ମୁଁ ତାଙ୍କ ଅଟୋ ଭଡ଼ା ରେ ଯାଇଥିଲି ସେ ମୋତେ ଦେଖିକି ଭଲ ପାଇଗଲେ …ତା ପରେ ଆମ ଭିତରେ ଶାରୀରିକ ସମ୍ପର୍କ ରହିଲା…ମୁଁ ବାଧ୍ୟ ହେଲି ଛୁଆ ପିଲା ଙ୍କୁ ଛାଡିଦେଲି…ଏବେ କଣ କରିବି..

ତେବେ ଆମ ସମାଜ ରେ ବିବାହ ଏକ ପବିତ୍ର ବନ୍ଧନ ବୋଲି ଆମେ କହି ଥାଉ, ପରିବାର ଲୋକ ମଧ୍ୟ ଏହି ବାହାଘର କୁ କେତେ ଖୁସି ମନ ରେ କରିଥାନ୍ତି । ପ୍ରାୟ 4 କି 5 ଦିନ ବିବାହ ର ଉତ୍ସବ ଲାଗି ରହି ଥାଏ ଏବଂ ବିବାହ ରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ଥାଏ । ତେବେ ବିବାହ କରିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଏକ ଭଲ ସମ୍ପର୍କ ଗଢି ହୋଇ ଦୁହେଁ ନିଜର ସାଂସାରିକ ଜୀବନ ଆରମ୍ଭ କରିଥାନ୍ତି ।କିନ୍ତୁ ଆଜିକାଲି ଯୁଗ ରେ ବିବାହ ଏକ ଖେଳଘର ହୋଇ ଗଲାଣି, ବିବାହ କୁ ନେଇ ଅନେକ ସମସ୍ୟା ପ୍ରତିଦିନ ଦେଖିବାକୁ ମିଳୁଛି ।

ବିବାହ କରି ସାରିବା ପରେ ମଧ୍ୟ କିଛି ପୁରୁଷ ଏବଂ ନାରୀ ଏମିତି ଅଛନ୍ତି ଯେଉଁ ମାନେ ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ରଖି ଥାଆନ୍ତି ଯାହାକି ଲଜ୍ୟା ଜନକ ଏବଂ ନିନ୍ଦନୀୟ କାର୍ଯ୍ୟ ଅଟେ ।

ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ସ୍ୱାମୀ ଥାଇ ମଧ୍ୟ ଆଉ ଜଣେ ୨୯ ବର୍ଷୀୟ ଯୁବତୀ ଜଣେ ୨୪ ବର୍ଷୀୟ ଯୁବକ ସହିଥ ରହିବା ପାଇଁ ଚାହୁଁଛନ୍ତି। ତେବେ ଜାଣିବା ଏହି ଘଟଣା ସମ୍ପର୍କ ରେ । ତେବେ ଏହି ଘଟଣା ଟି ଏବେ ଚାରି ଆଡେ ଭାଇରାଲ ହେବାରେ ଲାଗିଛି ଯାହା ବହୁତ ଏକ ନିନ୍ଦନୀୟ ଘଟଣା ଅଟେ ।

ସୂଚନା ଅନୁସାରେ, ସେହି ଯୁବତୀ ଦିନେ ମେଡ଼ିକାଲ ଯିବା ପାଇଁ ବାହାରିଥିଲେ। ସେହି ସମୟରେ ଜଣେ ଅଟୋ ଚାଳକ ତାଙ୍କୁ ନେବେ ବୋଲି କହିଥିଲେ। ଆଉ କହିଥିଲେ କି ତୁମେ ଦେଖିବା ପାଇଁ ବହୁତ ସୁନ୍ଦର, ଏମିତି ଅନେକ କଥା କହି ତାଙ୍କୁ ପ୍ରଶଂସା କରିଥିଲେ। ଆଉ କହିଥିଲେ କି ତାଙ୍କୁ ବିବାହ କରିବା ପାଇଁ। କିନ୍ତୁ ଯୁବତୀ ଜଣଙ୍କ ମାନି ନଥିଲେ। କିନ୍ତୁ ସେ ଅଟୋ ଚାଳକ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ।


ଆଉ ଏମିତି ସ୍ନେହ ଓ ଭଲ ପାଇବା ଦେଲେ ଯାହା ଫଳରେ କି ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ଦୁଇ ଜଣ ପିଲାଙ୍କୁ ଛାଡ଼ି ସେହି ଅଟୋ ଚାଳକ ପାଖକୁ ଚାଲି ଯାଇଥିଲେ। ଏହିପରି ସେମାନେ ଅଢ଼େଇ ବର୍ଷ ଧରି ରିଲେସନସିପ ରେ ଥିଲେ। ଆଉ ଏବେ ସେ ଯୁବକ ଜଣଙ୍କ ସେହି ଯୁବତୀ ଙ୍କୁ ଛାଡ଼ି ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରିବେ ବୋଲି ମନ୍ଦିରରେ ସବୁ ପ୍ରସ୍ତୁତ ହୋଇ ସାରିଥିଲା।କିନ୍ତୁ ଯେତେବେଳେ ସେ ପ୍ରେମିକା ଜଣଙ୍କ ଜାଣିଲେ ସେ ଯାଇ ସେଠାରୁ ଥାନାକୁ ନେଇ ଆସିଥିଲେ।

ଏହା ବ୍ୟତୀତ ସେ କହିଥିଲେ କି ମୋ ସ୍ୱାମୀ ଙ୍କର ମଧ୍ୟ ବହୁତ ଟଙ୍କା ଅଛି, କିନ୍ତୁ ସେ ଯୁବକ ଜଣଙ୍କ ଏତେ ଭଲପାଇବା ଏବଂ ସ୍ନେହ ଦେଲେ ଯେ, ତାଙ୍କ ପ୍ରେମରେ ଅନ୍ଧ ହୋଇ ସେ ପିଲାଛୁଆ ସମସ୍ତଙ୍କୁ ଛାଡ଼ି ପଳେଇ ଆସିଲେ। ଆଉ ଏବେ ସେ ଯୁବକ ବିବାହ ପାଇଁ ମନା କରୁଛନ୍ତି। କିନ୍ତୁ ଯୁବତୀ ଜଣଙ୍କ ଥାନାରେ ତାଙ୍କୁ ବିବାହ କରିବେ ବୋଲି ହାତରେ ଫୁଲମାଳ, ସିନ୍ଦୁର, ଶଙ୍ଖା ନେଇ ବସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।