new twist- ଟୁଙ୍ଗୁରୁକୁ ମୁଁ ବାହାହେବି ଛାଡ଼ିବି ..ସେ ମୋ ହଜବ୍ୟାଣ୍ଡ ..ମୋର ତାଙ୍କ ଘରକୁ ଯିବାର ଅଧିକାର ଅଛି :ବର୍ଷା….

ତେବେ ବହୁ ଚର୍ଚ୍ଚିତ ଘଟଣା ବର୍ଷା ଆଉ ଟୁଙ୍ଗୁରୁ ବିବାଦ ଥମିବାକୁ ନାମ ନେଉନାହିଁ । ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ଟୁଙ୍ଗୁରୁ ବର୍ଷାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି କିନ୍ତୁ ବର୍ଷା ତାଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି । ଦୁହେଁ ଦୁହିଁଙ୍କର ଏକ ଅଲଗା ଦୁନିଆଁ ପାଇଁ ଦେଖିଥିଲେ ସ୍ବପ୍ନ । କିନ୍ତୁ ବର୍ତ୍ତମାନ ଟୁଙ୍ଗୁରୁ ଭୋଳ କ୍ୟାମେରା ଆଗରେ କିଛି ମଧ୍ୟ ସ୍ୱୀକାର କରୁ ନାହାଁନ୍ତି ।

ଆଉ କହୁଛନ୍ତି ବର୍ଷା ତାଙ୍କ ଠାରୁ ବୟସରେ ବହୁତ ବଡ଼ କି ତାଙ୍କୁ କେବେ ସେ ଭଲ ପାଇ ନାହାଁନ୍ତି ତେଣୁ ସ୍ତ୍ରୀ ଭାବରେ ଗ୍ରହଣ କରିପାରିବେ ନାହିଁ।ତେବେ ଅନ୍ୟପକ୍ଷରେ ବର୍ଷା ଟୁଙ୍ଗୁରୁଙ୍କର ସମସ୍ତ ମନ୍ତବ୍ୟକୁ ମିଥ୍ୟା ବୋଲି କହିଛନ୍ତି ଆଉ କହୁଛନ୍ତି କି ଟୁଙ୍ଗୁରୁ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବେ ବୋଲି କହିଥିଲେ କିନ୍ତୁ ବର୍ତ୍ତମାନ ଫାଙ୍କି ଦେଉଛନ୍ତି ।

ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଅଛି । ତେବେ ଆଗରୁ ଟୁଙ୍ଗୁରୁ ଆଉ ବର୍ଷାର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।ଆଉ ଏଥିପାଇଁ ଟୁଙ୍ଗୁରୁଙ୍କୁ ଦାୟୀ କରିଥିଲେ ବର୍ଷା। ସେ କହିଥିଲେ କି ଟୁଙ୍ଗୁରୁ ନିଜେ ଏସବୁ ଭାଇରାଲ କରିଛି । ତେବେ ଏଗୁଡ଼ିକ ଭାଇରାଲ କରିବାର କୌଣସି ଆବଶ୍ୟକତା ନଥିଲା ।ଅନ୍ତରଙ୍ଗ ମୁହୂର୍ତ୍ତକୁ କାହିଁକି ସେ ଭାଇରାଲ କଲେ ।

ସେଥିପାଇଁ ନିଜ ନ୍ୟାୟ ପାଇଁ ଦାବି କରିଥିଲେ ବର୍ଷା ଭୋଳ । ସେ ପ୍ରଶାସନ ନିକଟରେ ଦାବି କରିଥିଲେ ନ୍ୟାୟ ପାଇଁ । ତେବେ ଏ ସବୁ ମଧ୍ୟରେ କିଏ ସତ କହୁଛି ଆଉ କିଏ ମିଛ କହୁଛି ସେ କଥା ତ ସମୟ ହିଁ କହିବ । ଦୁହେଁ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ଟୁଙ୍ଗୁରୁଙ୍କୁ ବର୍ଷା ସବୁ ପରିସ୍ଥିତିରେ ଦାୟୀ କରି ଦେଉଛନ୍ତି ।

ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି କି, ବର୍ଷା ଟୁଙ୍ଗୁରୁଙ୍କୁ ରୀତିନୀତି ଅନୁସାରେ ବାହା ହେବେ ବୋଲି ଦାବି କରିଛନ୍ତି।କାଲି ତାଙ୍କ ଘରକୁ ଯାଇଥିଲେ ଏବଂ ଆଜି ସକାଳେ ମଧ୍ୟ ତାଙ୍କ ଘରକୁ ଯାଇଥିଲେ, ଆଉ ସବୁଦିନ ଯିବେ ବୋଲି କହିଥିଲେ। କାରଣ ଟୁଙ୍ଗୁରୁ ତାଙ୍କ ହଜବେଣ୍ଡ। କୋର୍ଟ ପେପରରେ ଲେଖି ରୀତିନୀତି ଅନୁସାରେ ବିବାହ କରିବେ ବୋଲି ବର୍ଷା କହିଥିଲେ। କାରଣ ତାଙ୍କ ପାଇଁ ସେ ନିଜ ଘର ପରିବାରକୁ ଛାଡିଲେ।

ନିଜ ସ୍ୱାମୀ ଆଉ ପିଲା ଛୁଆକୁ ବି ସେ ଟୁଙ୍ଗୁରୁ ପାଇଁ ଛାଡିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ମିଳୁଛି କଣ । ସେ ନିଜର ଇଜ୍ଜତ ବି ହରାଇ ସାରିଲେଣି ।ସମଗ୍ର ଓଡିଶାବାସୀ ତାଙ୍କୁ ଜାଣି ସାରିଲେଣି । ସମସ୍ତେ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ମଧ୍ୟ ଦେଖି ସାରିଲେଣି । ସେଥିପାଇଁ ସେ ଏବେ ଆଉ କଣ କରିବେ । ବର୍ତ୍ତମାନ ସେ ଟୁଙ୍ଗୁରୁ ଭୋଳଙ୍କର ନିଶ୍ଚିତ ହୋଇ ରହିବେ ଆଉ ଯାହା ବି ହେଉ ନା କାହିଁକି ସେ ଟୁଙ୍ଗୁରୁଙ୍କୁ ବିବାହ କରିବେ ଆଉ ତାଙ୍କ ଘରର ବୋହୁ ହୋଇ ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।