Energy Milk – ମାତ୍ର ୭ ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, ରକ୍ତର ଅଭାବ, ଆଖିରୁ ଚଷମା ହେବ ଦୂର

ଆଜିର ଦିନରେ ଆପଣ ଦେଖିବାକୁ ପାଉଥିବେ ଯେ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଅଣ୍ଟା ବା ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖା ଯାଉଛି । ଛୋଟ ପିଲାମାନଙ୍କ ଠାରେ ରକ୍ତ ର ଅଭାବ ଦେଖାଯାଉଛି ଏବଂ ଆଖିରେ ମଧ୍ୟ ଚଷମା ବ୍ୟବହାର କରୁଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ କ୍ଷୀର ସେୟାର କରିବୁ , ଯାହାକି ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି କ୍ଷୀର ଲାଭଦାୟକ ଅଟେ । ଏହି କ୍ଷୀର ଭିଟାମିନ ଓ ମିନେରାଲସ୍ ରେ ଭରପୁର ଅଟେ , ଏହା ଏତେ ସ୍ୱାଦିଷ୍ଟ କି ଆପଣ ପ୍ରତିଦିନ ପିଇଲେ ବି ମନ ଭରିବନାହିଁ ।

ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. କ୍ଷୀର 2. ଡ୍ରାଏ ଖଜୁରୀ 3. ଆଲମଣ୍ଡ 4. ଡାଲଚିନି 5. ହଳଦୀ

ପ୍ରସ୍ତୁତି ପ୍ରଣାଳୀ :-

ଏଥିପାଇଁ ଆବଶ୍ୟକ ହେବ ଲୋ ଫ୍ୟାଟ କ୍ଷୀର , ସେଥିପାଇଁ ଆପଣ ମାନେ ପ୍ରଥମେ କ୍ଷୀରରୁ ସର ବା କ୍ରିମ ବାହର କରି ନିଅନ୍ତୁ । ଏହାପରେ ସେଥିରୁ ଏକ କପ ଲୋ ଫ୍ୟାଟ କ୍ଷୀର ନେଇ ଆସନ୍ତୁ , ସେଥିରେ 5-7 ଟି ଡ୍ରାଏ ଖଜୁରୀକୁ ସେହି କ୍ଷୀରରେ ବତରାଇ ଦିଅନ୍ତୁ ।

 

କାରଣ ଏହା ବହୁତ ହାଡ୍ ହୋଇଥାଏ ତେଣୁ ଏହାକୁ ପାଣିରେ ହେଉ ବା କ୍ଷୀରରେ ବତୁରାଇ ରଖିପାରିବେ । ଗୋଟିଏ ଖଜୁରୀ ରେ ଆପଣଙ୍କୁ ଆଇରନ , କ୍ୟାଲସିୟମ , ପଟାସିୟମ , ଜିଙ୍କ ଏବଂ ସଲଫଟ୍ ମିଳିଥାଏ । କ୍ଷୀର ସହିତ ଏହାର ସେବନ କରିବା ଦ୍ୱାରା ବାରମ୍ୱାର ଆପଣଙ୍କୁ ଥଣ୍ଡା କାଶ , ଝିଙ୍କ ଏବଂ ନିଦ ନଆସିବା ଭଳି ସମସ୍ୟାକୁ ଦୂର କରିଥାଏ ।

ଡାଇଜେସନ ଏଥିରୁ ଠିକ୍ ହୋଇଥାଏ , ଜଏଣ୍ଟପେନ ଭଳି ସମସ୍ୟା କୁ ଦୂର କରିଥାଏ ଏବଂ ଏହା ଆମ ସ୍କିନ ଏବଂ କେଶ ପାଇଁ ବହୁତ ଭଲ ଅଟେ । କ୍ଷୀରରେ ବତାରି ରଖାଯାଇଥିବା ଖଜୁରୀ ରୁ ମଞ୍ଜି ବାହାର କରି ନିଅନ୍ତୁ । ଏବେ ଆପଣ ଏହି ଖଜୁରୀ ସବୁକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ , ଏବେ ଏଥିରେ ଆପଣ ଆଲମଣ୍ଡ ବା ବାଦାମ ର ପ୍ରୟୋଗ କରନ୍ତୁ । ଏଥିରୁ ମଧ୍ୟ ବହୁତ ସାରା ଭିଟାମିନ ଓ ମିନେରାଲ ମିଳିଥାଏ । ଏହାକୁ ଯଦି ଆପଣମାନେ ପ୍ରତିଦିନ ଖାଇବେ ଆପଣଙ୍କର ମେମରି ପାୱାର ବଢିଥାଏ । ଏହି ବାଦାମକୁ ପ୍ରଥମେ ଏହିପରି ଛୋ଼ଟ ଛୋଟ କରି କାଟି ଦିଅନ୍ତୁ ।


ଏବେ ଆପଣ ଏକ ପାତ୍ର ଗ୍ୟାସ ଉପରେ ବସାନ୍ତୁ , ଏବେ ସେଥିରେ ଅଢେଇ କପ କ୍ଷୀର ଢାଳନ୍ତୁ । ସେଥିରେ ଖଜୁରୀ ପେଷ୍ଟ ଓ ଆଲମଣ୍ଡର ପ୍ରୟୋଗ କରନ୍ତୁ , ଏବେ ସେଥିରେ ଅଳ୍ପ ହଳଦୀ ଏଡ୍ କରନ୍ତୁ ।

କ୍ଷୀରରେ ହଳଦୀ ମିଶା ପିଇବା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । କ୍ଷୀରଟି ସାମାନ୍ୟ ଗରମ ହୋଇଆସିବା ପରେ ସେଥିରେ ଗୋଟେ ଡାଲଚିନି ଖଣ୍ଡ ଓ ଡ୍ରାଏ ଖଜୁରୀରର ପେଷ୍ଟ ଏଡ୍ କରନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ସାମାନ୍ୟ ବହଳିଆ ହୋଇ ଆସିଲେ ଗ୍ୟାସ ଅଫ୍ କରି ଗ୍ଲାସକୁ ବାହାର କରି ଆଣନ୍ତୁ ।

ସେବନ ପ୍ରଣାଳୀ :-

ଏହି କ୍ଷୀରକୁ ଆପଣ ମାନେ କୌଣସି ସମୟରେ ସେବନ କରି ପାରିବେ , ଦିନରେ ବା ରାତିରେ ବା ସକାଳେ କେବେବି ପିଇ ପାରିବେ । ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ ।