Secret Health Tips – ହାତ ଗୋଡ ଝିମିଝିମି ହେଇ ଯାଉଛି କି ? ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏମିତି କାହିଁକି ହେଉଛି

ସୁସ୍ଥ ଜୀବନଟିଏ ବିତେଇବା ପାଇଁ ହେଲେ ସର୍ବଦା ଆମ ସ୍ୱାସ୍ଥ୍ ପ୍ରତି ସଜାଗ ରହିବା ଆବଶ୍ୟକ ଅଟେ । ଜଣେ ସୁସ୍ଥ ମାନସିକ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଥାଏ ମାତ୍ର ଜଣେ ଅସୁସ୍ଥ ଥିବା ବ୍ୟକ୍ତି ପାଖରେ ସମସ୍ତ ଧନ ସମ୍ପଦ ଥାଇ ମଧ୍ୟ ସେ ଆଗକୁ ଯାଇ ପାରି ନ ଥାଏ । କାରଣ ମନ ଭଲ ନ ରହିଲେ ମନୁଷ୍ୟ କୌଣସି କାର୍ଯ୍ୟକରୁ ସମ୍ପୂର୍ଣ୍ଣ ଭାବରେ ସମ୍ପାଦନ କରି ନ ଥାଏ । ଅସୁସ୍ଥ ଥିବା ବ୍ୟକ୍ତି ପାଇଁ ପ୍ରତିଟି ମୁହୂର୍ତ୍ତ ବିଷାଦଗ୍ରସ୍ତ ମନେ ହୋଇଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ କାମ୍ୟ ଅଟେ ।

ସମୟ ଅନୁସାରେ ବୟସ ମଧ୍ୟ ବଢିଥାଏ , ବୟସ ବଢିବା ସହ ଶରୀରରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ବା ଆଣ୍ଠୁ ଗଣ୍ଠି ଝିମଝିମ୍ ହେବା ପରି ଅନେକ ସମସ୍ୟା ମାନ ଦେଖା ଦେଇଥାଏ ।

ଧୀରେ ଧୀରେ ଛୋଟ ରୋଗରୁ ବଡ ରୋଗରେ ପରିଣତ ହୋଇଥାଏ , ଏହି ସମସ୍ୟା କୁ ଦୂର କରିବା ପାଇଁ ମାର୍କେଟ ରେ ମିଳୁଥିବା କେମିକାଲ୍ ଜିନିଷ ମାନ ବ୍ୟବହାର ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା ଆପଣଙ୍କର ହତ ଗୋଡ ଝିମଝିମ ସମସ୍ୟାକୁ ଦୂର କରିବ ।

ଘରୋଇ ଉପଚାର ସାହାଯ୍ୟରେ ଶରୀରର ଯତ୍ନ ନେବା ଉଚିତ୍ । କାରଣ ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ନ ଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ । କୌଣସି ବସ୍ତୁକୁ ଉଠାଇବା ସମୟରେ ହାତ ବଧିର କିମ୍ବା ଝିମଝିମ୍ ହେବା ଭଳି ଅନୁଭବ ହୋଇଥାଏ , ଯାହା ାମକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ । ତେବେ ଏପରି ହେବାର ଦୁଇଟି କାରଣ ରହିଥାଏ ।

ପ୍ରଥମ କାରଣ ହେଉଛି କାର୍ପାଟର୍ନଲ୍ ସିଙ୍ଗଡମ୍ । ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିଲେ ହାତ ଏବଂ ଆଙ୍ଗୁଳି ବଧିର ହୋଇ ରହିଥାଏ , ଏହା ଦ୍ୱାରା ହାତର ମଝିୟରେ ଥିବା ଶିରା ଦବିଯାଏ । ଏପରି ସମସ୍ୟା ଦେଖା ଯାଉଥିଲ ଆପଣଙ୍କୁ କିଛି ସମୟ ପର୍ଯ୍ୟନ୍ତ ହାତ ଓ ଆଙ୍ଗୁଳି କୁ ଆରାମ ଦେବା ଉଚିତ୍ । ତାକୁ ଧୀରେ ଧୀରେ ଚଳ ପ୍ରଚଳ କରାଇବା ୁଚିତ୍ । ତେବେ ଯାଇ ଧୀରେ ଧୀରେ ଝିମ ଝିଣ ବନ୍ଦ ହୋଇଥାଏ ।

ଦ୍ୱିତୀୟ କାରଣ ହେଉଛି ଶରୀରରେ ପୋଷକ ତତ୍ତ୍ୱ ର ମାତ୍ରା କମିଯିବା । ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ କେତେକ ଭିଟାମିନ ର ଆବଶ୍ୟକତା ରହିଥାଏ , ଯେପରି କି ପଟାସିୟମ, କ୍ୟାଲସିୟମ , ଆଇରନ୍ ,ମ୍ୟାଗ୍ନେସିୟମ ଓ ଭିଟାମିନ B 12 ଏହି ସବୁ ଭିଟାମିନ ର ମାତ୍ରା କମ୍ ଯୋଗୁଁ ଏଭଳି ହୋଇଥାଏ , ତେଣୁ ସର୍ବଦା ଶରୀରରେ ଭିଟାମିନ ରେ ଆବଶ୍ୟକତା ଅତ୍ୟନ୍ତ ଜୁରରୀ ଅଟେ ।

ଏହାଛଡା ପ୍ରତ୍ୟେକ ଦିନ ଆପଣ ଶୋଇବା ବେଳେ ହାତ ଗୋଡ ମାଲିସ୍ କରି ଶୋଇବା ଉଚିତ୍ । ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ । ପ୍ରତିଦିନ ଶୋଇବା ପୂର୍ବରୁ ସୁଣ୍ଠି ହଳଦୀ ମିଶାଇ ସେବନ କରନ୍ତୁ , ଏଥିରୁ ଆପଣଙ୍କୁ ଉପଶମ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।