ଦେଖନ୍ତୁ shocking ଭିଡିଓ. ନିମାପଡ଼ା ଦହିଜଙ୍ଗ ବ୍ରିଜ ଉପରେ ଘୁରି ବୁଲୁଛି ବିଷ୍ଣୁ, ପଥିକଙ୍କୁ ପଚାରୁଛି ନ୍ୟାୟ କେବେ ମିଳିବ ମତେ |

ରାତି ଅଧରେ ପ୍ରେମିକ ର ଫୋନ କଲ ଆସେ, ଧନ ଘର ପାଖକୁ ଆସ ଦେଖା କରିବା ଆଉ ଏହା ଶୁଣି ମନର ନାୟିକା କୁ ପ୍ରେମିକା ଘର ପାଖକୁ ପ୍ରେମିକ ବାହାରି ଯାଏ | ହେଲେ ସକାଳୁ ସକାଳୁ ପୋଲ ତଳୁ ପ୍ରେମିକ ର ମୃତ ଦେହ ମିଳେ, ଦଳିତ ର ପ୍ରେମ କାହାଣୀ କେମିତି ପାଦରେ ଦଳି ହୋଇ ମରି ଯାଏ | ଏ ପ୍ରେମ ଚିତ୍କାର କରି କହୁଛି, ତୁମେ ମନେ ହେଉଛ ଦଳିତ ସେଥିପାଇଁ ତମ ମାନଙ୍କର ପ୍ରେମ କରିବାର ଅଧିକାର ନାହିଁ କି ନ୍ୟାୟ ପାଇବାର ମଧ୍ୟ ଅଧିକାର ନାହିଁ |

ପୁରୀ ଜିଲ୍ଲା ନିମାପଡ଼ା ପୌର ପଞ୍ଚାୟତ ଦକ୍ଷିଣା ସାହି ରେ ଅନ୍ୟାୟ କର ଦୃଶ୍ୟ ଦେଖିବା ପାଇଁ ମିଳିଛି | ଆଉ କେତେ ଦିନ ଅପେକ୍ଷା କରିବୁ ଆମେ ଦଳିତ ବୋଲି କଣ ଆମକୁ ନ୍ୟାୟ ନାହିଁ, ଦଳିତ ପରିବାର ରେ କଣ ଜନ୍ମ ହୋଇ ଥିଲୁ ଏହା କଣ ଆମର ସବୁଠାରୁ ବଡ଼ ଦୋଷ |

ଆମେ ବଞ୍ଚିକି କି ଲାଭ ପ୍ରଶାସନ ଆଗରେ ହାତ ଯୋଡ଼ି ପ୍ରଶାସନ କୁ ଏମିତି ପଚାରିଛନ୍ତି ଗୋଟେ ଦଳିତ ପରିବାର | ଖବର ମୁତାବକ ଦକ୍ଷିଣା ସାହି ର ବଳରାମ ଭୂଇଁ ଙ୍କ ପୁଅ ବିଷ୍ଣୁ ଭୂଇଁ ଙ୍କ ସହ ନିମାପଡ଼ା ଦହିଛକ ଗାଁ ର ଏକ ଯୁବତୀ ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠି ଥିଲା |

ଯୁବତୀ ଜଣଙ୍କ ନିଜ ଘର ଛାଡ଼ି ଯୁବକ ଙ୍କ ପାଖକୁ ବିବାହ କରିବା ପାଇଁ ପଳାଇ ଆସି ଥିଲେ | କିନ୍ତୁ ଝିଅ ଘର ଲୋକ ବିବାହ କରିବାର ପ୍ରତିଶୃତି ଦେଇ ଝିଅ କୁ ନେଇ ପଳାଇ ଥିଲେ | କିଛି ଦିନ ପରେ ଅର୍ଥାତ 10 ଅଗଷ୍ଟ 2021 ରେ ଯୁବତୀ ବିଷ୍ଣୁ ଙ୍କୁ ଫୋନ କରି ତାଙ୍କ ସହ ଦେଖା କରିବା ପାଇଁ ଡାକି ଥିଲେ ଆଉ ଡାକ ଶୁଣି ବିଷ୍ଣୁ ମଧ୍ୟ ଦେଖା କରିବା ପାଇଁ ଚାଲି ଯାଏ |

ହେଲେ ତାପରଦିନ ସକାଳ ମାନେ 11 ଅଗଷ୍ଟ 2021 ରେ ବିଷ୍ଣୁ ଙ୍କ ମୃତ ଦେହ ଦହିଜଙ୍ଗ ବ୍ରିଚ ନିକଟସ୍ଥ ଏକ ନିର୍ମାଣ ପୋଲ ତଳୁ ମିଳେ | ଏହାକୁ ନେଇ ବିଷ୍ଣୁ ଙ୍କ ବାପା ନିମାପଡ଼ା ଥାନା ରେ ମାମଲା ରୁଜୁ କରି ଥିଲେ ସତ କିନ୍ତୁ ଏପର୍ଯ୍ୟନ୍ତ ନ୍ୟାୟ ମିଳି ପାରି ନାହିଁ |

ନ୍ୟାୟ ଅପେକ୍ଷା ରେ ଏବେ ପର୍ଯ୍ୟନ୍ତ ପୁରା ଦଳିତ ପରିବାର ରହିଛନ୍ତି, ଆଉ ସେପଟେ ଆମକୁ ଯଦି ନ୍ୟାୟ ନ ମିଳେ ତାହେଲେ ଆମେ ମାନେ ଜୀବନ ହାରି ଦେବୁ ବୋଲି ପ୍ରଶାସନ କୁ କହିଛନ୍ତି | ତେବେ ଏଠାରେ ଗୋଟିଏ ବଡ଼ ପ୍ରଶ୍ନ ପ୍ରଶାସନ ଏମାନଙ୍କୁ ନ୍ୟାୟ ଦେଉଛି ନା ଏମାନଙ୍କ ଜୀବନ ହରିବାକୁ ଅପେକ୍ଷା କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।