୨ ମିନିଟରେ ଭୟଙ୍କର ରୁ ଭୟଙ୍କର ଦାନ୍ତବିନ୍ଧା ଭଲ ହେବ, ଦାନ୍ତରେ ପୋକ,ପାଇରିଆ ଦୂର ହେବ |

ବର୍ତ୍ତମାନ ସମୟରେ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ଠାରେ ମଧ୍ୟ ଦାନ୍ତ ବିନ୍ଧା , ମାଢି ଫୁଲା ଏବଂ ଦାନ୍ତରେ ପୋକ ଭଳି ସମସ୍ୟା ଦେଖାଯାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ମେଡିସିନ ସେବନ କରିଥାନ୍ତି । କିନ୍ତୁ ସେଥିରେ ବିଶେଷ କିଛି ଲାଭ ଦେଇ ନଥାଏ , ଶୀତ ଦିନେ ଅନେକ ଲୋକଙ୍କର ଅସହନୀୟ ଦାନ୍ତ ବିନ୍ଧା ହୋଇଥାଏ ।

ଆପଣଙ୍କ ଦାନ୍ତ ବିନ୍ଧା ଯେତେବି ପୁରୁଣା ହୋଇଥାଉ ଏହାର ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଆପଣଙ୍କପ ଦାନ୍ତ ବିନ୍ଧା ତୁରନ୍ତ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ରେଡିଡୀ ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।


ଉପଚାର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡିକ ହେଇଛି :-
1. ପିଜୁଳି ପତ୍ର
2. ହଳଦୀ
3. ଲବଙ୍ଗ
ପ୍ରଥମ ରେମିଡୀ :-

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ମାନେ ପିଜୁଳିର 5 – 6 ଟି ପତ୍ର ନିଅନ୍ତୁ , ପ୍ରଥମେ ଆପଣ ସମସ୍ତ ପତ୍ରକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । ପ୍ରଥମ ରେମିଡିକୁ ବନେଇବା ପାଇଁ ଆପଣଙ୍କୁ 4 ଟି ପିଜୁଳି ପତ୍ରର ଆବଶ୍ୟକତା ପଡିବ ।

 ପ୍ରଥମେ ଆପଣ ଏହାକୁ ଛୋଟ ଛୋଟ ପିସ୍ ରେ ଛିଡେଇ ଦିଅନ୍ତୁ । ଆମକୁ ଏଥିପାଇଁ ପିଜୁଳି ପତ୍ରର ରସ ଆବଶ୍ୟକତା ପଡିବ ତେଣୁ ଆପଣ ମାନେ ଏହାକୁ ଛେଞ୍ଚି ବା ବାଟି ତାର ରସ ବାହାର କରିନିଅନ୍ତୁ । ଏହା ପରେ ଏକ କଟନ ସାହାର୍ଯ୍ୟରେ ପିଜୁଳି ରସରେ ବୁଡାଇ ଚୁମିଟାଏ ହଳଦୀ ସେଥିରେ ପ୍ରୟୋଗ କରନ୍ତୁ । ତାହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ବର୍ତ୍ତମାନ ପ୍ରସ୍ତୁତ ହୋଇ ସାରିଛି ପ୍ରଥମ ରେମିଡୀ ।

ପ୍ରୟୋଗ ପ୍ରଣାଳୀ :-

ଯେଉଁ ଦାନ୍ତ ଆପଣଙ୍କର ବିନ୍ଧୁ ଅଛି ସେହି ଦାନ୍ତରେ ଏହାକୁ ଚାପି 30 ମିନିଟ ବା ଅଧଘଣ୍ଟା ପର୍ଯ୍ୟନ୍ତ ଆପଣ ଏହାକୁ ଦୁଇ ଦାନ୍ତ ମଧ୍ୟରେ ଚାପି ରଖନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ , ଯଦି ଆପଣଙ୍କର ଦାନ୍ତ ବିନ୍ଧୁ ନାହିଁ କିନ୍ତୁ ଆପଣଙ୍କୁ ପାଇରିଆ ଭଳି ସମସ୍ୟା ଅଛି ।

ତେବେ ଆପଣ ଏଥିରେ ଦୁଇ ଟୋପା ସୋରିଶ ତେଲ ଏବଂ ଚିମୁଟାଏ ଲୁଣ ମିଶାଇ ଏହି ମିଶ୍ରଣକୁ ଆପଣଙ୍କ ମାଢିରେ ଆଙ୍ଗୁଳି ସାହାର୍ଯ୍ୟରେ ମସାଜ୍ କରନ୍ତୁ । ଦେଖିବେ ଏହାକୁ କିଛି ଦିନ ଏମିତି ଘୋଷିବା ଦ୍ୱାରା ଆପଣଙ୍କ ପାଇରିଆ ଭଳି ସମସ୍ୟା ଦୂର ହୋଇଯିବ ,।

ଦ୍ୱିତୀୟ ରେମିଡି :-

ଆପଣ ପ୍ରଥମେ ଗୋଟିଏ ପାତ୍ରରେ ଏକ ଗ୍ଲାସ ପାଣି ଢାଳନ୍ତୁ , ତାହାକୁ ଗରମ ହେବାକୁ ଦିଅନ୍ତୁ । ତା ପରେ ସେଥିରେ ଧୋଇକରି ରଖିଥିବା 4 ରୁ 5 ଟି ପିଜୁଳି ପତ୍ର ପକାନ୍ତୁ । ଏହି ରେମିଡି ମଧ୍ୟ ଦାନ୍ତ ସମ୍ୱନ୍ଧିତ ସମସ୍ତ ସମସ୍ୟାକୁ ଦୂର କରିଥାଏ ।

ଏବେ ଆପଣ ଏହି ପାଣିରେ 4 ରୁ 5 ଟି ଲବଙ୍ଗ ପକାନ୍ତୁ , ଲବଙ୍ଗ ଆମ ଦାନ୍ତ ବିନ୍ଧାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ 5 ରୁ 7 ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଫୁଟାନ୍ତୁ , ଏବେ ଗ୍ୟାସ କୁ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଛାଣା ସାହାର୍ଯ୍ୟରେ ଏକ ଗ୍ଲାସ କୁ ଛାଣି ନିଅନ୍ତୁ । ସେହି ପାଣିରେ ଅଳ୍ପ ଫିଟିକିରି ଚୂନ ପ୍ରୟୋଗ କରନ୍ତୁ ।

ପ୍ରୟୋଗ ପ୍ରଣାଳୀ :-
ଆପଣ ଏହି ପାଣିକୁ ପାଟିରେ ରଖି କୋଳି କରନ୍ତୁ ଏହିପରି 5 ଥର କୋଳି କରନ୍ତୁ । ଏହାପରେ ପ୍ରଥମ ରେମିଡୀକୁ ନେଇ ଦାନ୍ତ ମଧ୍ୟରେ ଅଧଘଣ୍ଟେ ପର୍ଯ୍ୟନ୍ତ ଚାପି ରଖନ୍ତୁ । ଦିନକୁ ଥରେ ଏହି ରେମିଡୀ ପ୍ରୟୋଗ କରନ୍ତୁ ଦାନ୍ତ ବିନ୍ଧା ଭଳି ସମସ୍ୟା ଗାଏଫ୍ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।