ଦେଖନ୍ତୁ ଭିଡ଼ିଓ : ମ୍ୟାଡ଼ାମ କାହିଁକି ଏ ଭୁଲ କଲ…ଶିକ୍ଷିତ ହୋଇ ଶେଷରେ…. ଛିଃ ଛିଃ…ଯୌନ ଲାଳସା ଭୁଲେଇ ଦେଲା ସବୁ ମାନ ମର୍ଯ୍ୟାଦା

ଯୌନ ଲାଳସା ଭୁଲେଇ ଦେଲା ସବୁ ମାନ ମର୍ଯ୍ୟାଦା । ଘରର ଏରୁଣ୍ଡି ବନ୍ଧ ଦେଇ ଡ୍ରାଇଭର ସହିତ ରଖିଲେ ପାପ ସଂପର୍କ । ସ୍ତ୍ରୀ ଖାଲି ଯେ ସ୍ବାମୀ ବିରୋଧରେ ସୁପାରୀ ଦେଇଛନ୍ତି ତାହା ନୁହେଁ ବରଂ ରଚିଛନ୍ତି ଏମିତି ଅନେକ ଅପରାଧର କାହାଣୀ ଯାହା ଆପଣଙ୍କର ମୁଣ୍ଡ ଘାବୋରେଇ ଦେବ । ଏହି ମହିଳାଙ୍କ ନାମ ହେଉଛି ସିଲସିଲା ବେହେରା ଏବଂ ତାଙ୍କର ପାପ ସମ୍ପର୍କର ସିଲସିଲା ବି ଲମ୍ବା ହିଁ ଅଛି । ସିଲସିଲା ବେହେରା ଦୀର୍ଘ 19-20 ବର୍ଷ ପୂର୍ବରୁ ବିନାୟକ ବେହେରାଙ୍କ ସହ ରାଉରକେଲାରେ ବିବାହ କରିଥିଲେ।

ବିନାୟକ ବେହେରା ଆର୍ମିରେ ଜଣେ ବଡ ଅଫିସର ଥିଲେ। ଆଉ ଏହାପରେ ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ଏକ ଅପାର୍ଟମେଣ୍ଟରେ ମିଶିକି ରହୁଥିଲେ। ପୁଅକୁ ନେବା ଆଣିବା କରିବା ପାଇଁ ଏବଂ ସ୍ତ୍ରୀ ପାଇଁ ଏକ ବୋଲେରୋ ଗାଡି କିଣି ଥିଲେ। ଆଉ ଏହିସବୁ ପାଇଁ ଅଶୋକ ନାମକ ଏକ ବ୍ୟକ୍ତିକୁ ଡ୍ରାଇଭର ରୂପେ ନିଜ କାମରେ ରଖିଥିଲେ ବିନାୟକ ବାବୁ।

