ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ମଧ୍ୟ ନିଜ ବାଲ୍ୟାବନ୍ଧୁଙ୍କୁ ଭୁଲି ନାହାଁନ୍ତି ଦ୍ରୌପଦୀ ମୁର୍ମୁ… କଣ କହୁଛନ୍ତି ତାଙ୍କ ଘନିଷ୍ଠ ବନ୍ଧୁ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆମ ଓଡ଼ିଆ ମାନଙ୍କ ପାଇଁ ଆମ ଓଡ଼ିଆ ମାଟି ପାଇଁ ଗୋଟିଏ ବହୁତ ବଡ଼ ଗର୍ବ ର ବିଷୟ ଯେ, ଭାରତର ପ୍ରଥମ ନାଗରିକ ଓ ସର୍ବୋଚ୍ଚ ଆସନରେ ବସିବେ ଦ୍ରୌପଦୀ ମୁର୍ମୁ | ଆଉ ଯାହାକୁ ନେଇକି ଗର୍ବ ମଧ୍ୟ କରିଛନ୍ତି ସମସ୍ତେ | ଆଉ ବିଜେପି କର୍ମୀ ମାନେ ଦ୍ରୌପଦୀ ମୁର୍ମୁଙ୍କୁ ନେଇକି ତାଙ୍କର ସଭାଯାତ୍ରା ଆରମ୍ଭ କରିଦେଇଛନ୍ତି | ଆଉ ସବୁ ଜାଗା ଏବେ ଉତ୍ସବ ମୁଖରିତ ହେଇଯାଇଛି | ଯୁଆଡେ ଯିବ ସବୁ ଆଡେ କେବଳ ଗୋଟିଏ ନାଁ ସମସ୍ତଙ୍କ ମୁଖରେ ସେ ହେଉଛନ୍ତି ଓଡିଶା ର ଗର୍ବ ସାଢେ ଚାରି କୋଟି ଓଡ଼ିଆ ଙ୍କର ଗର୍ବ ଦ୍ରୌପଦୀ ମୁର୍ମୁ ଆମ ଭାରତର ରାଷ୍ଟ୍ରପତି ହେଇଛନ୍ତି | ଆଉ କେହି ରାଷ୍ଟ୍ରପତି ହେବା ପରେ ମଧ୍ୟ ଦ୍ରୌପଦୀ ଭୁଲି ନାହାନ୍ତି ତାଙ୍କର ପିଲା ଦିନର ସାଙ୍ଗ କୁ | ଆଉ ସେ ଫୋନ କରି ତାଙ୍କର ଖୁସିରେ ସାମିଲ କରିଛନ୍ତି ତାଙ୍କର ସାଙ୍ଗକୁ | ଆଉ ସେ କଣ ସବୁ କଥା ହେଇଛନ୍ତି ଆସନ୍ତୁ ଜାଣିବା ଓ ଆଲୋଚନା କରିବା |

ତେବେ ସାରା ଭାରତରେ ବାଜା ବଜାଇ କାନ୍ଧରେ କାନ୍ଧକୁ ଯୋଡ଼ି ଜାତି, ଧର୍ମ, ବର୍ଣ୍ଣ, ଆଉ ନିର୍ବିଶେଷରେ ସମସ୍ତେ ଏକ ମନ ଆଉ ଏକ ଲକ୍ଷ୍ୟରେ ଦ୍ରୌପଦୀ ମୁର୍ମୁ ଙ୍କ ସ୍ୱାଗତ ରେ ଲାଗି ପଡିଥିଲେ ସମଗ୍ର ଭାରତ |ଏ ଖୁସି ର ପର୍ବ ଭିତରେ ଭାରତ 15 ତମ ରାଷ୍ଟ୍ରପତି ତଥା ଆଦିବାସୀ ଘର ଝିଅକୁ ନେଇ ଏବେ ସୋସିଆଲ ମିଡିଆରେ ପୁରା ପୁରି ଭାଇରାଲ ହେବାରେ ଲାଗିଛି | ତେବେ ସେହିଭଳି ଏକ ଖୁସିର ମାହଲ ରେ ଦ୍ରୌପଦୀ ତାଙ୍କର ପିଲା ଦିନର ସାଙ୍ଗ ସୁଚିତ୍ରା ସାମଲ ଙ୍କୁ ଫୋନ କରିଛନ୍ତି ଦ୍ରୌପଦୀ |

ଆଉ ତାହା ପରେ ପ୍ରତିକ୍ରିୟା ରଖିଥିଲେ ତାଙ୍କର ପିଲାଦିନର ସାଙ୍ଗ ଆଉ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ, ଆଉ କହିଥିଲେ କି ଦ୍ରୌପଦୀ ଆଉ ସେ ହେଉଛନ୍ତି ଭୁବନେଶ୍ୱର କେପିଟାଲ ଗାର୍ଲସ ସ୍କୁଲ ରେ ପଢ଼ୁଥିବା ସମୟରେ ସେ ତାଙ୍କର ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କର ବହୁତ ଭଲ ସାଙ୍ଗ ଥିଲେ | ଆଉ ସେ ଗୋଟିଏ ଗ୍ରାମାଞ୍ଚଳ ରୁ ଆସିକି ଏତେ ବଡ ପଦବୀରେ ପହଞ୍ଚି ପାରିଛନ୍ତି ତାହା କେବଳ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଆଉ ଦୃଢ ଇଚ୍ଛା ଶକ୍ତି ବଳରେ ହୋଇଛି |

ତେବେ ସେ ପିଲା ଦିନରୁ ବହୁତ ଶୃଙ୍ଖଳିତ ଆଉ ସେ ସମାଜ ସେବା କରିବାକୁ ମଧ୍ୟ ଭଲ ପାଉଥିଲେ | ଆଉ ସେ NCC କ୍ୟାମ୍ପ ରେ ମଧ୍ୟ ଯୋଗ ଦେଇଥିଲେ | ଆଉ ପିଲା ଦିନରୁ ତାଙ୍କର ଏପରି ଆଗ୍ରହ ତାଙ୍କୁ ଆଜି ଏତେ ବଡ଼ ଆସନରେ ବସାଇ ପାରିଛି ଆଉ ଯାହାକୁ ନେଇକି ତାଙ୍କର ଏହି ପିଲା ଦିନର ସାଙ୍ଗ ଖୁସି ହେଇଛନ୍ତି | ଆଉ ତାଙ୍କୁ ଶୁଭେଚ୍ଛା ଦେବା ସହିତ ତାଙ୍କର ରାଷ୍ଟ୍ରପତି ଭାବରେ ସବୁ ଦାୟିତ୍ୱ କୁ ଭଲ ଭାବରେ ତୁଲାଇଵା ପାଇଁ ମଧ୍ୟ କହିଛନ୍ତି ଦ୍ରୌପଦୀ ମୁର୍ମୁ | ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।