ଓଃ କି ଡ୍ୟାନ୍ସ ! ଅତି ସୁନ୍ଦର ଭାବେ ଗୀତର ତାଳେ ତାଳେ ଛାତ୍ରୀଙ୍କ ସହ ନାଚିଲେ ଆଇଏଏସ ଦିବ୍ୟା, ଭିଡିଓ ହେଲା ଭାଇରାଲ

ସୋସିଆଲ ମିଡ଼ିଆ ରେ ଆମେ ଅନେକ କିଛି ଭିଡ଼ିଓ ଦେଖି ଥାଉ ଯାହା ବେଳେ ବେଳେ ମନକୁ ବହୁତ ଖୁସି ଦେଇ ଥାଏ ଏବଂ ଆମର ମନରଞ୍ଜନ ମଧ୍ୟ କରାଇ ଥାଏ | ଏହି ବ୍ୟସ୍ତ ବହୁଳ ଜୀବନ ରେ ଯଦି କେହି ସମାଜ କୁ ଟିକେ ସମୟ ଦିଏ ତେବେ ତାହାଠୁ କିଛି ଖୁସି ର କଥା ଆଉ ନଥାଏ | ବେଳେ ବେଳେ ଏମିତି କିଛି ଦେଖିବାକୁ ମିଳେ କି କେତେ ବଡ଼ ବଡ଼ ପଦବୀ ରେ ଲୋକେ ଥିଲେ ମଧ୍ୟ ସେମାନେ ଅନେକ କାର୍ଯ୍ୟକ୍ରମ ରେ ସାମିଲ ହୋଇ କିଛି ପୁରୁଣା ସ୍ମୃତି ରେ ହଜି ଯାଇ ଥାଆନ୍ତି | ତେବେ ସେଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ସତ କିନ୍ତୁ ଖୁସି ମଧ୍ୟ ଅନୁଭବ ହେବ |

କିଛି କଲେଜ ଛାତ୍ରୀ ମାନଙ୍କ ସହ ଏକ ମହିଳା ଜଣଙ୍କ ଝୁମି ଝୁମି ନାଚୁ ଥିବାର ଦେଖିବା ପାଇଁ ମିଳିଛି | ତେବେ ଏହି ଭିଡ଼ିଓ ରେ ନାଚୁ ଥିବା ମହିଳା ଜଣଙ୍କ ହେଲେ କେରଳ ର ପଠାନମିତ୍ର ଜିଲ୍ଲା ର କଲେକ୍ଟର ଡକ୍ଟର ଦିବ୍ୟା ଆଇଏଏସ | ଯିଏ କି କଲେଜ ଛାତ୍ରୀ ମାନଙ୍କ ସହ ନାଚୁ ଥିବାର ନଜର ରେ ଆସିଛନ୍ତି | ଆଉ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଏଠାରେ ସେ ଏକ ବିଶ୍ୱ ବିଦ୍ୟାଳୟ ର ପ୍ଲେସ ମ୍ୟାପ ରେ ଯୋଗ ଦେଇ ଥିଲେ | ଛାତ୍ରୀ ମାନେ ସେଠାରେ ନାଚିବା ସମୟରେ ଡ଼କ୍ଟର ଦିବ୍ୟା ମଧ୍ୟ ନାଚିବାକୁ ଆରମ୍ଭ କଲେ | ଆଉ ତାଙ୍କର ଏହି ଚମତ୍କାର ନୃତ୍ୟ ଦେଖି ସମସ୍ତେ ଖୁବ ଆଶ୍ଚର୍ଯ୍ୟ ହୋଇ ଗଲେ | ତେବେ ଏହି ଭାଇରାଲ ଭିଡ଼ିଓ ଟି କେରଳ ର ଏମଜି ବିଶ୍ୱ ବିଦ୍ୟାଳୟ ର ହୋଇ ଥିବା ବେଳେ ନଗାଡ଼େ ଗୀତ ଢୋଲ ବାଜେ ରେ ନାଚୁ ଥିବାର ସେ ନଜର ଆସିଛନ୍ତି | ଛାତ୍ରୀ ମାନେ ମଧ୍ୟ ତାଙ୍କ ସହ ନାଚୁ ଥିବାର ଦେଖିବାକୁ ମିଳିଛି |

ଯେତେ ବେଳେ ଭିଡ଼ିଓ ଭାଇରାଲ ହେଲା ସେ କହି ଥିଲେ ଯେ ସେ ଏଠାରେ ନାଚ କରି ନିଜ କଲେଜ ର ସ୍ମୃତି କୁ ମନେ ରଖିଛନ୍ତି | ଏହା ସହିତ ସେ କହି ଥିଲେ ସେ ଯେତେ ବେଳେ ନାଚୁ ଥିଲେ ସେତେ ବେଳେ ସେଠାରେ ତାଙ୍କ ସ୍ୱାମୀ ଓ ପିଲା ଉପସ୍ଥିତ ଥିଲେ, ସେ ଏହାକୁ ମଧ୍ୟ ବହୁତ ପସନ୍ଦ କରି ଥିଲେ |

ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଦେଖିବା ପରେ ମଧ୍ୟ ଲୋକ ମାନେ ତାଙ୍କର ପ୍ରଶଂସକ ହୋଇ ଥିଲେ ଏବଂ ସେମାନେ ଆଇଏସସ ବିଦ୍ୟା ଙ୍କର ଏହି ସରଳତା କୁ ପ୍ରଶଂସା କରି ଥିଲେ | ତେବେ ଏହାକୁ ଏବେ ଅନେକ ଲୋକ ଦେଖି ସାରିଛନ୍ତି ଏବଂ ଅଧିକାଂଶ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।