OMG ! ଦେଖନ୍ତୁ Shocking ଭିଡ଼ିଓ – ପୁଣି ନାରୀ ନିର୍ଯ୍ୟାତନା.. କାଠ ଫାଳିଆ କାଢି ଆଣିଲେ ଆଉ ମହିଳା ଜଣଙ୍କୁ ପିଠିରୁ ମୁଣ୍ଡ ଶିଳେଇ ଦେଇଗଲେ…ପୁରା ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ..

ନ୍ୟୁଜ୍ ଫ୍ୟୁଜ୍ ! ମଜାରେ ମଜାରେ ମଞ୍ଜକଥା କହୁଥିବା କାର୍ଯ୍ୟକ୍ରମ ହେଉଛି ନ୍ୟୁଜ୍ ଫ୍ୟୁଜ୍ । ସମାଜରେ ପ୍ରତ୍ୟହ ଘଟୁଥିବା ଖବରର ତର୍ଜ୍ଜମା କରି ଶାଣିତ କଟାକ୍ଷ ମାଧ୍ୟମରେ ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବା ସହ ସଚେତନ କରିବା,ସୂଚନା ପ୍ରଦାନ କରିବା ଓ ସୁଧାରିବା ହେଉଛି ଏହାର ଉଦ୍ଦେଶ୍ୟ ଶାସକ ହୁଅନ୍ତୁ ବା ସାଧାରଣ ଜନତା, ପ୍ରଶାସନ ହେଉ କି ସାମାଜିକ ବ୍ୟବସ୍ଥା, ଭଲକାମକୁ ସାଲ୍ୟୁଟ ଆଉ ଭୁଲ କାମକୁ ନିନ୍ଦା କରିବାର ସାହସ ରଖିଥିବା ଏହା ଏକ ନିରପେକ୍ଷ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ପାଖରେ ଖୁବ୍ ଏକ ପରିଚିତ ନାମ ।

କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନଙ୍କଠୁ ମିଳିଥିବା ଚିଠିପତ୍ର, ଅଭିମତ, ଦୃଶ୍ୟବଳୀକୁ ସାମିଲ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛି ନ୍ୟୁଜ୍ ଫ୍ୟୁଜ୍ । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି ।

ବର୍ତ୍ତମାନ ଏହି ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳ ରେ ହେଉଥିବା ମହାଭାରତ । ଆପଣ ମାନେ ଭାବୁଥିବେ ସମସ୍ତେ ସେଠାରେ ପୁଣି କି ମହାଭାରତ ଚାଲିଚି । ତେବେ ଏଠାରେ ଚାଲିଛି ମହିଳା ମହିଳା ଙ୍କ ଭିତରେ ଯୁଦ୍ଧ ସେ ପୁଣି ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ।

ଘଟଣା ରେ ଦେଖିବାକୁ ମିଳିଛି ଦୁଇ ଜଣ ମହିଳା ବହୁ ଜୋର୍ ରେ ଝଗଡା ଲାଗିଛନ୍ତି ଏବଂ କେବଳ ତାହା ଝଗଡା ରେ ସିମୀତ ରହି ନାହିଁ ବରଂ ଦୁହେଁ ଦୁହିଁଙ୍କ ଉପରକୁ ହାତ ଉଠାଉଠି ଏବଂ ଚୁଟି ଝିଙ୍କାଝିଙ୍କି ହେବା ସହିତ ରମ୍ପାରମ୍ପି ହୋଇ ବାଡି ଧରି ମାଡ ମାରୁଛନ୍ତି ।


ଜଣେ ମହିଳା ଙ୍କୁ ଅନ୍ୟ ଦୁଇ ଜଣ ମହିଳା ଏବଂ ଝିଅ କାଠି ଫାଳିଆରେ ମାଡ ମାରୁଛନ୍ତି ଏବଂ ପରେ ଦୁହେଁ ଚୁଟି ଝିଙ୍କାଝିଙ୍କି ହେଉଛନ୍ତି ଆଉ ଏହାକୁ ରୋକିବା ପାଇଁ ଜଣେ ଝିଅ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନାହାଁନ୍ତି ବରଂ ତାଙ୍କୁ ମଧ୍ୟ ଏହା ଭିତରେ ପଶେଇ ମାଡ ମାରୁଛନ୍ତି । ଆଉ ଶେଷରେ ଜଣେ ମହିଳା ଚେତାଶୂନ୍ୟ ହୋଇ ତଳେ ପଡି ଯାଉଛନ୍ତି ।

ତେବେ କେହି ଜଣେ ଯୁବକ ମହିଳା ଜଣଙ୍କ ମରିୟାଇଥିବା କହୁଥିବା ବେଳେ ମାଡ ମାରୁଥିବା ମହିଳା ସେହି ଯୁବକଙ୍କୁ ମଧ୍ୟ କାଠଫାଳିଆରେ ମାରିବା ପାଇଁ ଆଗି ଆସୁଛନ୍ତି । ଆଉ ଠିକ୍ ଏତିକି ବେଳେ ତଳେ ଚେତାଶୂନ୍ୟ ହୋଇ ପଡିଯାଇଥିବା ମହିଳା ପୁଣି ଉଠି ତାଙ୍କୁ ତଳେ ପକେଇ ଦେଇଥିବା ମହିଳାଙ୍କୁ ମାଡ ମାରି ତଳେ ଚେତାଶୂନ୍ୟ କରି ପକାଇ ଦେଉଛନ୍ତି । ଆଉ ଏମାନଙ୍କୁ ଦେଖି ସେଠାରେ ଥିବା ଛୋଟପିଲାମାନେ ବି ହାତରେ କାଠଫାଳିଆ ଧରି ମାରପିଟ କରିବାକୁ ଆସି ଯାଉଛନ୍ତି ।

ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଝଗଡାର ମୁଖ୍ୟ କାରଣ ହେଉଥି ଘରୋଇ ରାସ୍ତା ବିବାଦ । ସମସ୍ତେ କୁହନ୍ତି ମଲା ପରେ କେହି କିଛି ନେଇକି ଯିବେନି କିନ୍ତୁ ତଥାପି କାହିଁକି ଏ ଜମିଜମା ପାଇଁ ଏମିତି ହେଉଛନ୍ତି ତାହା ଏବେ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି । ତେବେ ଏଠାରେ ବଡ ଲୋକମାନେ ଝଗଡା ଲାଗିଛନ୍ତି ଏବଂ ପିଲାମାନେ ସମାଧାନ କରିବାକୁ ଚାହୁଛନ୍ତି । ଆଉ ଏହେଉଛି ଆଜିର ସମାଜର ମାନବିକତା, ମଣିଷପଣିଆ , ଯାହା ସାଧାରଣରେ ଆମ ଆଗାମୀ ପିଢି ପାଇଂ ବହୁତ କ୍ଷତିକାରକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।