ବେଶ୍ୟା ବୃତ୍ତି ଅପରାଧ ନୁହେଁ- ଆଗରୁ ଆମେ ଲୁଚି ଲୁଚି ଦେହ ବେପାର କରୁଥିଲେ ଏବେ ଆମେ ନିର୍ଭୟ ରେ କରିବା ? ଶୁଣନ୍ତୁ ଏହି ଦେହଜିବୀ ଙ୍କ ମୁହଁରୁ

ବେଶ୍ୟା ବୃତ୍ତି ଅପରାଧ ନୁହେଁ ଏହା ବି ବମ୍ବେ ହାଇକୋର୍ଟ ତାଙ୍କ ନିଷ୍ପତି ରେ ଶୁଣାଇ ଥିଲେ ଏବଂ ସୁପ୍ରିମ କୋର୍ଟ ଶେଷରେ ମଧ୍ୟ କହିଛନ୍ତି କି ଯୌନ କ୍ରମୀ ମାନେ ସମ୍ମାନ ର ସହ ବଞ୍ଚିବାର ଅଧିକାର ରହିଛି | ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରା ସରକାର ସେମାନଙ୍କର ଅଧିକାର କୁ କ୍ଷୁର୍ଣ୍ଣ କରି ପାରିବେ ନାହିଁ | ସେମାନେ ଯଦି ପେଟ ପାଟଣା ପାଇଁ ଯଦି ଯୌନ ସମ୍ପର୍କ କାହା ସହିତ ରଖନ୍ତି ସେଥିରେ ପୋଲିସ ଚଢ଼ାଉ କରି ଟିଭି ଏବଂ ଖବର କାଗଜ ରେ ପ୍ରସାରଣ କରି ପାରିବେ ନାହିଁ | ତେବେ ସୁପ୍ରିମ କୋର୍ଟ ଏଭଳି ଏକ ନିଷ୍ପତି ଦେଇଛନ୍ତି |

ସୁପ୍ରିମ କୋର୍ଟ ଏ ଯେଉଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ନିଷ୍ପତି ଶୁଣାଇଛନ୍ତି ଏବଂ ଯୌନ କ୍ରମୀ ଙ୍କୁ ଆଧାରକାର୍ଡ଼ ଦେବା ପାଇଁ ମଧ୍ୟ କହିଛନ୍ତି | ଏ ସମ୍ପର୍କ ରେ ମାନ୍ୟବର ସୁପ୍ରିମ କୋର୍ଟ ଯେଉଁ ନିଷ୍ପତି ଶୁଣାଇଛନ୍ତି ତାହାକୁ ନେଇ ଯୌନ କ୍ରମୀ ଙ୍କର ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ସେହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ଏହାକୁ ନେଇ ଜଣେ ଯୌନ କ୍ରମୀ ମହିଳା କହିଛନ୍ତି କି, ଆଜି ମତେ ଖୁସି ଲାଗୁଛି ଯେ ସୁପ୍ରିମ କୋର୍ଟ ଆମ ଅନ୍ତର ର କଥା ଶୁଣିଛନ୍ତି ଯାହାକି ଆମକୁ ଆଉ କୌଣସି ଭୟ ନାହିଁ | ପୋଲିସ ର ଭୟ ଆମକୁ ଆଉ ରହିବ ନାହିଁ ଆମେ ନିର୍ଭର ରେ ଖୋଲା ରେ କାମ କରି ପାରିବୁ, ଆଗକୁ ଡରି ଡରି କାମ କରୁ ଥିଲୁ ଏବେ ଆଉ ସେ ଡର ନାହିଁ |

ଆମକୁ ପୋଲିସ ବେଳେ ବେଳେ ଚଢ଼ାଉ ବି କରୁଥିଲା କି ଆମର କୌଣସି ପ୍ରମାଣ ପତ୍ର ମଧ୍ୟ ନଥିଲା, କିନ୍ତୁ ଆଜି ସୁପ୍ରିମ କୋର୍ଟ ସେହି ରାୟ ଦେଇଛନ୍ତି କି ସରକାର ଙ୍କ ତରଫରୁ ଆମକୁ ସବୁ ସୁବିଧା ମିଳିବ | ତାପରେ ଆମକୁ ନିର୍ଭୟ ର ସହିତ କାମ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ସେଥିପାଇଁ ଆମେ ବହୁତ ଖୁସି ଅଛୁ ଆଉ ଧନ୍ୟବାଦ ମଧ୍ୟ ଜଣାଉଛୁ |

ତେବେ ଆମେ ଏହି କାମ କରୁଛୁ ବୋଲି ବହୁତ ଅସୁବିଧା ର ସମ୍ମୁଖୀନ ହେଉ ଥିଲୁ, ଯେମିତି କି ରାସ୍ତାରେ ଆମେ ଚାଲି ଗଲେ ଲୋକେ ଆମକୁ ଛିଃ ଛିଃ କରି ବହୁତ କଥା କହି ବଦନାମ କରୁ ଥିଲେ ଏବଂ ଯେହେତୁ ଆମେ ଯୌନ କ୍ରମୀ ଆମକୁ ଅନେକ ପ୍ରକାର ର କଥା କହି ଅସଦାଚରଣ ମଧ୍ୟ କରୁ ଥିଲେ |

କିନ୍ତୁ ଆମେ ଏବେ ସମ୍ମାନ ର ସହ କାମ କରି ପାରିବୁ ଯାହାକୁ ନେଇ ଆମେ ସମସ୍ତ ଯୌନ କ୍ରମୀ ଖୁସି ଅଛୁ | ତେବେ ଯୌନ କ୍ରମୀ ଙ୍କୁ ଏଭଳି ସମ୍ମାନ ର ସହ ବଞ୍ଚିବା ଏବଂ ତାଙ୍କୁ ଏହାକୁ ନେଇ ଆଧାର କାର୍ଡ ପ୍ରଦାନ କରାଯିବା ଏହି ଖବର କୁ ବର୍ତ୍ତମାନ ସମସ୍ତେ ସମର୍ଥନ ମଧ୍ୟ କରିଛନ୍ତି |