breaking news- ଗାଡି ଚାଳକ ଙ୍କ ପାଇଁ ଖୁସି ଖବର ! ଡ୍ରାଇଭିଙ୍ଗ୍ ଲାଇସେନ୍ସ ପାଇଁ ଆଉ ଯିବାକୁ ପଡିବନି RTO ଅଫିସ୍

ବର୍ତ୍ତମାନ ସମୟରେ ଦୁନିଆ ଏତେ ଆଗକୁ ଗଲାଣି ଯାହା ଏଠାରେ ପ୍ରମାଣ ର ସହିତ ଦେଖିବାକୁ ମଧ୍ୟ ମିଳୁଛି। ଆଜିର ଏହି ଟେକ୍ନୋଲୋଜି ର ଦୁନିଆରେ ପ୍ରତ୍ୟେକ କାର୍ଯ୍ୟ ରେ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି। ତେବେ ସବୁକିଛି ମଧ୍ୟରେ ଆପଣ ମାନେ ସମସ୍ତେ ଜାଣିଥିବେ ଟ୍ରାଫିକ୍ ନିୟମ ପୁରା ଦେଶରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଉ ଏହି ଟ୍ରାଫିକ ନିୟମ କୁ ଯଦି କେହି ଉଲଂଘନ କରିଛି ତାହେଲେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

ଆଉ ଯେତେବେଳେ ଆପଣ ବାଇକ୍ ରେ ଯାଉଛନ୍ତି ସେତେବେଳେ ଆପଣ ହେଲମେଣ୍ଟ ପିନ୍ଧିବା ବାଧ୍ୟତାମୂଳକ ବା ଯଦି କାର୍ ରେ ଯାଉଛନ୍ତି ତେବେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ନହେଲେ ଆପଣଙ୍କୁ ଖଜଣା ଦେବାକୁ ପଡ଼ିଥାଏ। ତେବେ ଯିଏ ଡ୍ରାଇଭିଂ ଲାଇସେନ୍ସ କରିନଥାଏ ସେ ତାର ଅଫିସକୁ ଯାଇଥାନ୍ତି, କିନ୍ତୁ ଏବେ ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଯିବାକୁ ପଡ଼ିବନି ଆରଟିଓ ଅଫିସ୍।

ତେବେ ଯଦି ଆପଣ ନୂଆ ଡ୍ରାଇଭିଂ ଲାଇସେନ୍ସ ଚାହୁଛନ୍ତି ତେବେ ଆପଣ ଆଉ ଆରଟିଓ ଅଫିସ କୁ ଯିବା ଦରକାର ନାହିଁ। କାରଣ କେନ୍ଦ୍ରର ଆସିଛି ଏକ ନୂଆ ଗାଇଡଲାଇନ। ଯଦି ଆପଣ ନୂଆ କରି ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଚାହୁଁଛନ୍ତି କିମ୍ବା ରିନ୍ୟୁ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର ଆସିଛି।

କେନ୍ଦ୍ର ସରକାର ପକ୍ଷରୁ ଗାଇଡଲାଇନ ତିଆରି କରିବାରେ ପରିବର୍ତ୍ତନ କରାଯାଇଛି। ସାଧାରଣ ଲୋକଙ୍କୁ ବେଶ୍ ସୁବିଧା ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସରକାର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଗାଇଡଲାଇନ ଅନୁସାରେ ନିୟମ ପୂର୍ବ ଅପେକ୍ଷା ସହଜ ହୋଇଛି।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆରଟିଓ ଅଫିସ୍ ଯାଇ କୌଣସି ଟେଷ୍ଟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ନୂଆ ନିୟମ ଜୁଲାଇ ୧ ତାରିଖ ଲାଗୁ ହେବ। ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଆରଟିଓ ଅଫିସ୍ ରେ ଟେଷ୍ଟ ଦେବାକୁ ପଡ଼ିବନି।

ଆପଣଙ୍କୁ ଯେ କୌଣସି ସ୍ୱୀକୃତି ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ରେ ଡିଏଲ୍ ପାଇଁ ରେଜିଷ୍ଟ୍ରେସନ କରି ପାରିବ। ଏଠାରୁ ଟ୍ରେନିଂ ନେବା ସମୟରେ ଆପଣଙ୍କୁ ସେଥିରେ ପରୀକ୍ଷା ଦେବା ପାଇଁ ପଡ଼ିବ।

ଯେଉଁମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କୁ ଟ୍ରେନିଂ ସ୍କୁଲ୍ ସାର୍ଟିଫିକେଟ ଦେବ। ଏହି ସାର୍ଟିଫିକେଟ ଆଧାରରେ ଆପଣଙ୍କର ଡିଏଲ୍ ହେବ। ଟ୍ରେନିଂ ସେଣ୍ଟର୍ ପାଇଁ ଦୁଇ ଚକିଆ, ତିନି ଚକିଆ ଯାନ ଓ ହାଲୁକା ଯାନ ପାଇଁ ଟ୍ରେନିଂ ସେଣ୍ଟର୍ ପାଖରେ ଅତି କମରେ ଏକ ଏକର ଜମି ଥିବା ଆବଶ୍ୟକ।

ଭାରୀ ଯାତ୍ରୀବାହୀ କିମ୍ବା ଟ୍ରଲର ପାଇଁ ଟ୍ରେନିଂ ସେଣ୍ଟର୍ ନିକଟରେ ଅତି କମ୍ ରେ ଦୁଇ ଏକର ଜମି ଥିବା ଆବଶ୍ୟକ। ଟ୍ରେନର ଅତି କମରେ ଦ୍ୱାଦଶ ପାସ୍ କରିଥିବେ। ଏହାସହ ତାଙ୍କ ପାଖରେ ଅତି କମରେ ୫ ବର୍ଷ ଡ୍ରାଇଭିଂ ଅଭିଜ୍ଞତା ଥିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।