ମର୍ଣ୍ଣିଙ୍ଗ ୱାକରେ ଯାଇ , ଏଗାର ପ୍ରକାର ପଶୁ ପକ୍ଷୀଙ୍କ ଚାଲି ଦେଖାଇଲେ ଯୁବକ….ମଣିଷ ଗୋଡ ନା ଘୋଡା ଗୋଡ…ଦେଖନ୍ତୁ ଭିଡିଓ

ଭଗବାନଙ୍କ ଲୀଳା ବିଚିତ୍ର । ତାହାକୁ ଏକ ସାଧାରଣ ମଣିଷ ପାଖରେ ବୁଝିବା ସମ୍ଭବପର ନୁହେଁ । ତେବେ ଭଗବାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ କୌଣସି ନାଁ କୌଣସି କଳା ଦେଇ ଏହି ଧରା ପୃଷ୍ଟକୁ ଅବତରି ଆଣିଥାନ୍ତି । କିନ୍ତୁ କିଛି ଜଣ ତାଙ୍କର କଳା ସମସ୍ତଙ୍କ ଆଗରେ ପ୍ରଦର୍ଶନ କରି ପାରିଥାନ୍ତି ତ ପୁଣି କେତେ ଜଣ ତାଙ୍କର କଳାକୁ ସବୁ ଦିନ ପାଇଁ ଲୁକ୍କାୟିତ ଅବସ୍ଥାରେ ରଖିଥାନ୍ତି .। ଆଉ କିଛି ଜଣଙ୍କ ପାଇଁ ଏହି କଳା ପ୍ରଦର୍ଶନ କରିବାର ସୁଯୋଗ ହିଁ ମିଳିନଥାଏ କିମ୍ବା ଅର୍ଥ ସେମାନଙ୍କ ପାଇଁ ବାଧକ ହୋଇ ଛିଡା ହୋଇଥାଏ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲୋକମାନେ ନିଜର ଟ୍ୟାଲେଣ୍ଡକୁ ଦେଖାଇବା ପାଇଁ ଏକ ସହଜ ସାଧ୍ୟ ମାଧ୍ୟମ , କିନ୍ତୁ ଯଦି ଆମେ 20 ବର୍ଷ ପଛକୁ ଚାଲି ଯିବା ତାହେଲେ ନିଜ ଭିତରେ ଥିବା ଟାଲେଣ୍ଟକୁ ଅନ୍ୟ ଆଗରେ ପ୍ରକାଶ କରି ପାରୁନଥିଲେ ।

ନିଜ ଭିତରେ ଥିବା ପ୍ରତିଭା ନିଜ ଭିତରେ ହିଁ ରହି ଯାଉଥିଲା । କିନ୍ତୁ ବର୍ତ୍ତମାନ ଯୁଗ ବଦଳି ଗଲାଣି ଆଜିକାଲି ପ୍ରାୟତଃ ସମସ୍ତେ ସୋସିଆଲ ମିଡିଆ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ , ତେବେ ସୋସିଆଲ ମିଡିଆ କେବଳ ଯୁବକ ଯୁବତୀ ଜଡିତ ତାହା ନୁହେଁ ବରଂ ସବୁ ବର୍ଗର ଲୋକମାନେ ସୋସିଆଲ ମିଡିଆ ସହ ଜଡିତ ।

ବେଳେବେଳେ ସୋସିଆଲ ମିଡିଆରେ ଅନେକ ଏପରି ଘଟଣା ଦଖିବାକୁ ମିଳିଥାଏ ଏବଂ ଯେଉଂଥିରେ ଲୋକେ ତାଙ୍କର ବିଚିତ୍ର ଟେଲେଣ୍ଟ ଦେଖାଉଥାନ୍ତି । ତେବେ ଏଭଳି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି । ଆପଣ ମାନେ ନ ଦେଖିଲେ କଥାଟି ବିଶ୍ବାସ କରିପାରିବେ ନାହିଁ , ଯାହାକି ଜଣେ ଯୁବକ ମର୍ଣ୍ଣିଂଓ୍ଵାକରେ ଯାଇ 11 ପ୍ରକାର ପଶୁ ପକ୍ଷୀ ଚାଲି ଦେଖାଉଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ଯକ୍ତି ମର୍ଣ୍ଣିଂଓ୍ଵାକରେ ଆସିଛନ୍ତି କିନ୍ତୁ ସେ ଯେଉଁ ଭଳି ଭାବରେ ଭିଡିଓରେ ଚାଲୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି। ସେ କିଛି ପଶୁପକ୍ଷୀଙ୍କର ଚାଲିଚଳନ ଦେଖେଇବାକୁ ଚାହୁଁଛନ୍ତି । ତାହା ଦେଖିଲେ ଆପଣ ହୁଏତ ବିଶ୍ବାସ କରିପାରିବେ ନାହିଁ ଏବଂ କନଫ୍ଯୁଜ୍ ମଧ୍ଯ ହୋଇଯିବେ। ଥରେ ଭିଡିଓଟିକୁ ଭଲ ଭାବେର ଦେଖନ୍ତୁ ଏବଂ କୁହନ୍ତୁ ଏସବୁ ଚାଲି କେଉଂ ପଶୁପକ୍ଷୀଙ୍କର ସହିତ ମିଶୁଛି ।

କାରଣ ଏହି ଭିତରେ 11 ଜଣ ପଶୁପକ୍ଷୀଙ୍କର ଚାଲି ସେ ଦେଖାଉଛନ୍ତି। ତେବେ ଏହି ସବୁ ଚାଲିଭିତରେ ରହିଛି ବତକ, ପେଙ୍ଗୁଇନ, ଘୋଡା, ଚିତାବାଘ, ସ୍ଲୋଥ୍, ହରିଣ, କୁକୁଡା, କଙ୍ଗାରୁ, ଗୁଣ୍ଡୁଚିମୂଷା, ଘରବିରାଡି, କଙ୍କଡା ର ଚାଲି ଏହି ବ୍ଯକ୍ତି ଜଣଙ୍କ ଚାଲୁଛନ୍ତି। ଏହି ଭିଡିଓଟି ଏବେ ବହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କାହିଁକି ନାଁ ବ୍ଯକ୍ତି ଜଣଙ୍କ ଏଭଳି ଏକ୍ସଜାଟ୍ ନକଲ୍ କରୁଛନ୍ତି ଏ ପଶୁଜୀବମାନଙ୍କର ଏଭଳି ଚାଲିକୁ। ଯେଉଁଥିପାଇଁ ଏଭିଡିଓଟି ଏବେ ବହୁତ ଭାଇରାଲ୍ ହେବାରେ ଲାଗିଛି।