( ଆଣ୍ଠୁଗଣ୍ଠି ବିନ୍ଧା,ଅଣ୍ଟାବିନ୍ଧା,ହାତବିନ୍ଧା ) କେବଳ ୩ଦିନରେ ଭଲ ହେବ |

ଯଦି ଆପଣ ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ଚିନ୍ତିତ ଅଛନ୍ତି ବା କୌଣସି କାରଣରୁ ଆପଣଙ୍କ ଆଣ୍ଠୁ ରେ ଯନ୍ତ୍ରଣା ରହିଛି, ଆପଣ ବସି ଉଠି ପାରୁ ନାହାନ୍ତି, ଚାଲିବା ବୁଲିବା ରେ ସମସ୍ୟା ହେଉଅଛି ସେଥିପାଇଁ ଆପଣ ଆଜି ହିଁ ଏହି ଉପଚାର ପ୍ରୟୋଗ କରନ୍ତୁ। କେବଳ ତିନି ଦିନ ପ୍ରୟୋଗ ଦ୍ଵାରା ଆପଣଙ୍କୁ ଏହାର ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ। ବହୁ ପୁରାତନ ଆଣ୍ଠୁବିନ୍ଧା ସମସ୍ୟା ସବୁଦିନ ପାଇଁ ଠିକ୍ ହୋଇଯିବା। ତେବେ ଜାଣିବା ଏହି ସବୁ ସମସ୍ୟା ରୁ ଦୂରେଇ ରହିବା ପାଇଁ ଏହି ଉପଚାର କୁ କିପରି ବନାଇବେ ଏବଂ ପ୍ରୟୋଗ କରିବେ ।

ପ୍ରସ୍ତୁତ ପ୍ରଣାଳୀ –

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ପିଆଜ। ଯାହା ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ଗରମ ଦିନ ମାନଙ୍କରେ ଆଣ୍ଠୁବିନ୍ଧା ସମସ୍ୟା କୁ ଦୂର କରିବା ପାଇଁ ଏହି ଉପଚାର ବହୁତ ଭଲ ଅଟେ।

ଆପଣ ଗୋଟିଏ ବେଶି ବଡ଼ ନୁହେଁ କି ବେଶୀ ଛୋଟ ନୁହେଁ ମଧ୍ୟମ ଧରଣର ପିଆଜ ନିଅନ୍ତୁ। ତାହାର ଚୋପା କାଡ଼ି ଭଲ ଭାବରେ ଧୋଇ ଦିଅନ୍ତୁ। ତାପରେ ତାହାକୁ ଛୋଟ ଛୋଟ ପିସ୍ କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଆପଣଙ୍କୁ ପିଆଜର ପେଷ୍ଟ ତିଆରି କରିବାକୁ ପଡ଼ିବ। ଆଉ ମନେ ରଖିବେ ଆପଣ ଏଥିରେ ପାଣିର ପ୍ରୟୋଗ ଆଦୌ କରିବେ ନାହିଁ।

ଆମକୁ ପିଆଜର ସମ୍ପୂର୍ଣ୍ଣ ରସ ବାହାର କରିବାକୁ ପଡ଼ିବ। ସେଥିପାଇଁ ଆପଣ ପ୍ରଥମେ ଗୋଟିଏ ସୂତା କପଡ଼ା ନିଅନ୍ତୁ। ତାପରେ ସେହି କପଡ଼ାରେ ଗ୍ରାଇଣ୍ଡିଂ କରିଥିବା ପିଆଜକୁ ରଖି ଚିପୁଡ଼ି ସମ୍ପୂର୍ଣ୍ଣ ରସ ବାହାର କରନ୍ତୁ। ଆମକୁ କେବଳ ପିଆଜର ରସ ଆବଶ୍ୟକତା ପଡ଼ିବ।

ଆପଣ ଏହାକୁ ତିନି ଦିନ ପର୍ଯ୍ୟନ୍ତ ବନେଇ ରଖି ପାରିବେ। କିନ୍ତୁ ଆପଣଙ୍କୁ ଏହା ଅଧିକ ମାତ୍ରାରେ ବନେଇବାକୁ ପଡ଼ିବ। ଥରକ ପାଇଁ ଆପଣଙ୍କୁ ତିନି ରୁ ଚାରି ଚାମଚ ପିଆଜ ରସର ଆବଶ୍ୟକତା ପଡ଼ିବ। ତାପରେ ଦ୍ୱିତୀୟ ସାମଗ୍ରୀ ହେଉଛି ହଳଦୀ। ଏହାମଧ୍ୟ ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ।

ହଳଦୀ ର ଉପକାର ବିଷୟରେ ତ ଆପଣ ଜାଣିଥିବେ। ଏହା ମଧ୍ୟ ବହୁତ ପୁରୁଣା ଯନ୍ତ୍ରଣା କୁ ଦୂର କରିଥାଏ। ସେହି ପିଆଜ ରସରେ ଆପଣ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଦେବେ। ତାପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତାପରେ ଆପଣଙ୍କୁ ତୃତୀୟ ସାମଗ୍ରୀ ଶୋରିଶ ତେଲ ର ଆବଶ୍ୟକତା ପଡ଼ିବ।

ଯଦି ଆପଣଙ୍କ ଘରେ ଶୋରିଶ ତେଲ ନାହିଁ ତେବେ ଆପଣ ରାଶି ତେଲ ବା ଜୋଡ଼ା ତେଲ ବ୍ୟବହାର କରି ପାରିବେ। ତାପରେ ସେଥିରେ ତିନିରୁ ଚାରି ଚାମଚ ଶୋରିଶ ତେଲ ମିଶାନ୍ତୁ। ତାପରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତାପରେ ତାହାକୁ ଫୁଟାଇବାକୁ ପଡ଼ିବ। ଫୁଟିଗଲା ପରେ ଗ୍ୟାସ ବନ୍ଦ କରି ଦେବେ ତାପରେ ଥଣ୍ଡା କରି ଦେବେ।

ପ୍ରୟୋଗ –

 

ଆପଣଙ୍କ ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ବା ବହୁଦିନ ଧରି ଆପଣଙ୍କ ଆଣ୍ଠୁବିନ୍ଧା ଭଳି ସମସ୍ୟା ରହିଛି, ସେହି ଜାଗାରେ ଆପଣ ତାହାକୁ ଲେପ ଦିଅନ୍ତୁ। ତାହାକୁ ଟିକିଏ ବହଳିଆ କରି ଲଗାଇବେ। ଆପଣ ତାହାକୁ ଦୁଇ ରୁ ତିନି ମିନିଟ୍ ପର୍ଯ୍ୟନ୍ତ ଲଗାଇ ମସାଜ୍ କରନ୍ତୁ। ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହିପରି ଭାବରେ ଆପଣ ତିନିଦିନ ଧରି ପ୍ରୟୋଗ କଲେ ଆପଣଙ୍କ ଆଣ୍ଠୁବିନ୍ଧା ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ।