Comedian Jogesh Jojo ଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନିସ୍ତୁକ ମାଡ଼… ଦେଖନ୍ତୁ Video ମାରିବ ଯଦି ମତେ ମାରିଦିଅ ?

ଆପଣ ସମ୍ବଲପୁରୀ ଆକ୍ଟର ଯୋଗେଶ ଜଜ ଙ୍କୁ ତ ନିହାତି ଭାବରେ ଜାଣି ଥିବେ ଯିଏ କି ଅନେକ ଫିଲ୍ମ ରେ କମେଡି ଅଭିନୟ କରି ଏବଂ ଅନେକ କମେଡି ଭିଡ଼ିଓ ମାଧ୍ୟମ ରେ ଆମକୁ ସବୁବେଳେ ହସାଇ ଥାଆନ୍ତି | ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ | ସେ କହିଛନ୍ତି କି ମୋ ସାଙ୍ଗରେ ଗୋଟେ ବହୁତ ବଡ଼ ଘଟଣା ଘଟି ଯାଇଛି ଯାହାକି ଲୋକ ଙ୍କର କିଛି ଘଟଣା ଘଟିଲେ ସେମାନେ ଥାନା ପୋଲିସ ଆଦି ଙ୍କ ପାଖକୁ ଯାଇ

ଥାଆନ୍ତି | ତେବେ ମୁଁ ମୋ ଇନ୍ଷ୍ଟଗ୍ରାମ ରେ ଏକ ପୋଷ୍ଟ ଛାଡ଼ି ଥିଲି ଏବଂ ୟୁଟ୍ୟୁବ ଫେସବୁକ ସବୁଥିରେ ଛାଡ଼ି ଥିଲି, କି ମୁଁ କେବେ ଆଉ କୌଣସି ଭିଡ଼ିଓ ରେ ଦେଖା ଯିବି ନାହିଁ |ତାହାର ମାନେ ଏହା ନୁହେଁ କି ମୁଁ କାହାର କଥା ଶୁଣିକି ଏଭଳି ନିଷ୍ପତି ନେଇ ଥିଲି, ମୋ ପରିବାର ରେ କିଛି କଳହ ହୋଇ ଥିଲା ଏବଂ ସ୍ତ୍ରୀ ସହିତ ଝଗଡା ବି ଲାଗି ଯାଇ ଥିଲୁ |

ତ ଯେତେ ବେଳେ କୋରାପୁଟ ସୁଟିଂ ରେ ଯାଇ ଥିଲି ଆଉ ସୁଟିଂ ସରି ଯେତେ ବେଳେ ଘରକୁ ଫେରିଲି ସେତେବେଳେ ଘରେ ତାଲା ପଡ଼ି ଥିଲା ଆଉ ମୋ ସ୍ତ୍ରୀ ଘରେ ନଥିଲା | ସେଦିନ ମତେ ବହୁତ ଖରାପ ଲାଗି ଥିଲା ଏବଂ ମୁଁ ମାନସିକ ଭାରସାମ୍ୟ ହରାଇ ବସି ଥିଲି | ସେଥିପାଇଁ ମୁଁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଦେଲି କି ମୁଁ ଆଉ କେବେ ଭିଡ଼ିଓ ମାଧ୍ୟମ ରେ ଦେଖା ଯିବି ନାହିଁ | ମୋ ସ୍ତ୍ରୀ ଯେତେ ବେଳେ ଘରେ ନଥିଲା ସେତେ ବେଳେ ମୁଁ 3 ଦିନ ଯାକ ସ୍ଟଡ଼ିଓ ରେ ରହିଛି |


ତେବେ ସେହି ସମୟରେ ଦୁଇ ଜଣ ଲୋକ ଆସିଲେ ଆଉ ଆସୁ ଆସୁ ମତେ ଚାର୍ଜ କରିବା ଆରମ୍ଭ କରି ଦେଇ ଥିଲେ ଆଉ ତାପରେ ବନ୍ଧୁକ ବାହାର କରିକି କି ବେକରେ ଲଗାଇଲେ | ଆଉ ମତେ କହିଲେ କି ତୁ ଆମର ଧମକ କୁ ସିରିଏସ ନେଲୁ ନାହିଁ ନା ଆଉ ଯଦି ତୋର ବଞ୍ଚିବାର ଅଛି ତେବେ ଏହି ଭିଡ଼ିଓ ଲାଇନ ଛାଡ଼ି ଦେ ବୋଲି କହିଲେ |

ଏହାପରେ ସେହି ଦୁଇ ଜଣ ବ୍ୟକ୍ତି ମୋ ମୁହଁରେ ଗାମୁଛା ବାନ୍ଧି ମତେ ନେଇ ଯାଇ ବହୁତ ପିଟିଲେ | ତେବେ ମୁଁ ଫିଲ୍ମ କରି ଦେଲି ଯେ ଏମିତି କଣ ଭୁଲ କରି ଦେଲି, ଆଉ ସମସ୍ତେ କହୁଛନ୍ତି କେସ ଦେ କେସ ଦେଲେ କଣ ହେବ |

ସେ ବ୍ୟକ୍ତି ଦୁଇ ଜଣ କିଏ ମୁଁ ଜାଣିନି ଆଉ ଯୋଉ ବାଇକ ରେ ମତେ ନେଇ ଥିଲେ ସେ ବାଇକ ନମ୍ବର ବି ମୁଁ ଦେଖିନି କେସ ଦେଲେ ମୁଁ କଣ କେସ ଦେବି | ଆଉ ଯୋଉ ଭାଇ ମାନେ ମୋ ସହ ଏମିତି କରି ଥିଲା ସେମାନେ ଯଦି ମୋ ଭିଡ଼ିଓ ଦେଖୁଛ ତେବେ ପ୍ଲିଜ ମତେ ଖାଲି ଗୋଟେ ସମ୍ବଲପୁରୀ ଫିଲ୍ମ କରିବାର ଅଛି ଆଉ ମୋ ଫିଲ୍ମ ପ୍ରସ୍ତୁତ ହୋଇ ଯାହା ତାପରେ ତମେ ମତେ ମାରି ଦେଲେ ବି ଚଳିବ ମୋର କିଛି ଆପତ୍ତି ନାହିଁ | ତେବେ ବର୍ତ୍ତମାନ ସମୟରେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |