ଦିଲ୍ଲୀରେ ଥିବା ମୋ ସ୍ୱାମୀଙ୍କ ବାନ୍ଧବୀ, ମୋ ଡିଭୋର୍ସର କାରଣ । ମତେ ଆଉ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା ।

ତେବେ ଆପଣ ମାନେ ସମସ୍ତେ ଓଲିଉଡ଼୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଏବଂ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କ ବିଷୟରେ ଜାଣିଥିବେ। ତାଙ୍କ ମଧ୍ୟରେ କୌଣସି କାରଣରୁ ଆଜି ପର୍ଯ୍ୟନ୍ତ ଦୁହେଁ ଅଲଗା ରହୁଛନ୍ତି। ଆଉ ଡିଭୋର୍ସ ପାଇଁ ବାରମ୍ବାର କୋର୍ଟ ର ଦ୍ୱାରସ୍ଥ ହେବାକୁ ପଡ଼ୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଏହି ଛାଡପତ୍ର ମାମଲା କୋର୍ଟ ରେ ବିଚାରଧୀନ ରହିଛି। କିନ୍ତୁ କିଛି ଦିନ ତଳେ ଆଉ ଏକ ଖବର ସାମ୍ନାକୁ ଆସିଥିଲା। ଯେଉଁଥିରେ ସାଂସଦ ଅନୁଭବ ମହାନ୍ତି କିଛି ତାଙ୍କ ମନ କଥା ଖୋଲି କହିଥିଲେ ।

ତେବେ ସେ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାଁ ନ ନେଇ ମଧ୍ୟ ତାଙ୍କ ବିଷୟରେ ତାଙ୍କୁ ଇଙ୍ଗିତ କରି ଏହି ସବୁ ସେ କହିଥିଲେ । ଦିନକୁ ଦିନ ତାଙ୍କ କଷ୍ଟ ବଢ଼ିବାକୁ ଲାଗୁଛି ବୋଲି ସେ ଏହି ଭିଡିଓ କରୁଥିବାର ସେ କହୁଥିଲେ । ଆଉ ତାଙ୍କ ପାଇଁ କୋର୍ଟ କଚେରୀ କୁ ଯିବାକୁ ପଡ଼ିଛି କହି ଅନୁଭବ ମହାନ୍ତି ବହୁତ ଭାବ ବିହ୍ୱଳ ମଧ୍ୟ ହୋଇ ପଡ଼ିଥିଲେ।

କିନ୍ତୁ ଏହି ସବୁ କଥା ଭାଇରାଲ୍ ହେବା ପରେ ବର୍ତ୍ତମାନ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ସାମ୍ନାକୁ ଆସିଛନ୍ତି। ଆଉ ଅନୁଭବ ନାଁ ରେ ମଧ୍ୟ ଅଭିଯୋଗ କରିଥିଲେ।ଆଉ ସେ କହିଥିଲେ, ତାଙ୍କର ଡିଭୋର୍ସ ର କାରଣ ହେଉଛି ସେ ଦିଲ୍ଲୀ ବାନ୍ଧବୀ ।ବର୍ଷା ଙ୍ଅ ପୂର୍ବ ପିଟିସନରେ ବି ଏହି ଦିଲ୍ଲୀ ମହିଳା ଙ୍କ କଥା ଲେଖାଥିଲା।

ତେବେ କିଏ ସେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ, ଯାହାଙ୍କ ପାଇଁ ବର୍ଷା ଙ୍କୁ ଡିଭୋର୍ସ ଦେବା ପାଇଁ ଚାହୁଁଥିଲେ ସାଂସଦ ଅନୁଭବ ମହାନ୍ତି। ଏମିତି ରେ ବି ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଳା ଙ୍କୁ ନେଇ ଚର୍ଚ୍ଚା ରେ ଥିଲେ ଅନୁଭବ। ବିଭିନ୍ନ ସମୟରେ ଜାଗୃତି ଙ୍କ ସହ ଫୋଟ ସେୟାର କରି ବିବାଦୀୟ ବି ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି।

ଖାଲା ଏତିକି ନୁହେଁ, ସୋସିଆଲ ମିଡ଼ିଆରେ ବି ଦିଲ୍ଲୀ ବାନ୍ଧବୀ ସହ ତାଙ୍କର କେତେ ସମ୍ପର୍କ ତାଙ୍କ ଫେସବୁକ ଆକାଉଣ୍ଟ ବି ଖୋଲେ। ଆଉ ଏହିସବୁ କୁ କେବେବି ସହି ପାରି ନଥିଲେ ସାଂସଦ ଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ବାରମ୍ବାର ବିରୋଧ କରୁଥିଲେ।

ଆଉ ତା ପରେ ବଣ୍ଡ ପେପରରେ ସାଇନ୍ କରିବାକୁ ବର୍ଷା ଙ୍କୁ ବାଧ୍ଯ କରୁଥିଲେ ଅନୁଭବ। ଯାହାକୁ ଏତଲାରେ ଗୋଟି ଗୋଟି କରି ଦର୍ଶାଇଛନ୍ତି ବର୍ଷା। ଆଉ ଏହା ସହ ନିଜର କ୍ଷମତା ବଳ ଓ ଅର୍ଥର ବଳ ପ୍ରୟୋଗ କରି ଅନେକ କିଛି ସର୍ତ୍ତ ରଖିଥିଲେ ଅନୁଭବ।

ଯେମିତି ବର୍ଷା ଫିଲ୍ମ କରିବେ ନାହିଁ, ଫିଲ୍ମ ଲାଇନ୍ ଛାଡ଼ିଦେବେ, ସମାଜସେବା କରିବେ ନାହିଁ, କୌଣସି ସାମାଜିକ କାର୍ଯ୍ୟକ୍ରମ କୁ ଯିବେ ନାହିଁ, ମାଙ୍କ ଘରକୁ ବି ଯାଇପାରିବେ ନାହିଁ। ଜୀବନରେ କେବେବି ପଲିଟିକ୍ସ ଲାଇନ୍ କୁ ଆସିବେ ନାହିଁ ,କୌଣସି ରାଜନୈତିକ ଅନୁଷ୍ଠାନ କୁ ଯିବେ ନାହିଁ ,୨୪ ଘଣ୍ଟା ଘର ଭିତରେ ହିଁ ରହିବ।

ଡିଭୋର୍ସ ନ ଦେବା ପାଇଁ ବି ବର୍ଷା ଏହିସବୁ ସର୍ତ୍ତ ମାନିବାକୁ ରାଜିଥିଲେ। କିନ୍ତୁ ତାଙ୍କ ମାଙ୍କ ଘରକୁ ଯିବାପାଇଁ କାକୁତି ମିନତି ହୋଇଥିଲେ। ଆଉ ତାପରେ ଡିଭୋର୍ସ ଫାଇଲ କରିଥିଲେ ଅନୁଭବ। ଡିଭୋର୍ସ ନଦେଲେ ତାଙ୍କ ଓ ତାଙ୍କ ପରିବାରକୁ ବରବାଦ୍ କରିଦେବେ ଅନୁଭବ ,ଯାହାକୁ ନେଇ ଏତଲାରେ ଦର୍ଶାଇଥିଲେ ବର୍ଷା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।