ଖୁସି ଖବର ! ଆସିଲା ନୂଆ ମେଡିସିନ୍ ଯାହାକୁ ଆପଣେଇଲେ କେବେବି କ୍ୟାନସର ପାଖ ମାଡିବନି ୧୦୦% ଗ୍ୟାରେଣ୍ଟି – Dr. Deepika Mishra

ଆପଣଙ୍କ ପାଇଁ ଏକ ଖୁସି ଖବର। ଚିକିତ୍ସା ବିଜ୍ଞାନରେ ଚମତ୍କାର। ଔଷଧରେ ଓଭାନ ମାରାତ୍ମକ କ୍ୟାନସର । ଅବିଶ୍ୱସନୀୟ ଖବର ଆସିଛି ନ୍ୟୁୟର୍କ ରୁ। ନ୍ୟୁୟର୍କ ଟାଇମସ୍ ରେ ପ୍ରକାଶିତ ତଥ୍ୟ ଅନୁସାରେ ନ୍ୟୁୟର୍କ ସ୍ଥିତ ସ୍ଲୋଆନ କେଟେରିଂ କ୍ୟାନସର ସେଣ୍ଟର ରେ ୧୮ ଜଣ ରୋଲ କ୍ୟାନସର ବା ମଳଦ୍ୱାର କର୍କଟ ଆକ୍ରାନ୍ତ ରୋଗୀଙ୍କୁ ପରୀକ୍ଷାମୂଳକ ଭାବେ ନିଆ ଯାଇଥିଲା । ୬ ମାସ ଧରି ସେମାନଙ୍କୁ ଡୋଷ୍ଟାରଲିମ୍ୟାବ୍ ନାମକ ଏକ ପ୍ରକାର ଔଷଧ ଦିଆଯାଇଥିଲା ।

ଲ୍ୟାବରେ ସ୍ୱତନ୍ତ୍ର ପ୍ରକାର ଅଣୁରେ ପ୍ରସ୍ତୁତ ଏହି ଔଷଧ ଖାଇବା ପରେ ସମସ୍ତ ୧୮ ଜଣ ରୋଗୀଙ୍କର ମଳଦ୍ୱାରରୁ ଟ୍ୟୁମର ଗାଏବ ହୋଇଯାଇଛି ।ରୋଗୀଙ୍କ ଶାରିରୀକ ପରୀକ୍ଷଣ, ଏଣ୍ଡୋସ୍କୋପି, ଏଢ଼ୋଆରଆଇ ଏବଂ ପିଇଟି ସ୍କାନ ପରେ ମଧ୍ୟ କ୍ୟାନସରର ଟିକିଏ ବି ଲକ୍ଷଣ କି ଭୂତାଣୁ ଆଉ ଦେଖିବାକୁ ମିଳିନାହିଁ ।

ସ୍ଲୋଆନ କେଟେରିଂ କ୍ୟାନସର ଇନଷ୍ଟିଚ୍ୟୁଟର ଡାକ୍ତର ଲୁଇଜ୍ ଏ ଡିଆଜ ଏହି ଚମତ୍କାରିତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଭଳି ଚିକିତ୍ସା କ୍ୟାନସର ଇତିହାସରେ ପ୍ରଥମ ।ତେବେ ଏ ଔଷଧ ସମସ୍ତ କ୍ୟାନସର ରୋଗୀଙ୍କ ପାଇଁ ଫଳପ୍ରଦ କି ନାହିଁ ସେନେଇ ଅଧିକ ପରୀକ୍ଷା ନିରୀକ୍ଷା କରିବାର ଆବଶ୍ୟକତା ରହିଛି ।

ଯାହାକୁ ବରିଷ୍ଠ କର୍କଟ ରୋଗ ଚିକିତ୍ସକମାନେ ବି ସମର୍ଥନ କରିଛନ୍ତି । ସେମାନଙ୍କ ମତରେ ଏବେ ଯେଉଁ ଟାର୍ଗେଟେଡ୍‌ କେମୋ ଥେରାପି, ଇଫେକ୍ଟିଭ୍‌ କେମୋ ଥେରାପି ଓ୍ୱିଥ୍ ଇମିନ୍ୟୁ ଥେରାପି ମିଶାଇ କରି ଦିଆଯାଉଛି । ଯାହାକି ଅତ୍ୟାଧୁନିକ ମଳଦ୍ୱାର କ୍ୟାନସରକୁ ଭଲ କାମ ଦେଉଛି । ତେବେ ଭାରତ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ସେ ସଂଜିବନୀ କେତେ ଫଳପ୍ରଦ ତା ଉପରେ ଅଧିକ ଗବେଷଣା ଜରୁରୀ ।

