ଏହି ଘରୋଇ ଉପାୟ ଦ୍ବାରା ( ଗ୍ୟାସ୍,ଏସିଡିଟି,କବଜ,କୋଷ୍ଠ କାଠିନ୍ୟ ) ୫ମିନିଟ୍ ରେ ଭଲ ହେବ |

ଯଦି ଆପଣଙ୍କୁ କବଜ ବା କୋଷ୍ଠ କାଠିନ୍ୟ ସମସ୍ୟା ରହୁଅଛି , ପେଟ ଫୁଲୁଅଛି , ଯଦି ବାରମ୍ବାର ଗ୍ୟାସ ହେଉ ଅଛି । ଛାତିରେ ଜ୍ବଳନ ହେଉଅଛି, ଏସିଡ୍ ସମସ୍ୟା ରହୁଛି । ତେବେ ଏହି ସମସ୍ତ ସମସ୍ୟା ପାଇଁ ଆଜି ଆମେ ଆପଣଙ୍କ ସହିତ ଏକ ଚମତ୍କାରୀ ଘରୋଇ ଉପଚାର ଆଲୋଚନା କରିବା , ଯାହାଦ୍ବାରା ଆପଣଙ୍କୁ ଏହି ସବୁ ସମସ୍ୟା କେବେ ବି ହେବ ନାହିଁ । ତେବେ ଚାଲନ୍ତୁ ଜାଣିନେବା ସେହି ଚମତ୍କାରୀ ଘରୋଇ ଉପଚାର ବିଷୟରେ ଏବଂ ତାହାକୁ କେମିତି ତଥା କିପରି ସେବନ କରିବାକୁ ହୁଏ ।

ତେବେ ଆଜିର ଏହି ଉପଚାର ବହୁତ ପାୱାରଫୁଲ୍ ଅଟେ । ଏହାର ସେବନ ଦ୍ବାରା ଆପଣଙ୍କର ଭୟଙ୍କରରୁ ଭୟଙ୍କର ଗ୍ୟାସ ସବୁ ଦିନ ପାଇଁ ଶେଷ ହୋଇଯିବ । କେବଳ 5 ମିନିଟ୍ ଭିତରେ ଆପଣଙ୍କୁ ଏହାର ପଳାଫଳ ମିଳିଯିବ ।

ଆବଶ୍ୟକ ସାମଗ୍ରୀ :-

1 ଗ୍ଲାସ ପାଣି, ଜିରା, ଡାଲଚିନି, ଲେମ୍ବୁ, ଏବଂ କଳା ଲୁଣ |

ପ୍ରସ୍ତୁତ ପ୍ରଣାଳୀ-

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ତାପରେ ସେହି ପାଣିରେ ଆପଣ 1 ଚାମଚ ଜିରା ପକାନ୍ତୁ । ତେବେ ଜିରା ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ ।

ଆୟୁର୍ବେଦ ଅନୁଯାଇ ଜିରା ଏପରି ଏକ ମସଲା ଯାହା ହଜମକାରୀ ରସକୁ ଉତ୍ସାହିତ କରେ ଏବଂ ଅମ୍ଳତା ବା ଗ୍ୟାସ ତଥା ପେଟ ଜନିତ ସମସ୍ୟାରୁ ଆମକୁ ରକ୍ଷା କରିଥାଏ । ଏହାପରେ ସେଥିରେ ଅଳ୍ପ ଡାଲିଚିନି ଖଣ୍ଡ ପକାନ୍ତୁ,ଡାଲଚିନି ରେ ଏକ ସକ୍ରିୟ ଉପାଦାନ ଥାଏ ଯାହା ହଜମ ପ୍ରକ୍ରିୟା ରେ ସାହାଯ୍ୟ କରି ଥାଏ । ବର୍ତ୍ତମାନ ଆପଣ ଏହାକୁ 5 ମିନିଟ ପର୍ଯ୍ୟନ୍ତ ଳୋ ଫେମ୍ ରେ ଫୁଟିବାକୁ ଛାଡ଼ି ଦିଅନ୍ତୁ ।

ଯେମିତି5 ମିନିଟ ପରେ ଆପଣ ଏହାକୁ ଗ୍ୟାସ ରୁ ଓହ୍ଲାଇ ଏକ ପାତ୍ର ରେ ସେହି ପାଣି କୁ ଛାଙ୍କି ନିଅନ୍ତୁ | ଏହାପରେ ସେହି ପାଣିରେ ଆପଣ ଫାଳେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ ଏବଂ ଏବେ ଆପଣ ଏଥିରେ ଅଧା ଚାମଚ କଳା ଲୁଣ ପକାନ୍ତୁ |

କଳା ଲୁଣ ରେ କ୍ଷାରୀୟ ଗୁଣ ରହିଛି ଯାହା ଆପଣଙ୍କ ପେଟରେ ଅଧିକ ଏସିଡ ହ୍ରାସ କରିବାରେ ସହାୟତା କରିଥାଏ | ବର୍ତ୍ତମାନ ସେହି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ଉପଚାର ଟି ପ୍ରସ୍ତୁତ ହୋଇ ଯିବ |

ସେବନ ପ୍ରକ୍ରିୟା :-ଯଦି ଆପଣଙ୍କ ର ଗ୍ୟାସ ସମୟ ରହୁଛି ତେବେ ଏହାକୁ ସେବନ କରନ୍ତୁ 5 ମିନିଟ ରେ ହିଁ ଆପଣଙ୍କର ଭୟଙ୍କର ରୁ ଭୟଙ୍କର ଗ୍ୟାସ ସମସ୍ୟା ଦୂର ହୋଇ ଯିବ | ଆପଣ ଏହାକୁ ପ୍ରତେକ ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ, ଏହାର କିଛି ଦିନ ସେବନ ପରେ ଆପଣ ଦେଖିବେ ଯେ ଆପଣଙ୍କର ଏହି ସବୁ ପେଟ ଜନିତ ସମସ୍ୟା ଦୂର ହୋଇ ଯିବ |