ଛାତ ଉପରେ ଲୁଗା ଶୁଖାଉଛନ୍ତି କି ?ଛାତ ଉପରେ ଜଗି ବସିଥିଲା ଯମ…ପୁରା ଘଟଣା ଶୁଣିଲେ ମୁଣ୍ଡରେ ହାତ ଦେବେ

ସବୁ ଦିନ ପାଇଁ ସ୍ବାମୀର ହାତ ଛାଡିଦେଲା ସ୍ତ୍ରୀ । କଥା ଦେଇଥିଲେ ସାତ ଜନ୍ମର ସାଥୀ ହେବା ପାଇଁ । ବାହାଘର ମାତ୍ର 3 ବର୍ଷ ହୋଇଥିଲା । ହେଲେ ଅଧା ବାଟରେ ଛାଡି ଚାଲିଗଲା ସ୍ତ୍ରୀ । ଛାତ ଉପରକୁ ଲୁଗା ଶୁଖାଇବାକୁ ୟୟିବା ହେଲା କାଳ । ବିଦ୍ୟୁତ ଆଘାତରେ ଚାଲିଗଲା ଯବାନଙ୍କ ସ୍ତ୍ରୀ ର ଜୀବନ ।ସାରା ଜୀବନ ସାଥୀ ହୋଇ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ । ଜୀବନ ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ କେହି କାହାର ହାତ ଛାଡିବେନି ବୋଲି କହିଥିଲେ, ବେଶ୍ ହସ ଖୁସି ରେ ଚାଲି ଥିଲା ସୁନାର ସଂସାର ।

ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଏତେ ନିବିଡ ହୋଇଥିଲା ଯେ କେହି କାହାକୁ ମୂହୂର୍ତ୍ତ ନଦେଖିଲେ ରହି ପାରୁନଥିଲେ । ଶରୀର ସିନା ଦୁଇଟା ହେଲେ ମନ ପରା ଗୋଟିଏ ଥିଲା ।

ହେଲେ ସେ ହସ ଖୁସିର ସଂସାର ରେ ସତେ ଯେମିତି କାହାର ନଜର ଲାଗିଗଲା । ହଠାତ୍ ତାଙ୍କ ଜୀବନରେ ଘଟି ଆସିଲା କଳା ର ବାଦଲ । ଆଉ କିଛି ମୂହୂର୍ତ୍ତ ଭିତରେ ସବୁ କିଛି ଶେଷ ହୋଇଗଲା । ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ଏକାଠି ବଞ୍ଚିବା ଏକାଠି । ହେଲେ ଅଧା ବାଟରେ ସ୍ତ୍ରୀ ଠକି ଦେଇ ଆରପାରିକୁ ଚାଲି ଗଲା ।

ଏପରି ଏକ ଦୁଃଖଦ ଖବର ଆସିଛି ଢେଙ୍କାନାଳ ଜିଲ୍ଲାର ଭୂବନ ଥାନା ଅନ୍ତ୍ରର୍ଗତ ଭୁଶଳ ଗ୍ରାମରୁ । ଭୁଶଳ ଗ୍ରାମର ଯବାନ ପୁଅ ମନୋଜ ବାରିକ, ଯିଏକି ନିଜର ସାହସିକତା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଙ୍କ ନିକଟରୁ ପୁରସ୍କୃତ ହୋଇଥିଲେ ।

3 ବର୍ଷ ତଳେ ମନୋଜ ତାଳଚେର ଝିଅ ସ୍ମୃତିରେଖାଙ୍କୁ ବୈଦିକ ରିତୀନିତୀରେ ବିବାହ କରିଥିଲେ । ବିବାହ ର କିଛି ଦିନ ବିତିଗଲା ପରେ ମନୋଜ ଏବଂ ତାଙ୍କ ପରିବାର ଲୋକ ନିଷ୍ପତି ନେଲେ ଯେ ସ୍ମୃତିରେଖା ସ୍ବାମୀଙ୍କ ସହ ଯାଇ ଜମ୍ମୁରେ ରହିବେ । ସେପରି ମଧ୍ୟ ହେଲା ସ୍ବାମୀ ସ୍ତ୍ରୀ ଦୁହେଁ ଯାଇ ଜମ୍ମୁରେ ରହିଲେ ।

ପ୍ରତିଦିନ ପରି ସେଦିନ ସ୍ବାମୀ ମନୋଜ ଡ୍ୟୁଟିକୁ ଯାଇଥିବା ସମୟରେ ସ୍ତ୍ରୀ ସ୍ମୃତିରେଖା ଛାତ ଉପରକୁ ଲୁଗା ଶୁଖେଇବାକୁ ଯାଇଥିଲେ ହେଲେ କିଏ ଜାଣିଥିଲା ଛାତ ଉପରକୁ ଯିବା ତାଙ୍କ ପାଇଁ କାଳ ସାଜିବ । ଛାତ ଉପରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତରେ ତଳେ ପଡି ଯାଇଥିଲେ ସ୍ମୃତିରେଖା । ସ୍ବାମୀ ଡ୍ୟୁଟିରୁ ଫେରି ଦେଖନ୍ତି ତ ସ୍ତ୍ରୀ ସ୍ମୃତିରେଖା ବିଦ୍ୟୁତ ଆଘାତ ପାଇ ତଳେ ପଡିଯାଇଛି ।

 ଏହାକୁ ଦେଖି ହଠାତ୍ ମନୋଜଙ୍କ ମୁଣ୍ଡ କାମ କରିନଥିଲା ସଙ୍ଗେସଙ୍ଗେ ସାଥୀ ଯବାନଙ୍କ ସହ ମେଡିକାଲକୁ ନେଇଥିଲେ ,ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ ।

ଶବ ବ୍ୟବଚ୍ଛେଦ ପରେ ଓଡିଶା ଆସିଥିଲା ତାଙ୍କ ମର ଶରୀର । ସ୍ମୃତିରେଖାଙ୍କ ମୃତ ଶରୀର ଶାଶୁଘରେ ଆସି ପହଞ୍ଚିଥିଲା ,ତାଙ୍କୁ ଦେଖିବା ପାଇଁ ଗାଁ ଲୋକମାନଙ୍କର ଭିଡ ଲାଗିଥିଲା । ସ୍ମୃତିରେଖାଙ୍କର ଏପରି ଅକାଳ ମୃତ୍ୟୁକୁ ନେଇ ଭୁଶଳ ଗାଁରେ ଶୋକର ଛାୟା ଖେଳିଯାଇଛି । ସ୍ମୃତିରେଖାଙ୍କର ପାର୍ଥିବ ଶରୀରକୁ ଗ୍ରାମ୍ୟ ମଶାଣିରେ ଦାହ କରାଯାଇଛି ।