ଦେଖନ୍ତୁ LIVE ଭିଡିଓ ଗୁଟଖା ଓ ତମାଖୁ ବିଜ୍ଞାପନ ଘଟଣାରେ ପ୍ରକୃତି, v/s ଏଲିନା ମୁଁହା-ମୁହିଁ….ପ୍ରକୃତି ଙ୍କ ମତ ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ

ଗୁଟଖା ବିଜ୍ଞାପନକୁ ନେଇ ପ୍ରକୃତି ଏଲିନା ମୁହାଁମୁହିଁ । ତେବେ ଆପଣ ମାନେ ଜାଣିଥିବେ ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଅକ୍ଷୟ ସମସ୍ତ ପ୍ରସଂଶକ ଏବଂ ଶୁଭଚିନ୍ତକଙ୍କ ଠାରୁ କ୍ଷମା ମାଗିଛନ୍ତି।

ଅକ୍ଷୟ କହିଛନ୍ତି, ଗତ କିଛି ଦିନ ଧରି ଆପଣମାନଙ୍କର ପ୍ରତିକ୍ରିୟା ମୋତେ ପ୍ରଭାବିତ କରିଛି । ମୁଁ ଟବାକୋ ସାମଗ୍ରୀକୁ ସମର୍ଥନ କରୁନାହିଁ କିମ୍ବା କରିବି ନାହିଁ । ବିମଲ ଇଲାଇଚିରେ ମୋର ବିଜ୍ଞାପନ ଆପଣଙ୍କୁ ବ୍ୟଥିତ କରିଛି ।

ନମ୍ରତାର ସହ ମୁଁ ଏଥିରୁ ପଛକୁ ହଟୁଛି । ଏବଂ ସେ ଏହି ବିଜ୍ଞାପନରୁ କମାଇଥିବା ସମସ୍ତ ଅର୍ଥ ମହତ କାର୍ଯ୍ୟ ପାଇଁ ବିନିଯୋଗ କରିବେ ବୋଲି କହିଛନ୍ତି । ଅକ୍ଷୟ ଆହୁରୀ କହିଛନ୍ତି, ଚୁକ୍ତି ଅନୁଯାୟୀ କମ୍ପାନୀ ଲିଗାଲ ସମୟ ପର୍ଯ୍ୟନ୍ତ ଏହି ବିଜ୍ଞାପନ ଚଳାଇପାରନ୍ତି । କିନ୍ତୁ ମୁଁ ଭବିଷତ୍ୟରେ ଏଭଳି କାର୍ଯ୍ୟ ଯେପରି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବି । ଏହାର ପ୍ରତିବଦଳରେ ଆପଣମାନଙ୍କ ଠାରୁ ମୁଁ ଭଲପାଇବା ଏବଂ ଶୁଭେଚ୍ଛା ଆଶା କରିବି ।

ତେବେ ଏହି ଗୁଟଖା ତମାଖୁ ବିଜ୍ଞାପନ ସୁପରଷ୍ଟାର ଅକ୍ଷୟ କୁମାର ଆଉ କରିବେ ନାହିଁ, ତେଣୁ ଏଥିପାଇଁ ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ରେ ସମସ୍ତ ଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି, ଆଉ ତାଙ୍କର ଏହି ପୋଷ୍ଟ ପରେ ଏବେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ପ୍ରକୃତି ମିଶ୍ର ମୁହାଁମୁହିଁ ହୋଇଛନ୍ତି । ଅଭିନେତ୍ରୀ ଏଲିନା ସାମନ୍ତରାୟ ଅକ୍ଷୟ କୁମାର ଙ୍କ ଏ ନିଷ୍ପତି କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଅକ୍ଷୟ କୁମାର ବହୁତ ଭଲ କାମ କରିଛନ୍ତି ।

ଅଭିନେତ୍ରୀଙ୍କ କହିବା କଥା ତାଙ୍କୁ ମଧ୍ୟ ଏହି ସବୁ ପ୍ରୋମସନ୍ କରିବା ପାଇଂ ବହୁତ ଅଫର୍ ଆସିଥାଏ କିନ୍ତୁ ସେ ସ୍ପଷ୍ଟ ଭାବରେ ମନା କରି ଦେଇଥାନ୍ତି କାହିଁକି ନାଁ ତାଙ୍କୁ ମଧ୍ୟ ଖରାପ ଜିନିଷର ବିଜ୍ଞାପନ କରିବା ପସନ୍ଦ ନୁହେଁ ।

ଆଉ ଅକ୍ଷୟ କୁମାର ଙ୍କ ଏହି ପୋଷ୍ଟ ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ସେ ମଧ୍ୟ ତାଙ୍କର ନିଷ୍ପତି ରେ ବହୁତ ଖୁସି , କିନ୍ତୁ ଅଭିନେତ୍ରୀ ଏଲିନା ଉତ୍ତରରେ ସେ ପ୍ରତିଉତ୍ତର ଦେଇ କହିଛନ୍ତି ଏହାକୁ ଖରାପ କହିବା ଠିକ୍ ନୁହେଁ କାହିଁକି ନାଁ ଆମେ ଏହାକୁ ସେବନ କରୁନୁ, ଯେହେତୁ ଆମେ ଜଣେ ଜଣେ କଳାକାର ତେଣୁ ଆମେ କେବଳ ଏହାର ବିଜ୍ଞାପନ କରିଥାଉ ।

ଆଉ ଯଦି ଏହାକୁ କେହି ଖରାପ କହୁଛନ୍ତି ତାହେଲେ ସରକାର କଣ ପାଇଁ ଏହି ସବୁ ଆଲ୍କହୋଲ ଜିନିଷକୁ ବ୍ୟାନ୍ କରି ଦେଉ ନାହାଁନ୍ତି । ଯଦି ସରକାର ଏହାକୁ ବ୍ୟାନ କରିଦେବେ ତାହେଲେ ଏହା ଆଉ ଦୋକାନକୁ ଆସିବନି କି ବିକ୍ରି ହେବନି କିମ୍ବା କେହି ଏହା ଉପରେ ବିଜ୍ଞାପନ ମଧ୍ୟ କରିବେନି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।