ତେଲରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ ମାତ୍ର 15 ଦିନରେ ପେଟ, ଜଙ୍ଘର ଚର୍ବି କୁ ଗାୟବ କରନ୍ତୁ । Priyanka’s Tips

ଆଜିକାଲି ଲୋକେ ଅତ୍ୟାଧୁନିକ ଜୀବନଶୈଳୀ କାରଣରୁ ଆଉ ଅନିୟମିତ ଜୀବନଶୈଳୀ କାରଣରୁ ଅନେକ ପ୍ରକାର ରୋଗର ଶିକାର ହେଉଛନ୍ତି। ଆଉ ତା ମଧ୍ୟରୁ ଏକ ବଡ ସ୍ବାସ୍ଥ୍ୟ ଜନିତ ସମସ୍ୟା ହେଉଛି ପେଟରେ ଚର୍ବି ଜମିବା ବା ପେଟ ବଢିବା। ତେଣୁ ପ୍ରାୟତଃ ଲୋକ ନିଜର ଓଜନ ବଢିବାକୁ ନେଇ ବହୁତ୍ ଚିନ୍ତିତ ଥାଆନ୍ତି। ଏମିତିକି ପେଟର ଚର୍ବି ହ୍ରାସ କରିବା ପାଇଁ ଓ ନିଜର ମୋଟାପଣ କମାଇବାକୁ ଅନେକ ପଦ୍ଧତି ଆପଣାଇ ଥାଆନ୍ତି।

ସେଥିପାଇଁ ସେମାନେ ସମୟକ୍ରମେ ଔଷଧରସେବନ ମଧ୍ୟ କରିଥାନ୍ତି। ଆଉ ବେଳେବେଳେ ଏହାର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ମଧ୍ୟ ହୁଅନ୍ତି।ସେଥିପାଇଁ ଅନେକ ଲୋକ ଅନେକ ଜିନିଷ ମଧ୍ୟ ଖାଇବାରେ ମିଶାନ୍ତି ନାହିଁ।

ତେବେ ମୋଟାପଣ କମାଇବା ପାଇଁ ଖାଦ୍ୟର ଏକ ଡ଼ାଇଟ ଚାଟ କରିବା ମଧ୍ୟ ଆବଶ୍ୟକ, ଯେଉଁଥିରେ ଆପଣ ନିଜର ଖାଦ୍ୟକୁ କମାଇବା ସହିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଯୁକ୍ତ କରି ପାରିବେ।ଏଥିପାଇଁ ଆପଣଙ୍କର ବିଏମଆଇ କୁ ଜାଣିବାକୁ ପଡ଼ିବ ଯେ ଏହାର ପରିମାପ କେତେ ଅଛି। ଯଦି ଏହା 25 ରୁ ଅଧିକ ହେଲା ତାହାଲେ ଅଭର ୱେଟ

ଏବଂ 30 ରୁ ଅଧିକ ହେଲେ ଏହା ମେଦ ବହୁଲତା ବା ଓବେସିଟି। ତେବେ ମୋଟପଣ କମାଇବା ପାଇଁ ଆପଣଙ୍କୁ ଶାରିରୀକ ବ୍ୟାୟାମ ଏବଂ ଖେଳକୁଦ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହାଛଡା ଶରୀରକୁ ସକ୍ରିୟ ରଖିବା ସହିତ ଆପଣଙ୍କୁ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବାକୁ ପଡିବ। ଅଧିକ ମସଲା, ତେଲଯୁକ୍ତ ଖାଦ୍ୟ ଖାଇବାରୁ ବଞ୍ଚିତ ରହିବାକୁ ପଡିବ। ଖାଦ୍ୟକୁ ସଠିକ ଭାବରେ ଆଉ ସଠିକ ସମୟରେ ଗ୍ରହଣ କରିବାକୁ ପଡ଼ିବ।

 


ଆଜି ଆମେ ଆପଣ ମାନଙ୍କ ପାଖକୁ ନେଇ ଆସିଛୁ କିଛି ଏପରି ଘରେଇ ଟିପ୍ସ ଯାହାକୁ ଆପଣ ମାନେ ମଧ୍ୟ ବ୍ୟବହାର କରିକି ନିଜ ଶରୀରରେ ବଢିଯାଉଥିବା ବଳକା ଚର୍ବିକୁ କମେଇପାରିବା ସହିତ ନିଜ ଶରୀରକୁ ଫିଟ ଏଣ୍ଡ ଫାଇନ ରଖିପାରିବେ ,

ପ୍ରସ୍ତୁତି ପ୍ରଣାଳୀ :-

 

ପ୍ରଥମେ ଆମେ ଗୋଟିଏ ଗିନା ନେବା ଓ ତାପରେ ସେଥିରେ କିଛି ସୋରିଷ ତେଲ ଅର୍ଥାତ ଗୋଟିଏ ଚାମଚ ସୋରିଷ ତେଲ ନେବା, ତାପରେ ସେଥିରେ ଅଧା କଟା ଯାଇଥିବା ଲେମ୍ବୁର ରସ ନେବା ଯେପରି ସେଥିରେ ମଞ୍ଜି ରହିବ ନାହିଁ, ପୁଣି ସେଥିରେ ମିଶାଇବା ଅଧା ଚାମଚ ଭିକ୍ସ ଆଉ ତାକୁ ଭଲ ଭାବରେ ଗୋଳାଇ ଦେବା ଆଉ ଶେଷରେ ନେବା କର୍ପୁର ଗୁଣ୍ଡ ଅଳ୍ପ ଆଉ ସେହି ସବୁକୁ ଭଲ ଭାବରେ ଗୋଳାଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା |

ବ୍ୟବହାର :-

ପ୍ରସ୍ତୁତ ହେଇଥିବା ପେଷ୍ଟକୁ ଆମେ ଆମ ଶରୀରରେ ଯେଉଁ ସବୁ ଜାଗାରେ ଚର୍ବିର ପରିମାଣ ବଢିଯାଇଛି ସେହି ସବୁ ସ୍ଥାନରେ ବ୍ୟବହାର କରିପାରିବା , ଆମେ ଜାଣିଛୁ ଚର୍ବି କୁ କୋମାଇବାରେ କିଛି ପରିମାଣରେ ଶରୀରରେ ଝାଳ ମଧ୍ୟ ସାହାଯ୍ୟ କରିଥାଏ , ତେଣୁ ଏହି ପେଷ୍ଟକୁ ଲଗାଇବା ସ୍ଥାନରେ ଝାଳ ବହିଥାଏ ଓ ଚର୍ବି କମିଯାଏ, ଏହାକୁ ଆମେ ସକାଳେ ବ୍ୟାୟାମ କରିବା ଆଗରୁ ନହେଲେ ଚାଲିବା ବେଳେ ବ୍ୟବହାର କରିପାରିବା, ଏହି ପେଷ୍ଟକୁ ରାତିରେ ମଧ୍ୟ ଶୋଇବା ବେଳେ ବ୍ୟବହାର କରିବା ଓ ସକାଳେ ଧୋଇଦେବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।