ଗର୍ଭବତୀ ହେବାର ଲକ୍ଷଣ 10 ଟି ଲକ୍ଷଣ ! ଏହି ସବୁ ଲକ୍ଷଣ ଥିଲେ ଆପଣ ନିଶ୍ଚିତ ଗର୍ଭବତୀ ଅଛନ୍ତି ?

ଗର୍ଭବତୀ ହେବାର ପ୍ରଥମ ସପ୍ତାହରୁ ମା ମାନଙ୍କୁ ଉପଯୁକ୍ତ ଧ୍ୟାନ ଦେବାକୁ ହୋଇଥାଏ , କିନ୍ତୁ କିଛି ମହିଳାମାନେ ଗର୍ଭବତୀ ହେବାର ଲକ୍ଷଣ ଜାଣି ପାରି ନଥାନ୍ତି । ଗର୍ଭବତୀ ହେବାର ପ୍ରଥମ ସପ୍ତାହରେ ଏମିତି କିଛି କାର୍ଯ୍ୟ କରି ଦେଇଥାନ୍ତି , ଯାହାଫଳରେ ଗର୍ଭନଷ୍ଟ ହୋଇଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କେତୋଟି ପ୍ରାଥମିକ ଲକ୍ଷଣ ବିଷୟରେ ଜଣେଇବୁ , ଯାହାଦ୍ୱାରା ଆପଣ ପ୍ରଗନେଣ୍ଟ ହେବାର ପ୍ରଥମ ସପ୍ତାହରୁ ହିଁ ଜାଣିପାରିବେ ଯେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ ।

1. ବାରମ୍ୱାର ପରିସ୍ରା ଲାଗିବା :-

ଗର୍ଭବତୀ ହେବାର କିଛି ଦିନ ଭିିତରେ ଶରୀରରେ ହରମୋନର ଚେଞ୍ଜେସ୍ ଯୋଗୁଁ କିଡିନୀ ଦେଇ ଅଧିକ ରକ୍ତ ବିଶୋଧନ ହୋଇଥାଏ । ଶରୀରରେ ଅଧିକ ପରିସ୍ରା ତିଆରି ହୋଇଥାଏ , ତେଣୁ ଗର୍ଭବତୀ ହେବାର କିଛି ଦିନ ଭିତରେ ବାରମ୍ୱାର ପରିସ୍ରା ଲାଗିଥାଏ ।

2. କ୍ଲାନ୍ତି ଲାଗିବା :-

 

ଗର୍ଭଧାରଣ କରିବାର ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହରେ ଶରୀରରେ ପୋଜିଷ୍ଟିରନ ହରମୋନର ପରିମାଣ ବଢିଯାଇଥାଏ ଯାହାଫଳରେ ଥକା ଏବଂ କ୍ଳାନ୍ତି ଅନୁଭବ ହୋଇଥାଏ ।

3. ଋତୁସ୍ରାବ ବନ୍ଦ ହେବା :-

ଋତୁସ୍ରାବ ବନ୍ଦ ହୋଇଯିବା ଗର୍ଭବତୀ ହେବାର ସବୁଠାରୁ ସ୍ପଷ୍ଟ ଲକ୍ଷଣ ବୋଲି ଧରାଯାଏ । ତେଣୁ ଯଦି ମାସିକ ଧର୍ମ ବନ୍ଦ ହୋଇଯାଏ , ତେବେ ଘରେ ପ୍ରେଗନେନ୍ସି କିଟ ଆଣି ପ୍ରେଗନେନ୍ସି ଟେଷ୍ଟ କରିବା ଉଚିତ୍ ।

4. ମିଜାଜ୍ ରେ ପରିବର୍ତ୍ତନ ହେବା :-

ମୁଡ୍ ବା ସ୍ୱାଭାବରେ ପରିବର୍ତ୍ତନ ଆସିବା ଗର୍ଭବତୀ ହେବାର ପ୍ରାଥମିକ ଲକ୍ଷଣ ମଧ୍ୟରୁ ଅନ୍ୟତମ । ଏହି ସମୟରେ କଥା କଥାରେ ଚିଡି ଯାଇଥାନ୍ତି , ମିଜାଜ୍ ରେ ଏହି ପରିବର୍ତ୍ତନ ର କାରଣ ହେଉଛି ଶରୀରରେ ହରମୋନାଲ ଚେଞ୍ଜସ୍ ହେବା ।

5. ଖାଇବାର ଗନ୍ଧରୁ ବାନ୍ତି ହେବା :-

ଗର୍ଭଧାଣ କରିବାର ପ୍ରାଥମିକ ଅବସ୍ଥାରେ କେତେ ଗୁଡିଏ ଖାଦ୍ୟର ଗନ୍ଧରୁ ବାନ୍ତି ଲାଗିଥାଏ । ତେଣୁ ଏମିତି କିଛି ଲକ୍ଷଣ ଥିଲେ ଆପଣ ପ୍ରେଗନେଣ୍ଟ ଥାଇପାରନ୍ତି ।

6. ସ୍ତନ ନରମ ହେବା :-

 


ଗର୍ଭଧାରଣ କରିବାର ଦ୍ୱିତୀୟ ସପ୍ତାହରେ ଶରୀରରେ ହରମୋନର ପରିବର୍ତ୍ତନ ହୋଇଥାଏ , ଯାହାଫଳରେ ସ୍ତନ ସଫ୍ଟ ହୋଇଯାଇଥାଏ । ଏଥିରେ ସାମାନ୍ୟ ଦରଜ ମଧ୍ୟ ହୋଇଥାଏ ।

7. ଶରୀରର ତାପମାତ୍ରା ବଢିଯିବା :-
ପ୍ରଗନେନ୍ସି ସମୟରେ ଶରୀରର ତାପମାତ୍ରା ନରମାଲ ତାପମାତ୍ରା ଠାରୁ ଅଧିକ ହୋଇଯାଇଥାଏ । ସକାଳୁ ଉଠିବା ପରେ ଯଦି ଆପଣଙ୍କ ପାଟି ଭିତର ତାପମାତ୍ରା ନରମାଲ ତାପମାତ୍ରା ଠାରୁ ଟିକିଏ ଅଧିକ ହୋଇଥାଏ ,ତେବେ ଏହା ଗର୍ଭବତୀ ହେବାର ପ୍ରାଥମିକ ଲକ୍ଷଣ ହୋଇପାରେ ।

8. ଅଳ୍ପ ରକ୍ତସ୍ରାବ ହେବା ବା ଶରୀରରେ କୁଞ୍ଚନ ହେବା :-
ଅଳ୍ପ ଅଳ୍ପ ରକ୍ତସ୍ରାବ ହେବା ଗର୍ଭଧାରଣ କରିବାର ପ୍ରାଥମିକ ଲକ୍ଷଣ ହୋଇପାରେ , ଏହି ସମୟରେ ତଳିପେଟର ମାଂଶପେଶୀରେ କୁଞ୍ଚନ ଅନୁଭବ ହୋଇଥାଏ ।

9. ମୁଣ୍ଡବ୍ୟଥା ହେବା :-
ଗର୍ଭଧାରଣ କରିବା ପରେ ଶରୀରରେ ରକ୍ତ ପ୍ରବାହ ଜୋର ହୋଇଥାଏ , ଯାହାଫଳରେ ସଦାବେଳେ ଅଳ୍ପ ଅଳ୍ପ ମୁଣ୍ଡବ୍ୟଥା ହୋଇଥାଏ ।

ଏହିସବୁ ଲକ୍ଷଣ ଗୁଡିକ ମଧ୍ୟରୁ କୌଣସି ବି ଗୋଟିଏ ଲକ୍ଷଣ ଦେଖାଯାଏ ତେବେ ପ୍ରଗନେନ୍ସି କିଟ ଆଣି ଘରେ ପରୀକ୍ଷା କରି ନିଅନ୍ତ ଏବଂ ଡକ୍ଟରଙ୍କ ପରାମର୍ଶ କରନ୍ତୁ ।