ଦେଖନ୍ତୁ LIVE ଭିଡିଓ- ସିମିରନ ତମେ କାହିଁକି ଏମିତି କଲ ?ପୋଲ ଉପରେ ସାଇକେଲ ଛିଡା କରି ଗଭୀର ଜଳ ଭିତରକୁ ଡେଇଁ ପଡିଲେ ଛାତ୍ରୀ। …

ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ସମ୍ପର୍କ ରେ ଜାଣି ପାରି ଥାଉ, କିନ୍ତୁ ବେଳେ ବେଳେ କିଛି ଏଭଳି ହୃଦୟ ବିଦାରକ ଘଟଣା ସାମ୍ନା କୁ ଆସି ଥାଏ ଯାହା ବହୁତ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ଆଜି କାଲି ର ପ୍ରାୟ ଯୁବ ପିଢ଼ି କିଛି ସମସ୍ୟା ଯଦି ଆସିଲା ତେବେ ସେମାନେ ଆତ୍ମହତ୍ୟା କରି ଦେଇ ଥାଆନ୍ତି, ଆଉ ଯାହାର ଦୁଃଖ ତାଙ୍କ ପରିବାର କୁ ସହିବାକୁ ପଡ଼ି ଥାଏ |

କିନ୍ତୁ ଆତ୍ମହତ୍ୟା ଯେ କେବଳ ମୂର୍ଖାମୀ ର କାମ ହୋଇ ଥାଏ ଏମାନଙ୍କୁ କିଏ ବୁଝାଇବ | ପୁଣି ସେଭଳି ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି |

କଅଁଳ ବୟସ ରେ ଜଣେ ଛାତ୍ରୀ ଚରମ ନିଷ୍ପତି ନେଇ ଗଲେ, ଲମ୍ବା ବୟସ ପଡ଼ି ଥିଲା ଆଉ ଆଗକୁ ବଢିବାର ଅନେକ ସୁଯୋଗ ମଧ୍ୟ ଥିଲା କିନ୍ତୁ ବୈତରଣୀ ର ଗଭୀର ପାଣିକୁ କାହିଁକି ଚାନ୍ଦବାଲି ର ଝିଅ ଡେଇଁ ପଡିଲେ | କେନ୍ଦ୍ରାପଡ଼ା ରାଜକନିକା ପୁରୁଣ୍ଡିଆ ସ୍ଥିତ ମାମୁଁ ଘରେ ରହି ପାଠ ପଢୁ ଥିଲେ, କିନ୍ତୁ ଏମିତି କଣ ହେଲା ଯେ ଝିଅ ଟି ନଈ କୁ ଡେଇଁ ପଡିଲେ |


ତେବେ ଏହି ନିଖୋଜ ସୀମରନ ଜେନା ଙ୍କର ମା ଙ୍କ ନାଁ ହେଉଛି କଳ୍ପନା ଜେନା | ବହୁ ଖୋଜା ଖୋଜି ପରେ ବି ଏପର୍ଯ୍ୟନ୍ତ ସିମରନ ଙ୍କ ପତା ମିଳୁ ନାହିଁ | ସକାଳେ ସବୁ ଠିକଠାକ ଥିଲା କମ୍ପୁଟର କ୍ଲାସ ସାରି ଫେରିବା ବେଳେ ସିମରନ ଙ୍କର କଣ ହେଲା ଯେ ସେ ଏଭଳି ଚରମ ନିଷ୍ପତି ନେଇ ଗଲେ |

ଏବେ ଲୋକେ ଫୁସୁରୁ ଫାସୁରୁ ହେଉଛନ୍ତି ଯେ ଛାତ୍ରୀ ଜଣଙ୍କ ନଈ କୁ ଡେଇଁଵାର କାରଣ କଣ ହୋଇ ଥାଇ ପାରେ | ଏକଥା ବି କୁହା ଯାଉଛି ଯେ ମାମୁଁ ଘର ଲୋକେ ତାକୁ ଗାଳି ଗୁଲଜ କରି ଥାଇ ପାରନ୍ତି ଯେଉଁଥି ପାଇଁ ସେ ରାଗରେ ନଈ କୁ ଡେଇଁ ପଡିଲେ |

ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଛାତ୍ରୀ ଜଣଙ୍କ ନଈ କୁ ଡେଇଁବାର ଦୀର୍ଘ ଘଣ୍ଟା ପରେ ବି ଉଦ୍ଧାରକାରୀ ଟିମ ଘଟଣା ସ୍ଥଳ ରେ ପହଞ୍ଚି ପାରି ନଥିଲା | ଯାହାକୁ ନେଇ ନିଖୋଜ ଛାତ୍ରୀ ଙ୍କ ମାମୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି |

ପୋଲ ଉପରେ ସାଇକେଲ ଓ ବ୍ୟାଗ ରଖି ନଈ କୁ ଡେଇଁ ଥିବା କଥା ଜଣେ ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି | ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସୀମରନ ଙ୍କ ବ୍ୟାଗ ଓ ସାଇକେଲ କୁ ଚି଼ହ୍ନଟ କରିଛନ୍ତି | ତେବେ କେଉଁ ପରିସ୍ଥିତି ରେ ଆଉ କଣ ପାଇଁ ସେ ବୈତରଣୀ ନଦୀ କୁ ଡେଇଁ ପଡିଲେ ତାର ତଦନ୍ତ ପୋଲିସ ଜାରି ରଖିଛି |