ସମସ୍ତେ ଜାଣନ୍ତି କ୍ୟାନସର ଏକ ଦୁସାଧ୍ୟ ରୋଗ । ରୋଗୀ ଏଥିରୁ ମୁକୁଳିବା ବହୁତ କମ୍ । ଏହାର ନିରାକରଣ ପାଇଁ ଏବେ ମୁଖ୍ୟତଃ ଇମ୍ୟୁନୋ ଥେରାପି ଓ କେମୋ ଥେରାପି ଭଳି ଦୁଇ ପ୍ରକାର ପଦ୍ଧତି ଅନୁସରଣ କରାଯାଉଛି ।

ତେବେ କର୍କଟ ରୋଗ ଚିକିତ୍ସକଙ୍କ ମତରେ ନ୍ୟୁୟର୍କରେ ଯେଉଁ ଟ୍ରିଟ୍‌ମେଣ୍ଟ ହୋଇଛି, ତାହା ଇମ୍ୟୁନୋ ଥେରାପି ଶ୍ରେଣୀର । ଆମ ଦେଶରେ ମଧ୍ୟ ଅନେକ ପ୍ରକାର କ୍ୟାନସର ରୋଗ ପାଇଁ ଇମ୍ୟୁନୋ ଥେରାପି ବ୍ୟବହାର ହେଉଛି । ଯେମିତିକି ଲଙ୍ଗ କ୍ୟାନସର, ବ୍ରେଷ୍ଟ କ୍ୟାନସର, କୋଲୋନ କ୍ୟାନସର ଓ ସ୍କିନ କ୍ୟାନସର ।ତେବେ ମଳଦ୍ୱାର କ୍ୟାନସର ଭଲ କରିଥିବା ଡୋଷ୍ଟାରଲିମ୍ୟାବ୍ ମେଡିସିନ୍‌ର ଆଦୌ ସାଇଟ୍ ଇଫେକ୍ଟ ନାହିଁ ବୋଲି ଦାବି କରାଯାଇଛି ।

ଏହା ପରେ ଏହା ଏକ ଭଲ ଖବର ଓ ଏହାକୁ ଅଧିକରୁ ଅଧିକ ରୋଗୀଙ୍କ ଉପରେ ପ୍ରୟୋଗ କରାଯିବା ଦରକାର ବୋଲି କହିଛନ୍ତି ଡାକ୍ତର । ଯେହେତୁ ଏ ପ୍ରକାର ଔଷଧ ଅତ୍ୟଧିକ ବ୍ୟୟବହୁଳ, ତେଣୁ ଶୀଘ୍ର ଭାରତ ସରକାର ଏହା ଉପରେ ଅନୁଧ୍ୟାନ କରି ଶସ୍ତାରେ ଏ ପ୍ରକାର ମେଡିସିନ୍ ଉପଲବ୍ଧ କରାଇଲେ ବହୁ ଜୀବନ ରକ୍ଷା ହୋଇପାରନ୍ତା ବୋଲି କହିଛନ୍ତି କର୍କଟ ରୋଗୀଙ୍କ ସଂପର୍କୀୟ ।କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଦୀର୍ଘ ବର୍ଷ ଧରି ବୃହତ୍ତ ଦୁସାଧ୍ୟ ରୋଗ ଭାବେ ଗଣାଯାଉଛି କ୍ୟାନସର । ଏମିତିକି ଫଳପ୍ରଦ ଚିକିତ୍ସା ନଥିବାରୁ ବର୍ଷକୁ ଏଥିରେ କୋଟିଏରୁ ଅଧିକ ଲୋକଙ୍କ ଜୀବନ ବି ଯାଉଛି । ତେବେ ଏଭଳି ଏକ ସମୟରେ ନ୍ୟୁୟର୍କରେ କର୍କଟ ରୋଗ ଭଲ ହେଉଥିବା ଖବର, ଯେମିତି ଚିକିତ୍ସା ବିଜ୍ଞାନ ପାଇଁ ଆଣିଛି ଏକ ନୂଆ ସଂଜବନୀ ।