ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ . ସ୍କୁଲ ଦିଦି ନାଚିଲେ ଭିଡ଼ିଓ ହେଲା ଭାଇରାଲ୍ …ଡ୍ୟାନ୍ସ ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି

ବର୍ତ୍ତମାନ ସମୟରେ ଯଦି ଦେଶକୁ ଆଗକୁ ନେବାର ଅଛି ,ତାହେଲେ ଆଗାମୀ କାଲିର ଭବିଷ୍ୟତ ଉପରେ ଗୁରୁତ୍ବ ର ଆବଶ୍ୟକତା ରହିଛି। ଅର୍ଥାତ୍ ଶିକ୍ଷା ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେଥିପାଇଁ ଆପଣ ମାନେ ଦେଖିଥିବେ ଯେ, ପ୍ରତ୍ୟେକ ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ସରକାର ଗୁରୁତ୍ବ ଦେଇଥାନ୍ତି। ଆବଶ୍ୟକତା କୁ ଦୃଷ୍ଟି ରେ ରଖି ନୂଆ ନୂଆ ଶିକ୍ଷା ନୀତି ଗ୍ରହଣ କରାଯାଉଛି। ବାରମ୍ବାର ଶିକ୍ଷା ନୀତି ରେ ପରିବର୍ତ୍ତନ ଅଣାଯାଇଛି।

ତେବେ ସମାଜରେ ଶିକ୍ଷକ ଙ୍କ ସ୍ଥାନ ସବୁବେଳେ ଉଫରେ ଥାଏ। କାରଣ ଶିକ୍ଷକ ଙ୍କ ଦ୍ୱାରା ଆଗାମୀ କାଲିର ଭବିଷ୍ୟତ ସ୍ଥିର ହୋଇଥାଏ। ଶିକ୍ଷକ ହିଁ ଅଜ୍ଞାନରୂପୀ ଅନ୍ଧକାର କୁ ଦୂରୀଭୂତ କରି ଜ୍ଞାନ ର ପଥ ଦେଖାଇଥାନ୍ତି।

ବାପା ମା ଙ୍କ ଅପେକ୍ଷା ଶିକ୍ଷକ ଙ୍କ ସ୍ଥାନ ଅନେକ ଉପରେ, ପ୍ରତ୍ୟେକ ଛାତ୍ର ଓ ଛାତ୍ରୀ ଶିକ୍ଷକ ଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥାନ୍ତି। ପିଲା ମାନଙ୍କର ପ୍ରଥମ ଶିକ୍ଷା ମନ୍ଦିର ହେଉଛି ପ୍ରାଥମିକ ବିଦ୍ୟାଳୟ ଆଉ ଏହି ପ୍ରାଥମିକ ବିଦ୍ୟାଳୟ ରୁ ହିଁ ଗୋଟିଏ ପିଲାର ଶିକ୍ଷାର ଭିତ୍ତିଭୂମି ବା ମୂଳଦୂଆ ସ୍ଥାପନ ହୋଇଥାଏ। କୁହାଯାଏ ଗୋଟିଏ ଶିଶୁ ର ଅନ୍ତର୍ନିହିତ ଗୁଣ ତାର ବାଲ୍ୟ ଜୀବନ ରୁ ହିଁ ଦେଖା ଯାଇଥାଏ।

ସେହି ଠାରୁ ହିଁ ତାର ଆଗାମୀ ଭବିଷ୍ୟତ କଣ ହେବ ତାହା ସହଜରେ କହି ହେବ। ତେବେ ଗୋଟିଏ ଶିଶୁ କୁ ଜଣେ ଉତ୍ତମ ତଥା ଭଲ ମଣିଷ କରିବା ପାଇଁ ଜଣେ ଭଲ ଶିକ୍ଷକ ଙ୍କ ବହୁତ ବଡ ହାତ ରହିଥାଏ।


କାହିଁକିନା ଶିକ୍ଷକ ଚାହିଁଲେ ଜଣେ ପିଲାକୁ ଦେଶର ଉତ୍ତମ ନାଗରିକ ଗଢ଼ି ପାରିବେ ଏବଂ ତାର ଉତ୍ତମ ଭବିଷ୍ୟତ ଗଢ଼ି ପାରିବେ। ଆଉ ଯଦି ସେହି ଶିକ୍ଷକ ଚାହିଁବେ ତାହେଲେ ଜଣେ ଶିଶୁ ର ଭବିଷ୍ୟତ କୁ ଅନ୍ଧକାର ମଧ୍ୟ କରି ଦେଇ ପାରିବ। କିନ୍ତୁ ସବୁ ଶିକ୍ଷକ ମାନେ ଏକା ପରି ନୁହନ୍ତି। ଆଜି ବି ଅନେକ ଶିକ୍ଷକ ତଥା ଶିକ୍ଷୟିତ୍ରୀ ମାନେ ରହିଛନ୍ତି ଯେଉଁମାନେ ଦେଶର ଆଗାମୀ ଭବିଷ୍ୟତ କୁ ସୂଚାରୁ ରୂପେ ଗଢ଼ି ତୋଳିବା ପାଇଁ କର୍ତ୍ତବ୍ଯ ନିଷ୍ଠା ଏବଂ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି।

ଆଉ ସରକାର ମଧ୍ୟ ଶିକ୍ଷାର ଉନ୍ନତି ତଥା ପିଲା ମାନଙ୍କୁ କେଉଁ ପଦ୍ଧତିରେ ପଢ଼ିଲେ ପିଲା ମାନେ ଭଲ ଭାବରେ ଶିକ୍ଷାକୁ ହାସଲ କରି ପାରିବେ ଏବଂ ତାଙ୍କର ଦୈନନ୍ଦିନ ଜୀବନରେ ପ୍ରୟୋଗ କରି ପାରିବେ।


ତେଣୁ ଶିଶୁର ବିକାଶ ପାଇଁ ଶିକ୍ଷୟିତ୍ରୀ ମାନେ ମଧ୍ୟ ବିଭିନ୍ନ ପ୍ରକାର ଶିକ୍ଷା ପଦ୍ଧତି ଆପଣାଉଛନ୍ତି। ଯାହାକି ପିଲା ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରାଇବ। ବର୍ତ୍ତମାନ ସେହିପରି ଗୋଟିଏ ସ୍କୁଲ ଶିକ୍ଷୟିତ୍ରୀ ଏବଂ ପିଲା ମାନଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଶିକ୍ଷୟିତ୍ରୀ ଜଣଙ୍କ ପିଲା ମାନଙ୍କୁ ନାଚ ମାଧ୍ୟମରେ ପାଠ ପଢ଼ାଉଛନ୍ତି। ଶିକ୍ଷୟତ୍ରୀ ପିଲା ମାନଙ୍କ ସହିତ ନିଜେ ନାଚିବା ସହିତ ପିଲା ମାନେ ମଧ୍ୟ ସ୍କୁଲ୍ ଦିଦିଙ୍କ ତାଳେ ତାଳେ ତାଙ୍କୁ ଅନୁସରଣ କରି ନାଚୁଛନ୍ତି।

ସେମାନେ ଏକ ସମ୍ବଲପୁରୀ ଗୀତରେ ନାଚିବା ପାଇଁ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଲୋକେ ମଧ୍ୟ ପ୍ରଶଂସା କରିଛନ୍ତି। ଯଦି ଏଭଳି ପଦ୍ଧତିରେ ପିଲାଙ୍କୁ ଶିକ୍ଷା ଦିଆଯାଏ ତାହେଲେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଏଥିରେ ସନ୍ଦେହ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।