ସାବଧାନ ! ଚାହା ପିଇସାରି ଖାଆନ୍ତୁ ନାହିଁ ଏହି ସହୁ ଜିନିଷ , ନଚେତ୍ ମାଡିଯିବ ଏହି ଚର୍ମରୋଗ – Health Tips

ଆପଣ ମାନେ ସମସ୍ତେ ଜାଣିଥିବେ ସମାଜର ପ୍ରାୟତଃ ଅଧିକାଂଶ ବ୍ୟକ୍ତି ଙ୍କର ସୂର୍ଯ୍ୟ କିରଣ ପଡ଼ିବା ମାତ୍ରେ ହିଁ ଚା ପିଇବାର ଅଭ୍ୟାସ ରହିଥାଏ। ସକାଳା ସନ୍ଧ୍ୟା ଚା ରୁ ହିଁ ସେମାନଙ୍କ ଦିନ ଆରମ୍ଭ ହୋଇଥାଏ। ଚା କେବଳ ଭାରତରେ ନୁହେଁ ବରଂ ସମଗ୍ର ଦେଶରେ ଏକ ଲୋକପ୍ରିୟ ପାନୀୟ ଦ୍ରବ୍ୟ ଭାବରେ ଗ୍ରହଣ କରିଥାନ୍ତି। ପ୍ରତ୍ୟେକ ଖାଦ୍ୟ ଖାଇବାରେ କିଛି ନିତୀ ନିୟମ ରହିଥାଏ। ଯାହା ମାନି ଚଳିବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ।

ଚା ର ସେବନ ପରେ ଏମିତି କିଛି ଖାଦ୍ୟ ଖାଇ ଦେଉ ଯାହା ଆମକୁ ଆଦୌ ଖାଇବା ଉଚିତ୍ ନୁହେଁ। କାରଣ ସେହି ଖାଦ୍ୟ ପଦାର୍ଥ ଆମ ଶରୀରରେ କ୍ଷତି ପହଞ୍ଚାଇଥାଏ। ତେବେ ଜାଣିବା ଚା ପିଇ ସାରିବା ପରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ନଚେତ୍ ଭୟଙ୍କର ଚର୍ମ ରୋଗ ହେବାର ଆଶଙ୍କା ରହିଥାଏ।

୧- ବତୁରା ବୁଟ ଓ ମୁଗ

ଆପଣ ମାନେ ନିଶ୍ଚିତ ଦେଖିଥିବେ କିଛି ବ୍ୟକ୍ତି ମାନଙ୍କ ଫେସରେ ଧଳା ଧଳା ଦାଗ ରହିଥାଏ। ଯାହା କଲେ ମଧ୍ୟ ତାହା ଦୂର ହୋଇ ନଥାଏ। ତେବେ ଏଭଳି ହେବାର କାରଣ ହେଉଛି ଯଦି ଆପଣ ଚା ପିଇ ସାରିବା ପରେ ବତୁରା ବୁଟ ଓ ମୁଗ ଖାଆନ୍ତି। ତେଣୁ ଏ ସବୁରୁ ନିଜକୁ ଦୂରେଇ ରଖନ୍ତୁ। ନଚେତ୍ ଏଭଳି ସମସ୍ୟା ଦେଖା ଦେଇ ପାରେ।

୨- ପାଣି


ଧ୍ୟାନ ରଖିବେ କେବେହେଲେ ଗରମ ଚା ପିଇ ସାରିବା ପରେ ପାଣି ଆଦୌ ପିଅନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ଦାନ୍ତ ଥଣ୍ଡା ଥଣ୍ଡା ଲାଗିବା ସହ ଝିମଝିମ ଅନୁଭୂତ ହୋଇଥାଏ। ତେଣୁ ଚା ପିଇ ସାରିବା ପରେ ପାଣି ପିଅନ୍ତୁ ନାହିଁ।

୩- ଲେମ୍ବୁ

ଚା ପିଇ ସାରିବା ପରେ ଭୁଲରେ ମଧ୍ୟ ଲେମ୍ବୁ ରେ ତିଆରି ଜିନିଷ ବା ଲେମ୍ବୁ ଖାଆନ୍ତୁ ନାହିଁ। କାରଣ ଚା ପରେ ଲେମ୍ବୁ ଖାଇବା ଦ୍ଵାରା ଆମ ପେଟରେ ଏହା ବିଷରେ ପରିଣତ ହୋଇଥାଏ। ଯାହା ଫଳର ଆମ ଶରୀର ରେ ଅନେକ ପ୍ରକାରର ଅଜଣା ଚର୍ମ ରୋଗ ହେବାର ସମ୍ଭାବନା ରହିଥାଏ।

୪- ହଳଦୀ ଏବଂ ବେସନ ତିଆରି ଖାଦ୍ୟ

ଚା ପିଇ ସାରି କେବେହେଲେ ହଳଦୀ ଓ ବେସନ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ଆମ ମାନଙ୍କର ବାଳ ଖୁବ୍ ଶୀଘ୍ର ଧଳା ହୋଇ ଯାଇଥାଏ। କେଶ ଝଡ଼ିବା ମଧ୍ୟ ଆରମ୍ଭ ହୋଇ ଯାଇଥାଏ।

ତେଣୁ ଆପଣ ମାନେ ଚା ପିଇ ସାରିବା ପରେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ। କିଛି ସମୟ ପରେ ଅର୍ଥାତ୍ ଏକ ଘଣ୍ଟା ପରେ ଖାଆନ୍ତୁ। ନହେଲେ ଚା ପିଇବାର ଏକ ଘଣ୍ଟା ପୂର୍ବରୁ ଏହି ସବୁ ଖାଆନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାର ଚର୍ମ ରୋଗ ହେବ ନାହିଁ ଏବଂ ଆପଣ ସୁସ୍ଥ ରହିବେ।