OMG !ଭୀଷଣ ରୂପ ଧାରଣ କରି ଉପକୂଳ ଆଡେ ମୁହାଁଉଛି ବାତ୍ୟା ଅସାନି…ଆଜି ରାତିରେ ତାଣ୍ଡବ ନଚିବ ବାତ୍ୟା …ପାଣିପାଗ ବିଭାଗ ପକ୍ଷରୁ ସତର୍କ ଜାରି

ଭୀଷଣ ରୂପ ଧାରଣ କରି ଉପକୂଳ ଆଡେ ମୁହାଁଉଛି ବାତ୍ୟା ଅସାନି । ବଙ୍ଗୋପସାଗର ରେ ଆଗକୁ ଆଗକୁ ବଢୁଛି । ଉତ୍ତର ପଶ୍ଚିମ ଦିଗ ରେ ଗତି କରୁଛି ବାତ୍ୟା । ଏବେ ପୁରୀ ଠାରୁ ଦକ୍ଷିଣ ରେ କେନ୍ଦ୍ରିଭୂତ ଅଛି । ଆସନ୍ତା କାଲି ଯାଏଁ ଉତ୍ତର- ପଶ୍ଚିମ ଦିଗ ରେ ଗତି କରି ବଙ୍ଗୋପ ସାଗର ର ଉତ୍ତର- ଆନ୍ଧ୍ର ଏବଂ ଓଡିଶା ଉପକୂଳ ରେ ପହଞ୍ଚିବ ଭୀଷଣ ବାତ୍ୟା । ଆଉ ତାପରେ ଅର୍ଥାତ ଆସନ୍ତା କାଲି ପରେ ରିକର୍ଭ କରିବ ଅସାନି ।

ଉତ୍ତର- ଉତ୍ତର ପୂର୍ବ ଦିଗ ରେ ଗତି କରି ଓଡିଶା ଉପକୂଳ ଆଡେ ମୁହାଁଇବ । କିନ୍ତୁ ସ୍ଥଳ ଭାଗ କୁ ଛୁଇଁବନି ବାତ୍ୟା ଅସାନି । ସମୁଦ୍ର ଭିତରେ ହିଁ ତାର ଶକ୍ତି ଦେଖାଇବ । ଆସନ୍ତା 24 ଘଣ୍ଟା ରେ ଦୁର୍ବଳ ପଡିବ। ଭୀଷଣ ବାତ୍ୟା ରୁ ଏକ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି । 12 ତାରିଖ ରେ ପୁରୀ ର ସ୍ଥଳ ଭାଗ ଠାରୁ 88 କିଲୋ ମିଟର ଦୂର ରେ ସମାନ୍ତରଳ ଭାବରେ ସମୁଦ୍ର ମଧ୍ୟରେ ଅତି କ୍ରମ କରିବ ଅସାନି ।

ତେବେ ଅସାନି ସ୍ଥଳ ଭାଗ ନ ଛୁଇଁଲେ ବି ଉପକୂଳ ରେ ସାମାନ୍ୟ ପ୍ରଭାବ ଦେଖାଇବ । ଓଡିଶା ଉପକୂଳ ରେ ବର୍ଷା ସହିତ ପବନ ହେବ । କିନ୍ତୁ ପବନ ରେ ବେଗ କମ୍ ରହିବ ହେଲେ ଅଧିକ ବର୍ଷିବ । ପାଣି ପାଗ ବିଭାଗ ର ପୂର୍ବାନୁମାନ ଅନୁସାରେ କାଲି ଠୁ ଓଡିଶା ରେ ଆରମ୍ଭ ହେବ ବର୍ଷା । ତେବେ 3 ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲା କୁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି ।

11 ତାରିଖ ପାଇଁ ଗଞ୍ଜାମ, ପୁରୀ , ଖୋର୍ଦ୍ଧା, ଜଗତସିଂହ ପୁର ଓ କଟକ କୁ ଦିଆ ଯାଇଛି ୟଲୋ ସତର୍କତା । ଆଉ 12 ତାରିଖ ରେ ପୁରୀ , ଜଗତସିଂହ ପୁର , କଟକ, କେନ୍ଦ୍ରାପଡା , ଭଦ୍ରକ ଓ ବାଲେଶ୍ବର ୟଲୋ ୱାର୍ଣ୍ଣିଂ ଦେଇଛି ପାଣି ପାଗ ବିଭାଗ । 11 ଓ 12 ତାରିଖ ରେ ଓଡିଶା ଉପକୂଳ ରେ ପବନ ର ବେଗ 40 ରୁ 50 କିଲୋ ମିଟର ଓ ସର୍ବାଧିକ 60 କିଲୋ ମିଟର ରହି ପାରେ । ତେବେ ରାଜ୍ୟ ର ସବୁ ବନ୍ଦର କୁ ଜାରି ହୋଇଛି 2 ନମ୍ବର ବିପଦ ସଂକେତ ।

ତେବେ ବାତ୍ୟା ଅସାନି ପ୍ରଭାବ ରେ 12 ତାରିଖ ଯାଏଁ ଅସାନ୍ତ ରହିବ ସମୁଦ୍ର , ଏଥି ପାଇଁ 11 ତାରିଖ ରୁ 13 ତାରିଖ ସକାଳ ଯାଏଁ ମତ୍ସ୍ୟ ଜିବୀ ଙ୍କୁ ସମୁଦ୍ର କୁ ପ୍ରବେଶ କରିବା ମନା । ବାତ୍ୟା ଜନିତ ବର୍ଷା ପ୍ରଭାବ ରେ ଉପକୂଳ ଓଡିଶା ରେ ଅମଳ ଯୋଗୀ ଶସ୍ୟ ପ୍ରଭାବିତ ଆଶଙ୍କା ରହିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।