ମୁଁ ବିକଳାଙ୍ଗ ହୋଇଗଲି ବୋଲି ମୋତେ ରାସ୍ତାକଡରେ ଫୋପାଡ଼ିଦେଇ ଯାଇପାରିଲୁ ବୋଉ… ଦେଖନ୍ତୁ Video

ଦୁନିଆରେ ମା ହିଁ ତା ନିଜ ସନ୍ତାନ ମାନଙ୍କର ସବୁକିଛି ହୋଇଥାନ୍ତି। ବିପଦ ଆପଦ ରେ ସବୁବେଳେ ସାଙ୍ଗରେ ଠିଆ ହୋଇ ରହିଥାଏ। ସନ୍ତାନର କିଛି ଅସୁବିଧା ହେଲେ ମା ଚିନ୍ତିତ ହୋଇ ପଡିଥାନ୍ତି। ମା ଏପରି ଏକ ଶବ୍ଦ ଯାହାକୁ କେବେବି ବର୍ଣ୍ଣନା କରିହେବ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ହୃଦୟ ବିଦାରକ ଘଟଣା ବିଷୟରେ କହିବୁ ଯାହା ଆପଣଙ୍କ ଆଖି ରେ ଲୁହ କୁ ଅଟକେଇ ପାରିବେ ନାହିଁ। ତେବେ ଜଣେ ତା ପୁଅ ଦିବ୍ୟାଙ୍ଗ ହୋଇଥିବାରୁ ତାକୁ ରାସ୍ତା କଡ଼ରେ ଛାଡ଼ି ଦେଇ ପଳାଇ ଯାଇଥିଲେ।

ଏହିପରି ହେବା ପରେ ପିଲାଟି ବହୁତ ଦୁଃଖ ପ୍ରକାଶ କରିଛନ୍ତି, ଆଉ କହିଥିଲା ତୁ ପରା ମୋତେ ୯ ମାସ ୧୦ ଦିନ ଗର୍ଭ ରେ ଧରି ରଖିଥିଲୁ। ମୋତେ ପାଇବା ପାଇଁ ଭଗବାନଙ୍କୁ ପୁଜା କରୁଥିଲୁ, ଅସହ୍ୟ ଯନ୍ତ୍ରଣା ଦେଇ ମୋତେ ଜନ୍ମ ଦେଇଥିଲୁ, ମୁଁ ବିକଳାଙ୍ଗ ହୋଇଗଲି ବୋଲି ମୋତେ ଆଜି ତୁ ରାସ୍ତା କଡ଼ରେ ଛାଡ଼ି ଚାଲି ଗଲୁ ବୋଉ।

ଯଦି ଏମିତି କରିବାର ଥିଲା ତାହେଲେ ମୋତେ ଜନ୍ମ ଦେଉ ଦେଉ ମାରି ଦେଲୁନୁ କାହିଁକି? ତୋ ସ୍ତନରୁ କ୍ଷୀର ପିଆଇ ଛୋଟରୁ ବଡ଼ କଲୁ କାହିଁକି, ମୋତେ ଖାଇବାକୁ ନ ଦେଇଥିଲେ ଭୋକରେ ମୁଁ ମରି ଯାଇଥାନ୍ତି ଲୋ ବୋଉ ,ଆଉ ତୁ ମୋତେ ଏମିତି ରାସ୍ତା କଡ଼ରେ ଫିଙ୍ଗି ଦେଇ ଯାଇ ନଥାନ୍ତୁ। ବୋଉ ଲୋକେ କୁଆଡ଼େ କହନ୍ତି ମା ମାନଙ୍କର ଭଲ ପାଇବା ତାଙ୍କ ସନ୍ତାନ ପ୍ରତି ନିଃସ୍ୱାର୍ଥପର ଭାବରେ ରହିଥାଏ।

ହେଲେ ତୋ ଭିତରେ ମୋତେ ଜନ୍ମ ଦେବାର ସ୍ବାର୍ଥ ଲୁଚି ରହିଥିଲା କି, ତୁ କଣ ମୋ ଠାରୁ କିଛି ଆଶା କରିଥିଲୁ କି, ଯେଉଁ ମା ମାନଙ୍କ ପାଇଁ ଭଲ ଭଲ ଶବ୍ଦ ତିଆରି କରାଯାଇଛି ତୁ ସେଇ ମା ନା, କାରଣ ବୋଉ ଯଦି ତୁ ମୋତେ ପାଳି ପାରିଲୁନି ତାହେଲେ ଦୁନିଆରେ ଏତେସାରା ଦିବ୍ୟାଙ୍ଗ ପାଇଁ ଆଶ୍ରମ ରହିଛି।

ମୋତେ ତୁ ସେଇ ଆଶ୍ରମ ରେ ଛାଡ଼ି ପାରିଥାନ୍ତୁ। ହେଲେ ତୁ ସେମିତି କରିଲୁନି। ତି ଜାଣିଛୁ ମୁଁ ଚାଲି ପାରୁନି, କଥା କହି ପାରୁନି ତଥାପି ତୋ ମନକୁ ଟିକିଏ ବି କଷ୍ଟ ହେଲାନି ଯେତେବେଳେ ତୁ ମୋତେ ସେଠାରେ ଫିଙ୍ଗି ଦେଇ ଆସିଲୁ। ତୁ ପରା ମୋତେ ତୋ ଅନ୍ତ ଫାଡ଼ି ଜନ୍ମ ଦେଇଥିଲୁ। ରାସ୍ତା କଡ଼ରେ ଛାଡ଼ି କେମିତି ଆସି ପାରିଲୁ? ହେ ଭଗବାନ ମୁ ଯଦି ଦିବ୍ୟାଙ୍ଗ ମୋ ବୋଉ ଉପରେ ମୁଁ ବୋଝ ହେବି ବୋଲି ଆଗରୁ ଜାଣି ଥିଲ ତାହେଲେ ମୋତେ କାହିଁକି ଜନ୍ମ ଦେଇଥିଲ।

ତୋମେ ପରା ହର୍ତ୍ତା କର୍ତ୍ତା ଦୈବ ବିଧାତା। ମୋତେ ଗର୍ଭ ଭିତରେ ମାରି ଦେଲନି କାହିଁକି? ଆଜି ଭଗବାନଙ୍କୁ ଆଉ ତା ମାଙ୍କୁ ଏମିତି ପ୍ରଶ୍ନ ପଚାରିଛି ରାସ୍ତା କଡ଼ରେ ପଡ଼ିଥିବା ଦିବ୍ୟାଙ୍ଗ ଶିଶୁଟିଏ।

ତେବେ ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଗଛ ମୂଳରେ ଦିବ୍ୟାଙ୍ଗ ପୁଅକୁ ରାସ୍ତା କଡ଼ରେ ଛାଡ଼ି ଚାଲି ଯାଇଥିଲା ବାପା ମା। ସ୍ଥାନୀୟ ଲୋକେ ଦେଖି ମଞ୍ଚେଶ୍ୱର ଥାନା କୁ ଜଣାଇଥିଲେ। ତାପରେ ପୋଲିସ୍ ଆସି ସେ ଦିବ୍ୟାଙ୍ଗ ପିଲାଟିକୁ ଉଦ୍ଧାର କରିଥିଲେ।