( Healthy Tips ) ପ୍ରତିଦିନ ସକାଳୁ ଖାଲି ପେଟରେ ଗୁଡ ଖାଇବା ଦ୍ବାରା ମିଳିଥାଏ ଏହି ବଡ ଫାଇଦା…ଜାଣିଲେ ଆପଣ ମେଡିସିନ୍ ଖାଇବା ଭୁଲିଯିବେ

ସୁସ୍ଥ ଜୀବନଟିଏ ବିତେଇବା ପାଇଁ ହେଲେ ସର୍ବଦା ଆମ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ ଅଟେ । ଜଣେ ସୁସ୍ଥ ମାନସିକ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଥାଏ ମାତ୍ର ଜଣେ ଅସୁସ୍ଥ ଥିବା ବ୍ୟକ୍ତି ପାଖରେ ସମସ୍ତ ଧନ ସମ୍ପଦ ଥାଇ ମଧ୍ୟ ସେ ଆଗକୁ ଯାଇ ପାରି ନଥାଏ । କାରଣ ମନ ଭଲ ନରହିଲେ ମନୁଷ୍ୟ କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ସମ୍ପାଦନ କରି ନଥାଏ । ଅସୁସ୍ଥ ଥିବା ବ୍ୟକ୍ତି ପାଇଁ ପ୍ରତିଟି ମୁହୂର୍ତ୍ତ ବିଷାଦଗ୍ରସ୍ତ ମନେ ହୋଇଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ କାମ୍ୟ ଅଟେ ।

ସମୟ ଅନୁସାରେ ବୟସ ମଧ୍ୟ ବଢି ଚାଲିଥାଏ , ବୟସ ବଢିବା ସହ ଶରୀରରେ ଅନେକ ପ୍ରକାର ରୋଗ ବୈରାଗ୍ୟ ମଧ୍ୟ ଆସିଥାଏ । ତେଣୁ ବୟସ ଥିବା ବେଳେ ସତର୍କ ହୋଇଯିବା ଉଚିତ୍ ।

ତେବେ ଆପଣ ମାନେ ଜାଣିଥିବେ ପ୍ରକୃତି ହେଉଛି ଆମ ମାଁ ପରି, ସେ ତାର ଗର୍ଭରେ ତା ସନ୍ତାନ ମାନଙ୍କ ପାଇଁ ଅନେକ ଔଷଧୀୟ ଜିନିଷ ସବୁ ତୋଳି ଧରିଛି । ଆଉ ଯାହାର ସେବନ କରି ବହୁତ ବଡ ବଡ ରୋଗ ମଧ୍ୟ ଭଲ ହୋଇ ପାରିବ, ଯାହା ଆମର ମେଡିକାଲ୍ ସାଇନ୍ସ ମଧ୍ୟ କରି ପାରିବ ନାହିଁ । ତେବେ ଆଜି ଆମେ ସେହିପରି ଗୋଟିଏ ପ୍ରକୃତି ପ୍ରାପ୍ତ ଜିନିଷ ବିଷୟରେ ଜାଣିବା ।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆଖୁରୁ ଗୁଡ ତିଆରି ହୋଇଥାଏ ଆଉ ସେହି ଗୁଡ ଆମର ବହୁତ ଉପକାରରେ ଆସିଥାଏ କିନ୍ତୁ ଆମେ ତାହାର ମୂଲ୍ୟ ନବୁଛି ସବୁବେଳେ ଚିନିର ବ୍ୟବହାର କରିଥାଉ । ଯେତେବେଳେ ବିଶୋଧିତ ଚିନି ସହ ଗୁଡକୁ ତୁଳନା କରାଯାଇଥାଏ, ସେତେବେଳେ ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ବୋଲି କୁହାଯାଏ। କାରଣ ଚିନି ଅପେକ୍ଷା ଗୁଡ ଆପଣଙ୍କୁ ଅଧିକ ଲାଭ ଦେଇଥାଏ। ଏବେ ଚିନିର ଅଭ୍ୟାସ ଛାଡିବା ପାଇଁ ଆସନ୍ତୁ ଜାଣିବା ଗୁଡର ଲାଭ ବିଷୟରେ।

ଗୁଡ ହେଉଛି ଚିନି ତିଆରି ପ୍ରକ୍ରିୟାର ଏକ ପୁଷ୍ଟିକର ଉପାଦାନ। ବିଶୋଧିତ ଚିନି ତିଆରି କରିବା ସମୟରେ ଏହା ଅପସାରିତ ହୋଇଥାଏ। ଗୁଡରେ ଥିବା ଶୀରା ପରିମାଣ ଗୁଡକୁ ଅଧିକ ପୁଷ୍ଟିକର କରିଥାଏ ବୋଲି ଗବେଷଣାରୁ ଜଣାପଡିଛି। ଭିଟାମିନ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ ଗୁଡ। କିନ୍ତୁ ଚିନିରେ ଅର୍ଥାତ୍ କୌଣସି ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫ୍ୟାଟ୍, ଫାଇବର କିମ୍ବା ଅନ୍ୟାନ୍ୟ ଉପକାରୀ କ୍ୟାଲୋରୀ ନ ଥାଏ।

ବିଶୋଧିତ ଚିନି ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ। ଯାହା ଦ୍ୱାରା ମଣିଷକୁ ରୋଗ ହେବାର ସମ୍ଭାବନା ବଢି ଯାଇଥାଏ। ଫଳରେ ଶରୀରରେ ରୋଗ ପତିଷେଧକ କ୍ଷମତା କମ ହୋଇଯାଇଥାଏ। କିନ୍ତୁ ଗୁଡ ଇମ୍ୟୁନିଟି ବଢାଇଥାଏ ଏବଂ କାଶ-ଥଣ୍ଡା ଭଳି ରୋଗ ବିରୋଧରେ ଲଢିଥାଏ। ଗୁଡ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବଢିଥାଏ। ଏହା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ। କିନ୍ତୁ ବିଶୋଧିତ ଚିନି ମେଦବହୁଳତା, ଟାଇପ୍-୨ ମଧୁମେହ, ହୃଦ ରୋଗ, ଯକୃତ ରୋଗର ଆଶଙ୍କା ବଢାଇଥାଏ।

ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଏହା ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ ପାଇଁ ଲାଭ ଦାୟକ ହୋଇଥାଏ। କିନ୍ତୁ ଲୋକେ ଗୁଡ ବଦଳରେ ଚିନିକୁ ଅଧିକ ବ୍ୟବହାର କରିବାକୁ ଭଲ ପାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।