ମୁକ ଓ ବଧିର ହୋଇଥିବାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ବୋରୱେଲ ଭିତରେ ବଞ୍ଚିରହିପାରିଥିଲା ରାହୁଲ..ଦେଖନ୍ତୁ ପୁରା video

ରାହୁଲ ଉଦ୍ଧାର ହୋଇଛି ଆଉ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସିତ ହେଉଛି ଏବଂ ରାହୁଲ ଧୀରେ ଧୀରେ ସୁସ୍ଥ ହେବାକୁ ମଧ୍ୟ ଆରମ୍ଭ କଲାଣି | ହେଲେ ଏହାରି ଭିତରେ ରାହୁଲ ଉପରେ ବିଭିନ୍ନ ପ୍ରକାର ଦିଗ କୁ ନେଇ ଆଲୋଚନା ହେବାକୁ ଲାଗିଲାଣି | କିଛି ନ ଖାଇ ପିଇ ପାଞ୍ଚ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ରାହୁଲ ଲଢେଇ କିପରି କଲେ ଆଉ ଲଢେଇ ରେ କିପରି ନିଜକୁ ରକ୍ଷା କରି ପାରିଲେ ତାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଚାଲିଛି |

ଲୋକେ ଏମିତି ମଧ୍ୟ କହୁଛନ୍ତି କି ରାହୁଲ ବଞ୍ଚି ଯିବାର କାରଣ ହେଉଛି ସେ ମୁକ ଆଉ ବଧିର | ରାହୁଲ କୁ କିଛି ଶୁଭୁ ନଥିଲା କି ସେ କାହାକୁ କିଛି କହି ପାରୁ ନଥିଲା ଯାହା ଖାଲି ଇସାରା ରେ ଦେଖାଉ ଥିଲା |

ଏମିତି କହିବା ପଛରେ ମଧ୍ୟ ବହୁତ ବଡ଼ କାରଣ ଅଛି, ଆମେ ଯେତେ ବେଳେ କାହାଠୁ କିଛି ଶୁଣି ଥାଉ ତେବେ ଆମେ ବଡ଼ ରିଆକ୍ଟ ମଧ୍ୟ କରି ଥାଉ ଏବେ କହିଲେ ମଧ୍ୟ କଥା ଆଗକୁ ବଢ଼ି ଥାଏ | କିନ୍ତୁ ଯଦି ଆମେ କାହାକୁ କିଛି କହିବା ନାହିଁ କି ଶୁଣିବା ନାହିଁ ତାହେଲେ ଆମ ଉପରେ ଅଧିକ ପ୍ରଭାବ ପଡ଼ିବ ନାହିଁ |

ଠିକ ସେମିତି ରାହୁଲ ସହିତ ହୋଇ ଥିଲା, ରାହୁଲ କୁ କିଛି ଶୁଭୁ ନଥିଲା କି ସେ କାହାକୁ କିଛି କହିବି ପାରୁ ନଥିଲା ସେଥିପାଇଁ ଏତେ ବଡ଼ ପରିସ୍ଥିତି ରୁ ସେ ରକ୍ଷା ପାଇ ଗଲା | ସେ ଯଦି କିଛି ଶୁଣି ପାରିଥାନ୍ତା ବା କହି ପାରିଥାନ୍ତା ସେଥିପାଇଁ ସେ ଅଧିକ ଭୟଭୀତ ହେବା ସହ ନିଜର ମାନସିକ ସ୍ଥିତି କୁ ହରାଇ ବସି ଥାଆନ୍ତା |

ଯେହେତୁ ସେ କିଛି ଶୁଣି ପାରୁ ନଥିଲା କି କହି ପାରୁ ନଥିଲା ସେଥିପାଇଁ ତାର ମାନସିକ ସ୍ଥିତି ଠିକ ଥିଲା ଆଉ ଏତେ ବଡ଼ ପରିସ୍ଥିତି ରୁ ସେ ବାହାରି ପାରିଲା | ବାହାର କଥା ଶୁଣି ସେ ଅଧିକ ଭୟଭୀତ ହୋଇ ଥାଆନ୍ତା ଏବଂ ଭୟ କରିବା ଦ୍ୱାରା ସେ ଅଧିକ ଅଧୋର୍ଯ୍ୟ ହୋଇ ଥାଆନ୍ତା | ଯାହା ଫଳରେ ତାର ସହନଶୀଳତା ଶକ୍ତି ଧୀରେ ଧୀରେ କମ ହେବାକୁ ଲାଗି ଥାଆନ୍ତା, ତେଣୁ ଏସବୁ ତାର ମୁକ ବଧିର ର ଚମତ୍କାର ଯାହା ଦ୍ୱାରା ସେ ଆଜି ଏକ ନୂଆ ଜୀବନ ପାଇ ପାରିଛି |

ଚାରି ଆଡେ କେବଳ ଉଦ୍ଧାର କରି ଥିବା ଟିମ ଙ୍କୁ ଏବେ ଲୋକେ ପ୍ରଶଂସା କରୁଛନ୍ତି ଏବଂ ରାହୁଲ ଙ୍କର ସାହାସିକତା ପାଇଁ ସେ କିପରି ଆଜି ନୂଆ ଜୀବନ ପାଇ ପାରିଛି ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି |