Exclusive : ଓଲିଉଡ଼ ଉପରେ ପଡୁଛି ବାବୁସାନ ( Babushan ) ଙ୍କ କଳାଛାଇ, ଏ ନେଇ କଣ କହୁଛନ୍ତି ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଘଟଣା ଭାଇରାଲ ହେଉଛି ଯାହା ବିଷୟରେ ଆପଣ ବି ବେଶ ଭଲ ଭାବରେ ଜାଣିଛନ୍ତି | ତେବେ ଓଡ଼ିଆ ଫିଲ୍ମ ଜଗତ ପାଇଁ ଗୋଟିଏ ବହୁତ ବଡ଼ ଦୁଃଖର କଥା ଯେ ବାବୁସାନ ମହାନ୍ତି ଓ ପ୍ରକୃତି ଯାହାଙ୍କର ଏତେ ଭଲ ଫେମିଲି | ଆଉ କଳାକାର ଦୁନିଆରେ ବହୁତ ବଡ଼ ନାଁ ବି ରହିଛି | ଆଉ ଯେଉଁ ମାନଙ୍କ ଠାରୁ ଆମ ସମାଜର ଲୋକ ମାନେ ଅନେକ କଥା ଶିଖିଥାନ୍ତି | ଆଉ ଯଦି ସେମାନେ ଏଭଳି କାମ କରିବେ ତାହେଲେ ଆମେ ଆଉ କାହାକୁ କଣ କହିବା | ତେବେ ଏହିଭଳି ଘଟଣା କୁ ନେଇକି ମନର କଥା କୁ କହିଛନ୍ତି ପ୍ରାଦୁମ୍ନ ଲେଙ୍କା | ଆସନ୍ତୁ ତାହେଲେ ସେ ଆଉ କଣ କହିଲେ ସେ ବିଷୟରେ ନଜର ପକାଇବା |

ତେବେ ଏହି ସବୁ ଘଟଣା କୁ ନେଇକି ପ୍ରାଦୁମ୍ନ ଲେଙ୍କା ତାଙ୍କର କିଛି ମନର କଥା କୁ ପ୍ରକାଶ କରିଛନ୍ତି | ତେବେ ତାଙ୍କର କହିବା କଥା କି ଅଭିନେତା ବାବୁସାନ ଆଉ ଅଭିନେତ୍ରୀ ପ୍ରକୃତି ଙ୍କୁ ନେଇକି ଯୋଉଁ ଏତେ ବଡ଼ କଥା ଉଠିଛି |ସତରେ ତାହା ଦୁର୍ଭାଗ୍ୟ ଜନକ ଅଟେ |ଆଉ ଓଡ଼ିଆ ସିନେ ଜଗତରେ ଏତେ ବଡ଼ ଷ୍ଟାର ଙ୍କ ସହିତ ଯାହା ବି ହେଇଛି ଏମିତି ଯୋଉଁ ବଦନାମ ହୋଇଛି ତାହା ଜମାରୁ ବି ଠିକ ହେଇନାହିଁ | ତେବେ ଏବେ ବାବୁସାନ ଖାଲି ଅପରାଜିତା ଙ୍କ ପୁଅ ନୁହଁ ସେ ହେଇଛି ଆମ ସମସ୍ତଙ୍କର, ସାରା ଓଡିଶା ବାସୀଙ୍କର ଆଉ ସିନେ ଜଗତର |

ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଆଜି ଯୋଉଁ ସିନେ ଜଗତ ଏତେ ବାଟକୁ ଯାଇଛି ତାହା କେବଳ ଅପରାଜିତା ଆଉ ଉତ୍ତମ ମହାନ୍ତି ଙ୍କ ପାଇଁ | ତେବେ ତାଙ୍କର ପୁଅ ବାବୁସାନ ଙ୍କ ସହିତ ସେ କାମ କରିଛନ୍ତି | ଆଉ ସେ ଜଣେ ଗୋଡ ଗିଫଟେଡ ବୋଲି କହିଛନ୍ତି ପ୍ରାଦୁମ୍ନ | କାରଣ ସେ କହିଛନ୍ତି କି ତାଙ୍କ ଜୀବନ କାଳ ମଧ୍ୟରେ ସେ 200 ରୁ ଅଧିକ ଫିଲ୍ମ କରି ସାରିଲେଣି କିନ୍ତୁ ତାଙ୍କ ପରି ନେଚୁରାଲ ଏକ୍ଟର ସେ ଦେଖି ନାହାନ୍ତି |

ଆଉ ସେ ହେଉଛନ୍ତି ଆମ ସିନେ ଜଗତର ପୁଅ ଆଉ ସେ କେବଳ କଳାକାର ହେବା ପାଇଁ ହିଁ ଜନ୍ମ ହେଇଛନ୍ତି | ଆଉ ଯାହା ବି ହେଇଛି ସେ ସବୁକୁ ଭୁଲିଯାଇ କେମିତି ତାଙ୍କର ଜୀବନ ଭଲରେ ଚାଲିବ ସେଥିପାଇଁ ଧ୍ୟାନ ଦେବାକୁ କହିଛନ୍ତି | ଆହୁରି ମଧ୍ୟ ସେ କହିଛନ୍ତି କି ଆମ ସିନେ ଜଗତକୁ ଆଗକୁ ନେବା ପାଇଁ ବାବୁସାନ ଙ୍କର ଗୋଟିଏ ଶକ୍ତ ଭୂମିକା ରହିଛି | ଯାହା ଏବେ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।