଆସିଥାଏ। ତେବେ ଜାଣିବା କେଉଁ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ନାଗ ପଞ୍ଚମୀ ଠାରୁ ପୁରା ଏକ ମାସ ପର୍ଯ୍ୟନ୍ତ ସତର୍କ ରହିବାର ସମୟ ଅଟେ।

୧- ଧନୁ ରାଶି

ଧନୁ ରାଶି ର ଲୋକଙ୍କ ପାଇଁ ସୂର୍ଯ୍ୟ ଙ୍କ ଅଶୁଭ ପ୍ରଭାବ ରହିବ। ଅଗଷ୍ଟ ମାସରେ ଛୋଟ ଛୋଟ ବାଦବିବାଦ ଲାଗି ରହିବ। କୋର୍ଟ କଚେରୀ ମାମଲାରେ ଅସୁବିଧା ଆସିପାରେ। ଅଯଥାରେ ଖର୍ଚ୍ଚାନ୍ତ କରିବେ। ବୈବାହିକ ଜୀବନରେ ଅନେକ ସମସ୍ୟା ଆସିବ। ଏହି ଅଗଷ୍ଟ ମାସରେ ସକରାତ୍ମକ ଚିନ୍ତା ରେ ରୁହନ୍ତୁ। ସନ୍ତାନ ମାନଙ୍କ ପକ୍ଷରୁ ଦୁଃ ପାଇ ପାରନ୍ତି। ଦୂର ଯାତ୍ରାର ଯୋଗ ବନୁଅଛି।

୨- ମକର ରାଶି

ଏହି ରାଶିର ଲୋକ ମାନେ ନାଗ ପଞ୍ଚମୀ ଠାରୁ ଭଲ ସମୟ ଦେଇ ଗତି କରିବେ ନାହିଁ। ଆତ୍ମବିଶ୍ୱାସ ର କମି ଦେଖିବାକୁ ମିଳିବ। କୌଣସି ରେସ୍ ପୁର୍ଣ୍ଣ କାର୍ଯ୍ୟ କରିବେ। ଏହି ମାସଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ରହିବ। ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ଥିତି ସାମନ୍ୟ ରହିବ। କିଛି ବିଡ଼ମ୍ବନା ଦେଖା ଦେଇ ପାରେ। ପୁରୁଣା ରୋଗକୁ ନେଇ ଚିନ୍ତା ରେ ରହିବେ। ପ୍ରେମ ଜୀବନ ରେ କଳହ ସୃଷ୍ଟି ହେବ।

୩- ସିଂହ ରାଶି

ଏହି ରାଶି ର ବ୍ୟକ୍ତି ମାନେ ନାଗ ପଞ୍ଚମୀ ଠାରୁ ଚିଡ଼ିଚିଡ଼ା ସ୍ୱଭାବର ହେବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ କରି ପାରନ୍ତି। ଆର୍ଥିକ ସ୍ଥିତିରେ ବାଧା ଉପୁଜିବ। ପ୍ରତ୍ୟେକ କାର୍ଯ୍ୟରେ ବିଘ୍ନ ଘଟିବ। କୌଣସି ନା କୌଣସି ସମସ୍ୟା ଲାଗି ରହିବ। ଚାକିରି କ୍ଷେତ୍ରରେ ନାନା ସମସ୍ୟା ଲାଗି ରହିବ। ପାର୍ଟନର ଙ୍କ ସହିତ ଭୁଲ ବୁଝାମଣା ଲାଗି ରହିବ। ପ୍ରେମ ଜୀବନରେ ମଧ୍ୟ ବାଦବିବାଦ ଲାଗି ରହିବ। ଯାନବାହାନ ଚଳାଚଳ ପ୍ରତି ସତର୍କ ରୁହନ୍ତୁ।

୪- ମୀନ ରାଶି

 

ଏହି ରାଶିର ବ୍ୟକ୍ତି ମାନେ ନାଗ ପଞ୍ଚମୀ ଠାରୁ ନାନା ଦୁଶ୍ଚିନ୍ତା ରେ ରହିବେ। ମାସଟି ଭଲ ରହିବ ନାହିଁ, ପୁରୁଣା କରଜ ଦେବାକୁ ପଡ଼ିବ। ଏହି ସମୟରେ କୌଣସି ଜମି, ଗୃହ ବା କୌଣସି ଯାନବାହାନ କିଣନ୍ତୁ ନାହିଁ। ଅଯଥାରେ କେଉଁ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ପୁରୁଣା ରୋଗରେ ପୀଡ଼ିତ ବ୍ୟକ୍ତି ନିଜର ଚିକିତ୍ସା କରନ୍ତୁ। ଅବହେଳିତ କାରଣରୁ ସମସ୍ୟା ଉତ୍ପନ୍ନ ହୋଇପାରେ। ଦାମ୍ପତ୍ୟ ଜୀବନରେ ଝଡ଼ ଆସିପାରେ। ବ୍ୟବସାୟ ରେ କୌଣସି ବଡ଼ କ୍ଷତି ସହିପାରେ।