( ପାଉଁଜି ଏବଂ ଝୁଣ୍ଟିଆ ) – ସ୍ୱାମୀ ଜୀବନରେ ଆଣେ ଦୁଃଖ ଏବଂ କଷ୍ଟ | Odia bayagita

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର କିଛି ନିୟମ ଅଛି। ତେବେ ଜାଣିବା ପାଦରେ କିପରି ଝୁଣ୍ଟିଆ ଓ ପାଉଁଜି ପିନ୍ଧିବା ଦ୍ୱାରା କଣ ଲାଭ ଓ କଣ କ୍ଷତି ହୋଇଥାଏ। ଭାରତୀୟ ମହିଳା ମାନଙ୍କ ପରିଧାନ ବିଶ୍ୱର ସବୁଠାରୁ ଭିନ୍ନ ଅଟେ। ଭାରତୀୟ ମହିଳା ମାନଙ୍କ ବେଷ ପୋଷାକ, ଶୃଙ୍ଗାର ବାହାର ଦେଶ ଠାରୁ ଅଲଗା ଅଟେ। ଜ୍ୟୋତିଷ ମତରେ ବିବାହିତ ମହିଳା ମାନେ ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ।

ଏହାର ଭୁଲ ବ୍ୟବହାର ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ପାଦରେ ଭୁଲ ଭାବେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିଲେ ଆପଣଙ୍କୁ ବରବାଦି ଆଡ଼କୁ ଟାଣି ଆଣିଥାଏ। ତେବେ ଜାଣିବା ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର ଲାଭ ଓ କ୍ଷତି ବିଷୟରେ।

ପାଉଁଜି ପିନ୍ଧିବା ଦ୍ୱାରା କଣ କ୍ଷତି ଘଟିଥାଏ –


୧- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହିତ ମହିଳା ପିନ୍ଧିଥିବା ପାଉଁଜି ଓ ଝୁଣ୍ଟିଆ କୌଣସି ଚିହ୍ନା ଅଚିହ୍ନା ମହିଳା ଙ୍କୁ ଦିଅନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଙ୍କ ସ୍ୱାସ୍ଥ୍ୟ ଓ ଆୟୁଷ ଉପରେ ପ୍ରଭାବ ପକାଇଥାଏ। ଏଣୁ ସ୍ୱାମୀ ଙ୍କର ଚରିତ୍ର କୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ଗୃହକୁ କଳହ, ଅଶାନ୍ତି ଓ ଦୁର୍ଦ୍ଦଶା ର ଆମନ୍ତ୍ରିତ କରିଥାଏ।

୨- ଏହା ମଧ୍ୟ ନିୟମ ଅଛି କି, ଯେ କୌଣସି ମହିଳା ପିନ୍ଧିଥିବା ପାଉଁଜି ର ଘୁଙ୍ଗୁର ର ଶବ୍ଦ ଯଦି ନ ବାହାରେ ତେବେ ଅଶୁଭ ମାନା ଯାଇଥାଏ। ଅଥବା ଭଙ୍ଗା ଫଟା ପାଉଁଜି ବା ଝୁଣ୍ଟିଆ ଏବଂ ଘୁଙ୍ଗୁର ଝଡ଼ି ପଡ଼ିଥିବା ପାଉଁଜି ତୁରନ୍ତ ବଦଳାଇ ଦେବା ଆବଶ୍ୟକ। କାରଣ ଯେଉଁ ପାଉଁଜି ରୁ ଶବ୍ଦ ନ ବାହାରେ ତେବେ ତାହା ଅଶୁଭ ହୋଇଥାଏ। ଏହା କହିବ କି ପାଉଁଜି ଏବଂ ଝୁଣ୍ଟିଆ ଫାଟିବା ଏବଂ ଛିଣ୍ଡିବା ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ।


ଏଥିପାଇଁ ତୁରନ୍ତ ଆପଣ ତାହାକୁ ଠିକ୍ କରି ଦିଅନ୍ତୁ। ଘୁଙ୍ଗୁର ର ଝୁଣ୍ଟିଆ ପିନ୍ଧିବା ଶୁଭ ଦାୟକ ହୋଇଥାଏ। ମାନ୍ୟତା ଅଛିକି ଘୁଙ୍ଗୁର ର ଶବ୍ଦ ହିଁ ସକରାତ୍ମକ ଶକ୍ତି କୁ ବଢ଼ାଇଥାଏ ଓ ଲକ୍ଷ୍ମୀ ଙ୍କର ଶୁଭ ଦୃଷ୍ଟି ମଧ୍ୟ ପଡ଼ିଥାଏ। ଗୃହରେ ଉନ୍ନତି ଦେଖା ଦେଇଥାଏ। ଘରକୁ ଦେବାଦେବୀ ଙ୍କର ଆଗମନ ହୋଇଥାଏ।

୩- ଯଦି କେଉଁଠି ବି ପାଉଁଜି ପଡ଼ିଥିବାର ଦେଖୁଛନ୍ତି ତେବେ ତାହା ଘରକୁ ଆଣନ୍ତୁ ନାହିଁ। କାରଣ ଏହା ତନ୍ତ୍ର ମନ୍ତ୍ର ର ପ୍ରୟୋଗ ହୋଇ ଥାଇପାରେ। ଯଦି ଆପଣଙ୍କୁ ଭୁଲରେ ବି ବାହାରେ ପଡ଼ିଥିବା ପାଉଁଜି ବା ଝୁଣ୍ଟିଆ ଘରକୁ ନେଇ ଆସନ୍ତି ତେବେ ଆପଣଙ୍କ ଘରେ କିଛି ବି ହୋଇପାରେ।

ପାଉଁଜି ପିନ୍ଧିବାର ଲାଭ-

 

୧- ବିବାହିତା ନାରୀ ମାନଙ୍କୁ ଘରର ଲକ୍ଷ୍ମୀ ମାନାଯାଇଥାଏ। ତେଣୁ ଏମାନେ ଷୋଳ ଶୃଙ୍ଗାର ରେ ସଜେଇ ହେବା ମାନ୍ୟତା ଅଛି। ମଥାର ସିନ୍ଦୁର ଟୋପା ଠାରୁ ଆରମ୍ଭ କରି ପାଦର ପାଉଁଜି ଓ ଝୁଣ୍ଟିଆ ପର୍ଯ୍ୟନ୍ତ ଷୋଳ ଶୃଙ୍ଗାର ର ଏକ ଏକ ଅଂଶ ହୋଇଥାଏ। ତେଣୁ ମଥାର ସିନ୍ଦୁର, ହାତର ଚୁଡ଼ି, ଦେହରେ ଅନେକ ଗହଣାମାନ ପରିଧାନ କରିଥାନ୍ତି। ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ମହିଳା ମାନଙ୍କର ସୁନ୍ଦରତା ଆହୁରି ଆକର୍ଷିତ ହୋଇଥାଏ। ଏହା ପୁରୁଷ ମାନଙ୍କୁ ଆକର୍ଷିତ କରିଥାଏ।

୨- ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଦେହର ହାଡ଼, ଶିରା ପ୍ରଶିରା ଏମିତି କି ଗର୍ଭାଶୟ ମଧ୍ୟ ମଜବୁତ୍ ହୋଇଥାଏ ।ମହିଳା ମାନଙ୍କର ମାସିକ ଧର୍ମ ହୋଇଥାଏ। ରୁପାର ପାଉଁଜି ଓ ଝୁଣ୍ଟିଆ ସବୁଠାରୁ ଭଲ ହୋଇଥାଏ।

୩- ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ନକରାତ୍ମକ ଦୂର ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।