Exclusive : ବାବୁସାନ ସ୍ତ୍ରୀଙ୍କ ପ୍ରବଳ ଭୁଲ ,ପବ୍ଲିକରେ ସ୍ୱାମୀଙ୍କ କଲର ଧରି ମାରିବା କଣ ଦରକାର ଥିଲା, ଏ ନେଇ କଣ କହୁଛନ୍ତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଓଡିଶା ର ଲୋକପ୍ରିୟ ନାୟକ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ଘଟଣା ଏବେ ଅନ୍ତ ହେବା କୁ ଯାଉଛି କାରଣ ଅଭିନେତା ବାବୁସାନଙ୍କ ଏବେ ଘରକୁ ଫେରିଥିବା ସୂଚନା ମିଳିଛି | ତେବେ ଅଭିନେତା ବାବୁସାନ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ଗାଡି ଭିତରୁ ଟଣା ଓଟରା କରିବା ସହ ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ଏହି ଘଟଣା ପରେ ବାବୁସାନ ଚେନ୍ନାଇ ରେ ଥିଲେ ବୋଲି ସୂଚନା ମିଳିଥିଲା | ତେବେ ଷ୍ଟାର ପରିବାର ମଧ୍ୟରେ ବଢି ଥିବା ବିବାଦ କୁ ନେଇ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସଂପର୍କ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିଲା ବେଳେ ଏବେ ସେହି ଚର୍ଚ୍ଚା ର ଅନ୍ତ ଘଟିଛି ବୋଲି କୁହାଯାଇଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ସକାଳ ପ୍ରାୟ ୮ଟା ୪୦ ମିନିଟ ସମୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ | ତେବେ ଘର ପହଞ୍ଚିବା ପରେ ସେ ଗଣମାଧ୍ୟମ କୁ ସଖାତ ଦେଇନଥିଲେ | ଖାଲି ଏତିକି ଶୁଣିବାକୁ ମିଳିଥିଲା ଯେ ସେ ବହୁତ ଥକି ଯାଇଛନ୍ତି ତାଙ୍କୁ ଟିକିଏ ରେଷ୍ଟ କରିବାକୁ ଦିୟନ୍ତୁ | ହେଲେ ଗଣମାଧ୍ୟମ ର ପ୍ରତିନିଧି ମାନେ ଓ ବାବୁସାନ ଙ୍କ ପ୍ରଶଂସକ ମାନେ ତାଙ୍କର ଟିକିଏ ଝଲକ ପାଇବା ପାଇଁ ତାଙ୍କ ଘର ଆଗରେ ଆସି ଭିଡ଼ ଜମାଇଥିଲେ | ହେଲେ ବାବୁସାନ ଘର ବାହାରକୁ ସେଦିନ ବାହାରିନଥିଲେ |

ତେବେ ଗତକାଲି ଭୁବନେଶ୍ବର ଫେରିଥିବା ବାବୁସାନ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ନମସ୍କାର କରିଛନ୍ତି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି ଅଛି ଠିକ୍ ସମୟରେ ଠିକ୍ କଥା କହିବି |ଏଇ ଅଳ୍ପ କଥା କହି ବାବୁସାନ ଘର ଭିତରକୁ ଚାଲିଯାଇଥିଲେ | ଏହି ସମୟରେ ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିବାର ଦେଖାଯାଇଥିଲେ | ତେବେ ବାବୁସାନ ଘର ଭିତରକୁ ଚାଲିଯିବା ପରେ ତାଙ୍କ ପ୍ରଶଂସକ ଅର୍ଚ୍ଚନା ସାହୁ ତାଙ୍କ ସହିତ ଦେଖା କରିପାରିନଥିଲେ, କାରଣ ସେ ବହୁତ ଡେରି ରେ ଆସି ପହଞ୍ଚିଥିଲେ |

ଆଉ ଗଣମାଧ୍ୟମ ଆଗରେ ସେ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଯେ ବାବୁସାନ ଙ୍କୁ ତାଙ୍କ ସ୍ତ୍ରୀ ତୃପ୍ତି ଏମିତି ପବ୍ଲିକ ରେ ଲୋକଙ୍କ ଆଗରେ ମାରିବା ତୃପ୍ତି ଙ୍କ ସବୁଠାରୁ ବଡ ଭୁଲ | ଓ ସେ ଏକଥା ମଧ୍ୟ କହିଥିଲେ ଏହି ଘଟଣା ରେ ତିନିଜଣ ଙ୍କର ଭୁଲ ରହିଛି | ଯେହେତୁ ଏ ଭୁଲ ହେଇସାରିଛି ତେଣୁ ପ୍ରକୃତି ଙ୍କ ସହିତ ଆଉ ଫ୍ଲିମ ନ କରିବାକୁ ଅର୍ଚନା ସାହୁ କହିଛନ୍ତି ତେଣୁ ସେ ଅନ୍ୟ ନାୟିକା ଙ୍କ ସହିତ ଫ୍ଲିମ କରନ୍ତୁ ଆମେ ସବୁବେଳେ ଦେଖିବୁ |ତାହାଲେ ବନ୍ଧୁଗଣ ଏହା ଥିଲା ଆଜିର ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।