ମୋ ସ୍ତ୍ରୀର ମୋ ସାଙ୍ଗ ସହ ସମ୍ପର୍କ ଅଛି, ମୁଁ କହିବାରୁ ମୋ ଶ୍ୱଶୂର ଘର ଲୋକ ମୋତେ ବାଡେ଼ଇଲେ… ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

ଆପଣ ତ ଜାଣିଛନ୍ତି ବିବାହ ଯେ ଏକ କେତେ ବଡ଼ ସମ୍ପର୍କ ହୋଇ ଥାଏ ଯାହା ଏକ ସ୍ତ୍ରୀ ପାଇଁ ତା ସ୍ୱାମୀ ହିଁ ସବୁକିଛି ହୋଇ ଥାଏ | ବିବାହ ପରେ ସେ ହିଁ ସାତ ଜନ୍ମ ର ସାଥି ହୋଇ ଥାଏ ଆଉ ସୁଖ ଦୁଃଖ ର ସାଥି ମଧ୍ୟ ହୋଇ ଥାଏ | କିନ୍ତୁ ଆଜିକାଲି ଯୁଗରେ ସେମିତି ଆଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କ ଦେଖିବାକୁ ମିଳୁ ନାହିଁ | ପ୍ରାୟ ସମ୍ପର୍କ ରେ ଏବେ କଳହ ନଚେତ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି ତ ଆଉ ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ପର୍କ ରଖୁଛି |

ଅନ୍ୟ ପୁରୁଷ ଓ ମହିଳା ପାଇଁ ସ୍ୱାମୀ ସ୍ତ୍ରୀ କୁ ଛାଡ଼ି ଦେଉଛି ଓ ସ୍ତ୍ରୀ ସ୍ୱାମୀ କୁ ଛାଡ଼ି ଦେଉଛି | ଏମିତି କି ତାର ଯଦି ଜନ୍ମ କଲା ଛୁଆ ମଧ୍ୟ ରହୁଛି ତାକୁ ମଧ୍ୟ ଛାଡ଼ି ଦେଇ ଅନ୍ୟ କାହାର ହାତ ଧରି ଚାଲି ଯାଉଛି | ତେବେ ଆମ ସମାଜ ଏତେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ତେବେ ସେଭଳି ଏକ ଘଟଣା ପୁଣି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ କିଛି ନାରୀ ଜାତି ପ୍ରତି ନିନ୍ଦା କରିବେ |

ତେବେ ସ୍ୱାମୀ ଭରତ ସାହୁ ଙ୍କ କହିବା ଅନୁଯାଇ ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପର କୁ ଭଲ ପାଇ 2014 ରେ ପ୍ରେମ ବିବାହ କରି ଥିଲେ | 2018 ପର୍ଯ୍ୟନ୍ତ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ବେସ ଖୁସି ର ସଂସାର କଟି ଆସୁ ଥିଲା କେବେ ଝଗଡା ମଧ୍ୟ ହୁଏ ନାହିଁ | ତେବେ ଏହାପରେ ମଝିରେ ସ୍ୱାମୀ ସ୍ତ୍ରୀ ଏବଂ ସ୍ୱାମୀ ଙ୍କର ଆଉଜଣେ ସାଙ୍ଗ ଆଉ ତାଙ୍କ ସ୍ତ୍ରୀ ହାଇଦ୍ରାବାଦ ବୁଲିବା ପାଇଁ ଯାଇ ଥିଲେ | ତେବେ ହାଇଦ୍ରାବାଦ ରୁ ବୁଲି ଆସିବ ପରେ ତାଙ୍କ ସାଙ୍ଗ ସହିତ ସ୍ତ୍ରୀ ଙ୍କର ସମ୍ପର୍କ ସ୍ଥାପନ ହୋଇ ଥିଲା ଏବଂ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ପ୍ରାୟ ସମୟ ଝଗଡା ହେଉ ଥିଲା |

ଏହାପରେ ସାଙ୍ଗ ଜଣଙ୍କ ସ୍ୱାମୀ ନଥିବା ସମୟରେ ବାରମ୍ବାର ଆସି ସ୍ତ୍ରୀ ସହ ଖରାପ ସମ୍ପର୍କ ରେ ରହିଲା ଏବଂ ସ୍ୱାମୀ ଯେତେ କହିଲା ପରେ ବି ସେ ସମ୍ପର୍କ ରେ ରହିଲା | ତେବେ ସ୍ୱାମୀ ଭରତ ସାହୁ ଯେତେ ବେଳେ ଶଶୁର ଘର ଲୋକ ଙ୍କୁ ତାଙ୍କ ଝିଅ ସମ୍ପର୍କ ରେ କହିଲେ କେହି ତାଙ୍କ କଥା ବିଶ୍ୱାସ କଲେ ନାହିଁ ଏବଂ ଓଲଟି କହିଲେ କି ଆମ ଝିଅ ଭଲ ଆଉ ମତେ ଶଶୁର ଘର ଲୋକ ବହୁତ ବାଡ଼ାବାଡ଼ି କଲେ | ତେବେ ଭରତ ସାହୁ ଥାନାରେ ଅଭିଯୋଗ କରି ଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉ ନାହିଁ | ତେବେ ସ୍ୱାମୀ ଭରତ ସାହୁ କହିଛନ୍ତି କି ମୁଁ ଗୋଟେ ପୁଅ ବୋଲି ମତେ ନ୍ୟାୟ ଦେବା ପାଇଁ କେହି ନାହିଁ ଆଜିକାଲି ସମାଜ ରେ ପୁଅ ମାନେ କେବଳ ନିର୍ଯ୍ୟାତିତ ହେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।