ଦେଖନ୍ତୁ କେମିତି ନୂଆ ବିବାହ କରିଥିଲେ ollywood ହିରୋଇନ୍ ମାନଙ୍କର ପ୍ରଥମ ସାବିତ୍ରୀ ବ୍ରତ ପାଳନ…ଦେଖନ୍ତୁ video

ହିନ୍ଦୁ ମହିଳା ସେମାନଙ୍କ ସ୍ବାମୀ ଓ ପରିବାରର ମଙ୍ଗଳ ପାଇଁ ବାର୍ଷିକ ଅନେକ ଓଷା ,ଉପବାସ ଓ ବ୍ରତ ପାଳନ କରନ୍ତି। ଏଥିରେ ସାବିତ୍ରୀ ବ୍ରତ ଅନ୍ୟତମ। ସଧବା ହିନ୍ଦୁ ମହିଳାମାନେ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରନ୍ତି। ଚଳିତ ବର୍ଷ ସୋମବାର ପଡିଛି ସୋମବତୀ ଅମାବାସ୍ୟା। ଏହି ମହାଯୋଗରେ ମହିଳାମାନେ ସାବିତ୍ରୀ ବ୍ରତକରିବା ଅତ୍ୟନ୍ତ ଶୁଭଙ୍କର ଓ ଫଳପ୍ରଦ ବୋଲି କହିଛନ୍ତି ଜ୍ୟୋତିଷ ଓ ପଣ୍ଡିତଗଣ। ଓଡିଶାରେ ମହିଳାମାନେ ଏହି ଦିନ ସାବିତ୍ରୀବ୍ରତ ପାଳନ କରୁଥିବା ବେଳେ ପଡୋସୀ ଛତିଶଗଡ ଓ ଝାରଖଣ୍ଡରେ ଏହାକୁ ବଟ ସାବିତ୍ରୀ ବ୍ରତଭାବେ ସଧବା ମହିଳାମାନେ ପାଳନ କରିଥାନ୍ତି।

ତେବେ ଆଜି ମେ 30,ସୋମବାର ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ। ଭାରତୀୟ ସଂସ୍କୃତିରେ ସାବିତ୍ରୀ ବ୍ରତ ଆଦର୍ଶ ନାରୀତ୍ବର ପ୍ରତୀକ ହୋଇସାରିଛି। ଏହି ବ୍ରତର ତିଥିକୁ ନେଇ ଭିନ୍ନ ମତ ରହିଛି।

ସ୍କନ୍ଦ ପୁରାଣ ତଥା ଭବିଷ୍ୟୋତ୍ତର ପୁରାଣ ଅନୁସାରେ ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମାକୁ ଏହି ବ୍ରତ କରିବାର ବିଧାନ ରହିଛି,ନିର୍ଣ୍ଣୟାମୃତ ଆଦି ଅନୁସାରେ ଜ୍ୟେଷ୍ଠ ମାସର ଅମାବାସ୍ୟାକୁ ବ୍ରତ କରିବା କଥା କୁହାଯାଇଛି। ସାବିତ୍ରୀ ବ୍ରତ ସୌଭାଗ୍ୟ ପ୍ରାପ୍ତି ଏବଂ ସନ୍ତାନ ପ୍ରାପ୍ତି ପାଇଁ ସହାୟତା କରୁଥିବା ବ୍ରତ ଅଟେ ।

ଶାସ୍ତ୍ର ଅନୁସାରେ ଏହି ଦିନ ମହାସତୀ ସାବିତ୍ରୀ ପତିବ୍ରତା ନାରୀ ଭାବେ ଯମରାଜାଙ୍କ ଠାରୁ ତାଙ୍କ ସ୍ବାମୀଙ୍କ ପ୍ରାଣ ବଞ୍ଚାଇଥିଲେ। ସେବେଠାରୁ ଯେକୌଣସି ସୌଭାଗିନୀ ମହିଳା ଏହି ବ୍ରତ କଲେ ବଡରୁ ବଡ ସଙ୍କଟରୁ ନିଜର ସ୍ବାମୀ ଓ ପରିବାରକୁ ରକ୍ଷା କରିପାରିବେ ବୋଲି ମାନ୍ୟତା ପ୍ରଚଳିତ ହୋଇଆସୁଛି। ପୁରାଣ ଶ୍ରୁତି ଅନୁସାରେ ସାବିତ୍ରୀ ବରଗଛ ତଳେ ସ୍ବାମୀଙ୍କ ପ୍ରାଣ ବଞ୍ଚାଇବା ପାଇଁ ତପସ୍ୟା କରିଥିଲେ। ଏଣୁ ଅନେକ ମହିଳା ବରଗଛ ନିକଟରେ ଏହି ବ୍ରତ ପୂଜା କରିଥାନ୍ତି।


ତେବେ ସାଧାରଣ ମହିଳା ମାନଙ୍କ ଭଳି ଏହାକୁ ଖୁସିର ସହ ପାଳନ କରିଛନ୍ତି ମନୋରଞ୍ଜନ ଜଗତର ତାରକା ମାନେ । ମନୋରଞ୍ଜନ ଜଗତର ଅନେକ ସୁନ୍ଦର ଯୋଡି ଏହାକୁ ପାଳନ କରିଛନ୍ତି ।

ଆପଣମାନେ ଜାଣିଥିବେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଲିଉଡ ଯୋଡି ସବ୍ୟ-ଅର୍ଚ୍ଚିତା , ଅରବିନ୍ଦ-ଜାଙ୍କଲିନ୍, ନିଶିଥ୍-ସୋମାଲିନ୍ ଏହି ବ୍ରତକୁ ବହୁତ ସୁନ୍ଦର ଭାବରେ ପାଳ କରୁଥିବା ନଜର ଆସିଛନ୍ତି ଯାହାର ଭିଡିଓ ସେମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଡରେ ପୋଷ୍ଟ କରିଛନ୍ତି ।

ଏହାଛଡା ଝିଲ୍ଲୀକ ଏବଂ ତାଙ୍କ ସ୍ବାମୀ, ଅମ୍ଳାନ ତାଙ୍କ ସ୍ତ୍ରୀ, ଶୁଭାଶିଷ- ଆନିଷା, ଜିନା-ରୁଦ୍ର, ଲିକୁନ ଚୌଧୁରୀ ଏବଂ ତାଙ୍କ ପତ୍ନୀ, ପଲ୍ଲବୀ-ଅର୍ଦ୍ଧେନ୍ଦୁ, ଅର୍ପିତା ଭଳି ଅନେକ ଯୋଡି ଏହି ସାବିତ୍ରୀ ବ୍ରତ ପାଳନ କରୁଥିବର ନଜର ଆସିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।