odia recip- କଠା କୁ ଥରେ ମାତ୍ର ଏମିତି ବନେଇ ଖାଇ ଦେଖନ୍ତୁ , ମାଂସ ଖାଇବା ଭୁଲିଯିବେ…

ତେବେ ଆପଣ ପଣସ କଠା ତରକାରୀ ନିଶ୍ଚିତ ଭାବରେ ଖାଇ ଥିବେ ଯାହା ବହୁତ ସୁଆଦିଆ ହୋଇ ଥାଏ | କିନ୍ତୁ ଆଜି ଏହି ପଣସ କଠା କୁ ଏମିତି ତିଆରି କରିବା ଆମେ ଆପଣ ଙ୍କୁ ଜଣାଇବୁ ଯାହା ଦ୍ୱାରା ଆପଣ ମଟନ ଖାଇବା ଭୁଲି ଯିବେ | କାରଣ ଏହି ତରକାରୀ ପୁରା ମାଂସ ପରି ହିଁ ଟେଷ୍ଟ ଆସିବ, ତେବେ ଆସନ୍ତୁ ଜାଣିବା ଆମେ ଏହାକୁ କିପରି ପ୍ରସ୍ତୁତ କରିବା |

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଏକ ପଣସ କଠା ନିଅନ୍ତୁ ଆଉ ତାକୁ ଦୁଇ ଫାଳ କରି ଦିଅନ୍ତୁ, କିନ୍ତୁ ମନେ ରଖିବେ ପଣସ କାଟିବା ପୂର୍ବରୁ ହାତରେ ଭଲକି ତେଲ ଲଗାଇବେ ନଚେତ ଏହାର ଅଠା ହାତରେ ଲାଗିଯିବ |

ଏହାପରେ ପଣସର ଚୋପା କୁ ଛଡାଇବା ପରେ ତାକୁ ଛୋଟ ଛୋଟ ପିସ କରି କାଟି ନିଅନ୍ତୁ | ଏହାପରେ ଏକ ବଡ଼ ପାତ୍ର ରେ କିଛି ଥଣ୍ଡା ପାଣି ନିଅନ୍ତୁ ଏବଂ ଏଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ | ପରେ ସେହି କାଟିଥିବା ପଣସ କଠାକୁ ସେହି ହଳଦୀ ପାଣିରେ ପକାଇ ଦେବା, ଯାହା ଫଳରେ କଠା ର କଲର ବିଲୁକୁଲ ଚେଞ୍ଜ ହେବ ନାହିଁ | ଏହାର 10 ରୁ 15 ମିନିଟ ସେହି ଭିଜେଇ ଥିବା ପଣସ କଠା କୁ ପାଣି ସହ ପ୍ରେସର କୁକର ରେ କାଢି ଦିଅନ୍ତୁ |ଏହାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ଏହାପରେ ଗୋଟେ ସିଟି ହେଲା ପର୍ଯ୍ୟନ୍ତ ଗ୍ୟାସରେ ବସାଇ ଦେବା | ଏହାପରେ ଅନ୍ୟ ଏକ ପାତ୍ର ରେ ମସଲା ପ୍ରସ୍ତୁତ ପାଇଁ ଏକ ଚାମଚ ଧନିଆ ଗୁଣ୍ଡ, ଅଧା ଚାମଚ ଜିରା ଗୁଣ୍ଡ ଓ ଅଧା ଚାମଚ ଲଙ୍କା ଗୁଣ୍ଡ ନିଅନ୍ତୁ |

ଏହାପରେ ଦୁଇଟି ପିଆଜ ନେଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଏବଂ ରସୁଣ ଓ ଅଦା ଓ ତାସହିତ ଏକ ଟମାଟୋ କୁ ନେଇ କାଟି ସେଭଳି ଭାବରେ ଏହାର ପେଷ୍ଟ ବନାଇ ଦିଅନ୍ତୁ | ଏହାପରେ ଏକ କଡେଇ ନେଇ ଗ୍ୟାସ ରେ ବସାନ୍ତୁ ଏବଂ ସେଥିରେ ଦୁଇ ଚାମଚ ରିଫାଇନ ତେଲ ପକାନ୍ତୁ | ତେଲ ଗରମ ହେବା ପରେ ସେହି ସିଜାଇଥିବା କଠା କୁ ଏଥିରେ ପକାଇ ଦେବା |

ପାଖାପାଖି 2 ରୁ 3 ମିନିଟ ହେଇ କଠା କୁ ଭାଜି ସାରିବା ପରେ ପୁଣି କିଛି ଆଳୁ କାଟି ନେଇ ତାକୁ ମଧ୍ୟ ଭାଜନ୍ତୁ | ଏହାପରେ ପୁଣି ଥରେ କଡେଇ ବସାଇ ସେଥିରେ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ, ଆଉ ଏହି ତେଲ ଗରମ ହେବା ପରେ ସେଥିରେ ଅଧା ଚାମଚ ଜିରା ପକାନ୍ତୁ ଏବଂ ଏଥିରେ ତେଜପତ୍ର ଓ ଗରମ ମସଲା ପକାନ୍ତୁ | ଏହାପରେ ପିଆଜ ପେଷ୍ଟ କୁ ସେଥିରେ ପକାଇ ଦେବା, ପିଆଜ ର କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଆମେ ତାକୁ ଭାଜି ନେବା |

ଏହାପରେ ବାଟି ରଖି ଥିବା ମସଲା କୁ ସେଥିରେ ପକାଇବା ଏବଂ ରଖି ଥିବା ଗୁଣ୍ଡ ମସଲା କୁ ମଧ୍ୟ ସେଥିରେ ପକାଇ କିଛି ପାଣି ଦେବା ପରେ ତାକୁ ଭଲ ଭାବରେ କଷି ନେବେ |

3 କି 4 ମିନିଟ କଷି ହେବା ପରେ ସେଥିରେ ସ୍ୱାଦ ଅନୁଯାଇ ଲୁଣ ପକାଇବା ପରେ ଭାଜି ରଖିଥବା ଆଳୁ ଓ ପଣସ କଠା କୁ ମଧ୍ୟ ପକାଇ ଦେବେ | ପ୍ରାୟ 5 ରୁ 7 ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ କଷିବା ପରେ ସେଥିରେ କଠାକୁ ସିଝାଇ ଥିବା ପାଣିକୁ ପକାଇ ଦିଅନ୍ତୁ | ପ୍ରାୟ 4 ରୁ 5 ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବା ପାଇଁ ଛାଡ଼ି ଦେବେ ଏହାପରେ ସେଥିରେ ଅଳ୍ପ କିଛି ଗରମ ମସଲା ଗୁଣ୍ଡ ସେଥିରେ ପକାଇ ଦେବେ | ଯାହାକି ଆପଣଙ୍କର ପଣସ କଠା ତରକାରୀ ପ୍ରସ୍ତୁତ ହୋଇ ଯିବ ଆଉ ଏହା ମଟନ ପରି ହିଁ ଲାଗିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।