( ଅଳତା ) ଏହିପରି ଲଗାଇଲେ – ଗୃହ ଏବଂ ସ୍ୱାମୀ ଜୀବନରେ ଧନର ବର୍ଷା ହେବ |Odia bayagita tips,

ଅଳତା ସର୍ବଶ୍ରେଷ୍ଠ ଓ ସର୍ବୋଚ୍ଚ ଶୃଙ୍ଗାର ଅଟେ। ମହିଳା ମାନଙ୍କର ଷୋଳ ଶୃଙ୍ଗାର ମଧ୍ୟରୁ ଏହା ଏକ ଉଚ୍ଚ କୋଟିର ଶୃଙ୍ଗାର ହୋଇଥାଏ। ଏହି ଶୃଙ୍ଗାର କେବଳ ମହିଳା ମାନଙ୍କ ପାଦକୁ ସୁନ୍ଦର ଦେଖାଯାଏ ନାହିଁ ବରଂ ଏହା ଅନେକ ରୋଗରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ ମଧ୍ୟ କରିଥାଏ। ଯାହାକୁ ଗୃହର ସୁଖ ସମୃଦ୍ଧି ସହିତ ଧନର ବର୍ଷା ମଧ୍ୟ ହୋଇଥାଏ। ଆପଣ ପୌରାଣିକ ବିଷୟବସ୍ତୁ କୁ ଦେଖିଥିବେ ସେହି ସବୁଥିରେ ସମସ୍ତ ଦେବୀ ମାନେ ଅଳତା ପିନ୍ଧି ଥିବାର ଦେଖିବାକୁ ପାଇଥିବେ ଏବଂ ମା ଲକ୍ଷ୍ମୀ ଅଳତା କୁ ନେଇ ଏକ ନାମ ମଧ୍ୟ ଅଛି। ରକ୍ତ ଚରଣ ନାମ ମଧ୍ୟ ଅଛି। ସାଧାରଣତଃ କୁଆଁରୀ ଝିଅ ମାନଙ୍କୁ ମା ଲକ୍ଷ୍ମୀ ବୋଲି ମାନିଥାନ୍ତି। ବିବାହ ପରେ ଗୃହ ଲକ୍ଷ୍ମୀ ବୋଲି କହିଥାନ୍ତି।

ମା ଲକ୍ଷ୍ମୀ ଙ୍କ ପାଦ ଯେମିତି ଖାଲି ନଥାଏ ସେହିପରି ବିବାହିତ ମହିଳା ମାନେ ପାଦକୁ ଖାଲି ରଖିବା ଉଚିତ୍ ନୁହେଁ। ପାଦକୁ ସର୍ବଦା ଅଳତା ର ଶୃଙ୍ଗାର କରିବା ଉଚିତ୍। କିନ୍ତୁ ଏହି ସବୁ ସହରାଞ୍ଚଳ ମାନଙ୍କରେ ଦେଖିବାକୁ ମିଳେ ନାହିଁ। କିନ୍ତୁ ଗ୍ରାମାଞ୍ଚଳ ମାନଙ୍କରେ ଏହା ସବୁ ଦେଖିବାକୁ ମିଳିଥାଏ। କିନ୍ତୁ ଏହାର ବିଧିବିଧାନ ସମସ୍ତଙ୍କୁ ଜଣା ନଥାଏ।

ସାଧାରଣତଃ ଗ୍ରାମାଞ୍ଚଳ ରେ ଓଷା, ବ୍ରତ, ପର୍ବ ପର୍ବାଣୀ, ବିବାହ ପରି ମାଙ୍ଗଳିକ କାର୍ଯ୍ୟ ରେ ଅଳତା ର ଶୃଙ୍ଗାର କରିଥାନ୍ତି। ଆଉ ଅନ୍ୟ ସମୟରେ ମହିଳା ମାନେ ପାଦକୁ ଖାଲି ରଖିଥାନ୍ତି। କିନ୍ତୁ ଏହା କରିବା ଆଦୌ ଉଚିତ୍ ହୋଇ ନଥାଏ।

କାରଣ ରାହୁ ଗ୍ରହ ଏପରି ଏକ ଦୁଷ୍ଟ ଗ୍ରହ ଯିଏକି ପ୍ରତ୍ୟେକ ଘରେ ଦୁଃଖ କଷ୍ଟ, ଯନ୍ତ୍ରଣା, କଳହ, ଅଶାନ୍ତି, ଦାରିଦ୍ର୍ୟତା କରିବାରେ ସବୁବେଳେ ପ୍ରସ୍ତୁତ ରହିଥାଏ ଏବଂ ରାହୁ ଗ୍ରହ କୁ କେବଳ ଗୋଟିଏ ଜିନିଷ ହିଁ ଶାନ୍ତ କରିଥାଏ।

ଆଉ ତାହା ହେଉଛି ମା ଲକ୍ଷ୍ମୀ ଙ୍କର ପାଦ। ରାହୁ ଗ୍ରହ ମା ଲକ୍ଷ୍ମୀ ଙ୍କର ପାଦ ଦେଖିଲେ ଶାନ୍ତ ହୋଇଥାନ୍ତି ଏବଂ ରାହୁ ଲାଲ୍ ରଙ୍ଗ ର ପ୍ରତୀକ ହୋଇଥାଏ। ଲାଲ୍ ରଙ୍ଗ ର ପାଦକୁ ମା ଲକ୍ଷ୍ମୀ ଙ୍କ ପାଦକୁ ଦେଖିଲେ ରାହୁ ଶାନ୍ତ ହୋଇଥାଏ। ଏଣୁ ଗୃହର ମହିଳା ମାନଙ୍କର ଅଳତା ଲଗା ପାଦକୁ ଦେଖିଲେ ରାହୁ ଗ୍ରହ ଶାନ୍ତ ହୋଇଥାଏ।

ଏଣୁ ଏହା ମଧ୍ୟ ବିଧି ଅଛି କି, ଘରେ ଆସିଥିବା ବହୂ ସକାଳୁ ଉଠି ତାର ନିତ୍ୟକର୍ମ ସାରି ଘରର ଶାଶୁ ଏବଂ ନଣନ୍ଦ ଏବଂ ଘରର ଅନ୍ୟ ମହିଳା ମାନଙ୍କୁ ପ୍ରଥମେ ଅଳତା ଲଗେଇ ଦେଇଥାଏ।

ତାପରେ ସେମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି। ଆଉ ପରେ ନିଜେ ଅଳତା ଲଗେଇଥାନ୍ତି। ଏହାଦ୍ୱାରା ଘରକୁ କେବେ ଅଶାନ୍ତି ଆସେ ନାହିଁ। ଦୁଃଖ, ଦୁର୍ଦ୍ଦଶା ଦୂର ହୋଇଥାଏ। ମା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଘରେ ପଡ଼ିଥାଏ। ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପ୍ରାପ୍ତି ହୋଇଥାଏ ଏବଂ ଗୃହକୁ ସକରାତ୍ମକ ବିଚାର ଆସିଥାଏ। ଯାହାଦ୍ୱାରା ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିଥାଏ। ଘରେ ଧନର ବର୍ଷା ମଧ୍ୟ ହୋଇଥାଏ। ଅଳତା ଲଗେଇବା ଦ୍ୱାରା ଶରୀରର ସମସ୍ତ ରୋଗ ଦୂର ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।