viral ଭିଡ଼ିଓ -OMG ! ଏତେ ବିବାଦ ପରେ ପୁଣି ଏକାଠି ମିଶିଗଲେ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି….ଦେଖନ୍ତୁ ସଂମ୍ପୂର୍ଣ୍ଣ ଭିଡିଓ…

ତେବେ ଓଲିଓଡ଼ ର ଲୋକପ୍ରିୟତା ଯୋଡ଼ି ବର୍ଷା ଓ ଅନୁଭବ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି କେବଳ ଫିଲ୍ମ ରେ ଭଲ ଯୋଡ଼ି ନଥିଲେ ବରଂ ରିୟଲ ଲାଇଫ ରେ ମଧ୍ୟ ଏହି ଯୋଡ଼ି ଙ୍କୁ ସମସ୍ତେ ଭଲ ପାଇବା ଦେଇ ଥାଆନ୍ତି | କିନ୍ତୁ ନିଜ ପରିବାର ର କଳହ କାରଣ ରୁ ଏହି ଦୁହିଁ ସୁନ୍ଦର ଯୋଡ଼ି ଆଜି ଏକାଠି ନାହାଁନ୍ତି | ଯେଉଁଠି ଦେଖିବ ଖାଲି ଏହି ଯୋଡ଼ି ଙ୍କୁ ନେଇ ଖୁବ ସୋମଲୋଚନା ଲାଗି ରହୁଛି | ଦୁନିଆଁ ଲୋକ ଭିନ୍ନ ଭିନ୍ନ ପ୍ରକାର ର କରି ଉଭୟ ଙ୍କ ନାଁ ରେ କଥା ପ୍ରସ୍ତୁତ କରି ଚାଲିଛନ୍ତି | କିନ୍ତୁ ଏଭଳି ସମୟରେ ଏକ ନୂଆ ଖବର ଆସି ପହଞ୍ଚିଛି |

ବେସ କିଛି ଦିନ ହେଲା ପାରିବାରିକ ସମସ୍ୟା କୁ ନେଇ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶନି ଓ ଅନୁଭବ ମହାନ୍ତି ଙ୍କ ଭିତରେ ବିବାଦ ସୃଷ୍ଟି ହୋଇଛି | ବିବାଦ କେବଳ କୋର୍ଟ କଚେରୀ ରେ ସୀମିତ ନ ରହି ସୋସିଆଲ ମିଡ଼ିଆ ରେ ମଧ୍ୟ ଉଭୟ ଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆରୋପ ଲାଗି ରହେ |

ଯାହା ସାରା ଓଡ଼ିଶା ବାସୀ ଜାଣନ୍ତି କିନ୍ତୁ ଏବେ ଓଡ଼ିଆ ଙ୍କ ଆରାଧ୍ୟ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ଲାଗି ଦୁହିଁଙ୍କ ସ୍ୱର ଏକ ହୋଇଛି | ସାଂସଦ ପିନାକ୍ଷୀ ମିଶ୍ର ଙ୍କ ବକ୍ତବ୍ୟ କୁ ଦୁହେଁ ସମର୍ଥନ କରିଛନ୍ତି ଯାହାକୁ ନେଇ ଏବେ ରାଜନୈତିକ ମହଲ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି | କେହି କେହି କହୁଛନ୍ତି ଜଗା ପାଇଁ ବର୍ଷା ଅନୁଭବ ଏକ ହେଲେ |

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ପାର୍ଲାମେଣ୍ଟ ରେ ଉଠିଛି | ଶ୍ରୀମନ୍ଦିର ଚାରି ପଟେ ବେଆଇନ ଭାବେ ଖନନ କାର୍ଯ୍ୟ କରାଯାଉଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦ ରେ କହି ଥିଲେ |

 

ଏହାର ଉତ୍ତର ରେ ଶ୍ରୀମନ୍ଦିର ସୁରକ୍ଷା କରିଡର ଭିତରେ ଚାରୋଟି ଟଇଲେଟ ନିର୍ମାଣ ହେଉ ଥିବା ନେଇ ସାଂସଦ ପିନାକ୍ଷୀ ମିଶ୍ର ପାର୍ଲାମେଣ୍ଟ ରେ କହି ଥିଲେ | ପିନାକ୍ଷୀ ସାଂସଦ ରେ ଶ୍ରୀମନ୍ଦିର ଐତିହ୍ୟ କରିଡର ର ପ୍ରସଙ୍ଗ ରେ ଉତ୍ତର ଦେଉ ଥିବା ବେଳେ ସାଂସଦ ଅନୁଭବ ମହାନ୍ତି ୟେସ ୟେସ କହିବା ସହିତ ଟେବୁଲ ବାଡେଇ ଏହି କଥା କୁ ସମର୍ଥନ କରି ଥିଲେ |

ସେତେ ବେଳେ ଅନୁଭବ ଙ୍କର ଏହି ସମର୍ଥନ କୁ ନେଇ ଚର୍ଚ୍ଚା ହୋଇ ଥିଲା | ଏହାର ମାତ୍ର କେତେ ଦିନ ପରେ ଅନୁଭବ ଙ୍କ ପତ୍ନୀ ତଥା ବର୍ଷା ପ୍ରିୟଦର୍ଶନି ଟୁଇଟ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଟାର୍ଗେଟ କରିଛନ୍ତି | ଶ୍ରୀମନ୍ଦିର ପାଖରେ ଟଇଲଟେ ନଥିଲେ ସମସ୍ୟା କଣ ହୁଏ, ମନ୍ଦିର ର କରିଡର ଭିତରେ ଭକ୍ତ ଙ୍କ ସୁବିଧା କୁ ବିରୋଧ ନ କରାଯାଉ ବୋଲି ସେ ଟୁଇଟର ରେ ଉଲ୍ଲେଖ କରିଛନ୍ତି | ତେବେ ବର୍ତ୍ତମାନ ସମୟ ରେ ଏହି ଖବର ସୋସିଆଲ ମିଡ଼ିଆ ରେ ଜୋରସୋର ଭାବେ ଚର୍ଚ୍ଚା ର ବିଷୟ ପାଲଟିଛି |