ଦେଖନ୍ତୁ ଭିଡ଼ିଓ- କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ସହିତ ଫ୍ଲାଇଟ ଭିତରେ ତୁ ତୁ ମେଁ …ଭଲକରି ଏହି ଦୃଶ୍ୟ କୁ ଦେଖନ୍ତୁ ଫ୍ଲାଇଟ୍ ଭିତରେ ମୁହାଁ ମୁହିଁ ବିଜେପି କଂଗ୍ରେସ

ଫ୍ଲାଇଟ୍ ଭିତରେ ମୁହାଁ ମୁହିଁ ବିଜେବି କଂଗ୍ରେସ । କେନ୍ଦ୍ର ମନ୍ତ୍ରୀ ଙ୍କୁ ଘେରିଲେ କଂଗ୍ରେସ ମନ୍ତ୍ରୀ ।ହଟ ହଟା ହେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଉଭୟ ଙ୍କ ମଧ୍ୟରେ ଚାଲିଲା ତୁ ତୁ ମେଁ ମେଁ । ଫ୍ଲାଇଟ୍ ରେ ଦିଲ୍ଲୀ ରୁ ଗୌହାଟୀ ଯାଇ ଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଙ୍କୁ ପାଖ ରେ ଦେଖି ସୁଯୋଗ ହାତ ଛଡା କରି ନ ଥିଲେ କଂଗ୍ରେସ ନେତ୍ରୀ ନେଟା ଡିସୁଜା ।

ଫ୍ଲାଇଟ୍ ଲ୍ୟାଣ୍ଡିଂ ହେବା ପରେ ସ୍ମୃତି ନିଜ ସିଟ୍ ରୁ ଉଠି ବାହାରକୁ ଗଲା ବେଳେ ନେଟା ମୋବାଇଲ୍ କ୍ୟାମେରା ଅନ୍ କରି ତାଙ୍କୁ ତେଲ୍ ଓ ଏଲପିଜି ଗ୍ୟାସ ଦର ବୃଦ୍ଧି ନେଇ ପ୍ରଶ୍ନ କରି ଥିଲେ ।


ତେବେ ଦର୍ ଦାମ ବୃଦ୍ଧି ନେଇ ବିରୋଧୀ ଙ୍କ ପ୍ରଶ୍ନବାଣ ର ସମ୍ମୁଖୀନ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ । ସୁଯୋଗ ପାଇବା ମାତ୍ରେ କେନ୍ଦ୍ରମନ୍ତ୍ରୀ ଙ୍କୁ ଘେରୁଛନ୍ତି ବିରୋଧୀ । ବିମାନ ରେ ଦିଲ୍ଲୀ ରୁ ଗୌହାଟି ଅଭିମୁଖେ ଯାଉ ଥିବା ବେଳେ ଅଡୁଆ ରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବିମାନରେ ସାମ୍ନାସାମ୍ନି ହେବା ପରେ ତାଙ୍କୁ ଘେରିଛନ୍ତି ମହିଳା କଂଗ୍ରେସ ର କାର୍ଯ୍ୟକାରୀ ସଭାନେତ୍ରୀ ନେଟା ଡିସୁଜା ।

ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର କାହିଁକି ବଢ଼ି ଚାଲିଛି, ଏ ନେଇ ଡି’ସୁଜା ଙ୍କ ପ୍ରଶ୍ନ ବାଣ ରେ ସେ ଛନ୍ଦି ହୋ ଇଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଦୁଇ ମହିଳା ନେତ୍ରୀ ଙ୍କ ବାର୍ତାଳାପ ର ଭିଡିଓ, ଟ୍ୱିଟର ରେ ପୋଷ୍ଟ କରିଛନ୍ତି ନେଟା ଡି.ସୁଜା । ପୋଷ୍ଟ ହେବା ର କିଛି ସମୟ ଭିତରେ ଏହା ଭାଇରାଲ ହୋଇ ଯାଇଛି । 1 ମିନିଟ 11 ସେକେଣ୍ଡ ର ଏହି ଭିଡିଓ ରେ ରନ୍ଧନ ଗ୍ୟାସ ମୂଲ୍ୟ ଏତେ କାହିଁକି ବଢ଼ୁଛି ।

ଡି.ସୁଜା ଙ୍କ ଏହି ପ୍ରଶ୍ନ ର ଉତର ରେ କେନ୍ଦ୍ରମନ୍ତ୍ରୀ, ମାଗଣା ଟିକା, ରାସନ୍ ଭଳି ଗରିବ ଙ୍କ ଯୋଜନା ଆଡକୁ ଇଙ୍ଗିତ କରିଛନ୍ତି । ପ୍ରଥମେ ରାସ୍ତା କାହିଁକି ଅବରୋଧ କରା ଯାଉଛି ବୋଲି ପାଲଟା ପ୍ରଶ୍ନ କରି ଥିଲେ ସ୍ମୃତି ଇରାନି ।

ତେବେ ଡି.ସୁଜା କହି ଥିଲେ, ଏଥିରେ ସମସ୍ତେ ପ୍ରଭାବିତ ହେଉଛନ୍ତି । ରନ୍ଧନ ଗ୍ୟାସ ଯୋଗାଣ କାହିଁକି କମ ହେଉଛି, କାହିଁକି କ୍ରମା ଗତ ଭାବେ ଦାମ ବଢୁଛି ଆଦି ପ୍ରଶ୍ନ ର ଉତର ରେ ମିଛ କୁହ ନାହିଁ ବୋଲି କହି ଥିଲେ କେନ୍ଦ୍ରମନ୍ତ୍ରୀ । ଉଭୟ ଙ୍କ ମଧ୍ୟରେ କଥା କଟା କଟି ଚାଲି ଥିବା ବେଳେ ନିଜ ଫୋନ କ୍ୟାମେରା ରେ ଏହାର ଭିଡିଓ ରେକର୍ଡିଂ କରିଛନ୍ତି ନେଟା ଡି’ସୁଜା । ଭିଡିଓ କୁ ଟ୍ୱିଟ କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।