କ୍ୟାମେରା ମ୍ୟାନ୍ Manas Swain ଙ୍କ ହତ୍ୟା ମାମଲାରେ ପୁରା demo ଦେଖାଇଲେ ହତ୍ୟାକାରୀ ଶ୍ରର୍ମିଷ୍ଠା ..ଦେଖନ୍ତୁ କେମିତି କ୍ରାଇମବ୍ରାଞ୍ଚ୍ କୁ demo ଦେଖାଉଛନ୍ତି….

ଆପଣ ତ ଜାଣିଛନ୍ତି ମାନସ ଙ୍କ ମୃତ୍ୟୁ କୁ ନେଇ ଏବେ କିଭଳି ଭାବରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି, ଯେଉଁଠି ଦେଖ କେବଳ ଏହି ଖବର ର ପର୍ଦାଫାଶ ହୋଇ ହୋଇ ଚାଲିଛି | ବର୍ତ୍ତମାନ ସମୟରେ ଏକ ନୂଆ ଭିଡ଼ିଓ ଆଖି ସାମ୍ନା କୁ ଆସିଛି ଯେଉଁଥିରେ କ୍ରାଇମ ସ୍ପର୍ଟ ର ଶର୍ମିଷ୍ଠା ଦୁଇଟି ଡେମୋ ଦେଖାଇଛନ୍ତି | କ୍ୟାମେରା ମ୍ୟାନ ମାନସ ଙ୍କ ହତ୍ୟା ରେ ମୁଖ୍ୟ ଅଭିଯୁକ୍ତ କୁ ନେଇ ବର୍ତ୍ତମାନ ଚାନ୍ଦବାଲି ର ପଳାସପୁର ରେ ପହଞ୍ଚିଛନ୍ତି |

ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ମାନସ ସ୍ୱାଇଁ ଙ୍କୁ ପ୍ରଥମେ ଅପହରଣ କରାଯାଇ ଥିଲା ଏବଂ ଏହି ସ୍ଥାନ ରୁ ଅପହରଣ କରି ଯାଇ ନେଇ ଭୁବନେଶ୍ୱର ଦୟାଲ ଆଶ୍ରମ ରେ ତାଙ୍କୁ ମାଡ଼ ମାରି ପରେ ହତ୍ୟା କରାଯାଇ ଥିଲା |

ତାପରେ ନୟାଗଡ଼ ରେ ଏକ ଜଙ୍ଗଲ ରେ ତାଙ୍କ ମୃତ ଶରୀର କୁ ପୋତି ଦିଆଯାଇ ଥିଲା | ତେଣୁ ଏହି ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି ଏବଂ ମର୍ଡର ମିଷ୍ଟ୍ରି ରେ ନୂଆ ନୂଆ ସୁରାଗ ସବୁ ଆଖି ସାମ୍ନା କୁ ଆସୁଛି | ତେବେ ବର୍ତ୍ତମାନ ଦୃଶ୍ୟ ଆପଣ ଦେଖି ଥିବେ ଯେ କିପରି ଶର୍ମିଷ୍ଠା ଙ୍କୁ ଗାଡ଼ି ଭିତରୁ ବାହାରକୁ ଅଣା ଯାଇଛି ଏବଂ ଶର୍ମିଷ୍ଠା କ୍ରାଇମ ବ୍ରାଞ୍ଚ ଟିମ କୁ କହୁଛନ୍ତି କିଭଳି ଭାବେ ସେମାନେ ମାନସ ସ୍ୱାଇଁ ଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଅପହରଣ କରି ନେଇ ଯାଇ ଥିଲେ |

ସେ ସେଠାକୁ ଯାଇ ପ୍ରଥମେ କାହା ସହ ଯୋଗାଯୋଗ କରି ଥିଲେ ଏବଂ ପରେ ସେ କେଉଁଠାରେ ରହି ଥିଲେ ଏହି ସବୁ ପ୍ରଶ୍ନ ର କ୍ରାଇମ ବ୍ରାଞ୍ଚ ଜେରା କରୁଛି | ଶର୍ମିଷ୍ଠା ଏକ କଳା କଲର କପଡା ମୁହଁରେ ବାନ୍ଧି ରଖିଛନ୍ତି ଏବଂ ତାଙ୍କ ପାଖରେ ତଦନ୍ତକାରୀ ଅଧିକାରୀ ଡ଼ିଏସପି କଳ୍ପନା ସାହୁ ରହି ସବୁ ଟିକନିକ ପଚରା ଉଚରା କରୁଛନ୍ତି |

ପୁରା ଅଞ୍ଚଳ କୁ କଭର କରି ଦିଆ ଯାଇଛି କାହାକୁ ମଧ୍ୟ ତା ଭିତରକୁ ଛାଡିବାକୁ ଦିଆଯାଉ ନାହିଁ | ଏହାପରେ ସବୁ ତଦନ୍ତ କରି ସାରିବା ପରେ ପୁଣି କ୍ରାଇମ ବ୍ରାଞ୍ଚ ଶର୍ମିଷ୍ଠା ଙ୍କୁ ଗାଡ଼ି ଭିତରକୁ ନେଇ ଚାଲି ଯାଇ ଥିଲେ |

ଏହାପରେ ପୁଣି ଦୟାଲ ଆଶ୍ରମ କୁ ଅଭିଯୁକ୍ତ କୁ ନିଆଯାଇ ଥିଲା ଆଉ ସେଠାରେ ଅଭିଯୁକ୍ତ ଶର୍ମିଷ୍ଠା କିଭଳି ଭାବେ ମାନସ ଙ୍କୁ ହତ୍ୟା କରି ଥିଲେ କାନ୍ଦି କାନ୍ଦି କହି ଥିଲେ | ତେବେ ସେଠାରେ ଅନେକ ଲୋକ ଙ୍କ ଗହଳି ଦେଖିବା ପାଇଁ ମିଳି ଥିଲା ଏବଂ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଦୋଷୀ ଙ୍କୁ ଫାଶୀ ଦିଅନ୍ତୁ, ଏଭଳି ନାରୀ ସମାଜ କୁ ଖାଇ ଗଲେ | ବର୍ତ୍ତମାନ ସମୟରେ ଏହି ଖବର ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଏବଂ ଦୋଷୀ କୁ କେଉଁ ଦଣ୍ଡ ମିଳିବ ତାହାକୁ ସମସ୍ତେ ଚାହିଁ ବସିଛନ୍ତି |