shocking ଭିଡ଼ିଓ –ରାସ୍ତା କଡରେ ମହିଳା ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର ସହ ଟଣାଓଟରା କରାଯାଉଛି । ପୁରା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ବ୍ରହ୍ମପୁର ମହାନଗର ନିଗମ ଏନଫୋସଟିମର ମହିଳା ବ୍ୟବସାୟୀ ଙ୍କୁ ଦୁର୍ବ୍ୟବହାର | ଏନଫୋସଟିମର ଅଧିକାରୀ ଙ୍କ ଉପସ୍ଥିତି ରେ ମହିଳା ଙ୍କୁ ଦୁର୍ବ୍ୟବହାର ସହିତ ଟଣା ଓଟରା କରା ଯାଇଛି | ବ୍ରହ୍ମପୁର ମେଡିକାଲ ଛକରେ କିଛି ଉଠା ଦୋକାନୀ ଙ୍କ ସହିତ ବିଏମସି କର୍ମଚାରୀ ଙ୍କ ବ୍ୟବହାର ଅତି ଉତିଷ୍ଟ ସହିତ ଧସ୍ତାଧସ୍ତି ପରିସ୍ଥିତି ଦେଖିବା ପାଇଁ ମିଳି ଥିଲା | ଦୀର୍ଘ 2 ବର୍ଷ ର କରୋନା ଛାଟ ପରେ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ବେଳେ ବିଏମସି କର୍ମଚାରୀ ଅଧିକାରୀ ଙ୍କ ସମ୍ମୁଖରେ ଏପରି ବ୍ୟବହାର ନିହାତି ଭାବରେ ଘଟଣା ଟି ଦୁର୍ଭାଗ୍ୟ ଜନକ ଅଟେ |

ଜଣେ ଉଠା ଦୋକାନୀ କୁ ବୁଝା ସୁଝା ନ କରି ବିଏମସି ର ଏନଫୋର୍ସଟିମ ତାର ଜିନିଷ ପତ୍ର ଫୋପାଡ଼ି ଦେଉଛନ୍ତି | ତେଣୁ ବିଏମସି କର୍ମଚାରୀ ଏବଂ ଅଧିକାରୀ ଉଠା ଦୋକାନ ଙ୍କ ଉପରେ ଏହିପରି ବ୍ୟବହାର କରିବା କେତେ ଦୂର ଯଥାର୍ଥ, ସେମାନଙ୍କ ସାମଗ୍ରୀ କୁ ଏଭଳି ଭାବରେ ଫୋପାଡ଼ିବା ସତରେ କଣ ଏତେ ଆବଶ୍ୟକ ଥିଲା କି, ଜଣେ ମହିଳା ବ୍ୟବସାୟୀ ଙ୍କୁ ଏ କି ପ୍ରକାର ର ସମାନ ଦିଆ ଯାଉଛି ତେବେ ଏଭଳି ଅନେକ ପ୍ରଶ୍ନଏବେ ଉଙ୍କି ମାରୁଛି |

ସୂଚନା ଅନୁଯାଇ ଏନଫୋର୍ସଟିମ ଆଜି ସକାଳୁ ହିଁ ବ୍ରହ୍ମପୁର ମେଡିକାଲ ଛକ କୁ ଆସି ଥିଲେ ଆଉ ଆସି ସାରି ଜଣେ ମହିଳା ବ୍ୟବସାୟୀ ଙ୍କର ସବୁ ଜିନିଷ ପତ୍ର କୁ ଟାକ୍ଟର ଉପରକୁ ନେଇ ଯାଇ ଥିଲେ | ଏହା ସହିତ ମହିଳା ଙ୍କୁ ଅନେକ ଦୁର୍ବ୍ୟବହାର ଦେଖାଇ ତାଙ୍କ ଜିନିଷ କୁ ଫୋପାଡ଼ି ଦେଇ ଥିଲେ |

ତେବେ ଏହି ମହିଳା ଜଣଙ୍କର କେହି ପରିବାର ନାହାଁନ୍ତି ଏବଂ ସେ ତାଙ୍କର କୁନି ଛୁଆ କୁ ଧରି ଏକୁଟିଆ ହିଁ ସଂଘର୍ଷ କରୁଛନ୍ତି | ପ୍ରଥମେ ଯେତେବେଳେ ବିଏମସି କର୍ମଚାରୀ ମାନେ ଜିନିଷ ପତ୍ର ଫୋପାଡ଼ି ଥିଲେ ସେତେବେଳେ ମହିଳା ଜଣଙ୍କ ତାଙ୍କୁ ଅନୁରୋଧ କରି କହି ଥିଲେ କି ମୁଁ ମୋ ଜିନିଷ କାଢି ନେବି ଆପଣ ଦୟା କରି ଏପରି କରନ୍ତୁ ନାହିଁ |

କିନ୍ତୁ ସେମାନେ କିଛି ନ ଶୁଣି ମହିଳା ଙ୍କୁ ଧସ୍ତାଧସ୍ତି କରି ତାଙ୍କ ଜିନିଷ କୁ ଜୋର ଜବରଦସ୍ତି ଟାକ୍ଟର ରେ ପକାଇ ନେଉ ଯାଉ ଥିଲେ | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ନିହାତି ଭାବରେ ଏହି ମହିଳା ବ୍ୟବସାୟୀ ଜଣଙ୍କୁ ଏହା କି ପ୍ରକାର ସମ୍ମାନ ଦିଆ ଯାଉଛି | ଜଣେ ମହିଳା ବ୍ୟବସାୟୀ ବାରମ୍ବାର ମନା କରୁଛନ୍ତି କିନ୍ତୁ ତାଙ୍କ ପ୍ରତି ଏଭଳି ବ୍ୟବହାର କରିବା କେତେ ଦୂର ଠିକ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି | ବର୍ତ୍ତମାନ ସମୟ ରେ ଆମ ସମାଜ ନାରୀ ଙ୍କୁ ଏଭଳି ଅସମ୍ମାନ ଦେଉଛି ତାହାକୁ ଭାବିଲେ ଲଜ୍ୟା ଅନୁଭବ ହେଉଛି |