ଆଉ ଏହାପରେ ଅଶୋକ ଗାଡି ଚଲେଇବା କାମ କରୁଥିଲା ହେଲେ ତାର ମନ୍ଦ ଉଦ୍ଦେଶ୍ୟ ଥିଲା ବିନାୟକ ବାବୁଙ୍କ ସ୍ତ୍ରୀ ଉପରେ। ଆଉ ଏଥିରେ ଭରପୁର ଭାବରେ ସହଯୋଗ କରିଥିଲେ ସିଲସିଲା ବେହେରା। ଏହାପରେ ସେ ଦୁହିଁଙ୍କ ମଧ୍ୟରେ ପାପ ସମ୍ପର୍କ ଗଢି ଉଠିଥିଲା । ଅଶୋକ ଡ୍ରାଇଭର ସହିତ ପାପ ସମ୍ପର୍କ ଏରୁଣ୍ଡି ବନ୍ଧ, ମାନ ମର୍ଯ୍ୟାଦା ସବୁକିଛି ଡେଇଁ ଯାଇଥିଲା। କିଛି ଦିନ ପରେ ନିଜ ସ୍ତ୍ରୀ ସହ ଡ୍ରାଇଭରର ପାପ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ବିନାୟକ ବାବୁ ଏବଂ ତାକୁ କାମରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ତାକୁ କାମରୁ ବାହାର ନ କରିବା ପାଇଁ ସ୍ୱାମୀ ଆଗରେ ଜିଦ ଧରିଥିଲେ ସ୍ତ୍ରୀ ଏବଂ ଡ୍ରାଇଭର ସହ ସେ ଅନେକ ଖରାପ ସମ୍ପର୍କ ମଧ୍ୟ ରଖିଥିଲେ । ତେବେ ବିନାୟକ ବାବୁ ଏହିସବୁ ସହି ନେଉଥିଲେ ଲୋକ ଲଜ୍ଜା ଭୟରେ। ସିଲସିଲା ଅଶୋକଙ୍କ ସହ ମିଶି ଏନଜିଓ ନାମରେ ଅନେକ ଠକେଇରେ ମଧ୍ୟ ସାମିଲ ଥିଲେ। ଅନେକ ସ୍ଥାନରେ ସେ ନିଜ ପ୍ରେମିକ ଅଶୋକକୁ ନିଜ ସ୍ୱାମୀ ବୋଲି ମଧ୍ୟ ପରିଚୟ ଦେଉଥିଲେ। ଆଉ ଏହା ସମ୍ପର୍କରେ ଅନୁଗୁଳ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ନିଜ ସ୍ୱାମୀଙ୍କୁ ନିଜ ରାସ୍ତାରୁ ହଟେଇବା ପାଇଁ ମଧ୍ୟ ଯୋଜନା ଆରମ୍ଭ ମଧ୍ୟ କରି ସାରିଥିଲେ ସିଲସିଲା । ଏହାପରେ ଘରୋଇ କଳହ ଏବଂ ଯୌତୁକ ନାମରେ ମିଥ୍ୟା ଅଭିଯୋଗ ଆଣିଥିଲେ ନିଜ ସ୍ବାମୀ ବିନାୟକ ନାମରେ । ସ୍ବାମୀଙ୍କୁ ନିଜ ରାସ୍ତାରୁ ହଟେଇବା ପାଇଂ ଦୁଇ ଦୁଇ ଥର ଗୁଣ୍ଡାକୁ ସୁପାରୀ ମଧ୍ୟ ଦେଇଥିଲେ । ଆଉ ସବୁ ସଂମ୍ପତିର ମାଲିକାଣୀ ହୋଇ ନିଜ ପ୍ରେମିକ ସହିତ ଜୀବନକୁ ଉପଭୋଗ କରିବା ଥିଲା ତାଙ୍କର ଯୋଜନା । ତେବେ ଗୁଣ୍ଡାମାନେ ଷ୍ଟିଲ ଏବଂ ପ୍ଲାଷ୍ଟିକ ପାଇପରେ ନିଛାଟିଆ ଜାଗାରେ ପିଟିବା ବି ଆରମ୍ଭ କରିଥିଲେ । ଯେଉଂଠାରୁ ପ୍ରାଣବିକଳରେ ସେ ଦୌଡି ଚାଲିଆସିଥିଲେ ଏବଂ ଏହାପରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ ଦେଇଥିଲେ ।

ଏହାପରେ ପୋଲିସ ଗିରଫ କରିଥିଲା ଡ୍ରାଇଭର ଅଶୋକକୁ। କିନ୍ତୁ କ୍ରିମିନାଲ ଲେଡି ସିଲସିଲା ଏବେ ମଧ୍ୟ ଖୁଲମଖୁଲା ଭାବରେ ବୁଲୁଛି ସୁପାରୀ କିଲରଙ୍କ ସହିତ । ତାଙ୍କ ଲକ୍ଷ୍ୟ ନିଜ ସ୍ବାମୀଙ୍କୁ ହତ୍ୟା କରିବା। ତେଣେ ଦେଖିବାକୁ ରହିଲା ପୋଲିସ୍ କେବେ ଆରେଷ୍ଟ କରୁଛି ଏହି କ୍ରିମିନାଲ୍ ଲେଡିକୁ ।