ଦେଖନ୍ତୁ VIRAL ଭିଡିଓ -ଅତି ନୃଶଂସ-ବିଭତ୍ସ-ବର୍ବର ! କମେଣ୍ଟମରାକୁ ନେଇ 4 ଜଣଙ୍କୁ ପିଟିପିଟି ମାରିଦେଲେ….ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ..ଆଗରୁ କେବେ ଦେଖିନଖଥିବେ….

ଅତି ନୃଶଂସ-ବିଭତ୍ସ-ବର୍ବର ! କମେଣ୍ଟମରାକୁ ନେଇ 4 ଜଣଙ୍କୁ ପିଟିପିଟି ମାରିଦେଲେ। ଗୋଟିଏ ପରିବାରର ଚାରି ଚାରି ଜଣଙ୍କୁ ପିଟି ପିଟି ହତ୍ୟା କଲେ ଅନ୍ୟ ଏକ ଗୋଷ୍ଠୀର ଲୋକ । ଗଞ୍ଜାମ ହିଂଜିଳି ଥାନା ପିତ୍ତଳରେ ଗତକାଲି ରାତିରେ ଘଟିଥିବା ଏଭଳି ନୃଶଂସ କାଣ୍ଡକୁ ନେଇ ପୁରା ଜିଲ୍ଲାରେ ଚହଳ ପଡ଼ିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ରହ୍ମପୁର-ଆସିକା ରାସ୍ତାକୁ ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । କମେଣ୍ଟମରା ଭଳି ସାମାନ୍ୟ ଘଟଣାକୁ ନେଇ ଏ ଗଣହତ୍ୟା ସଂଘଟିତ ହୋଇଥିବା ପୋଲିସ କହୁଥିଲେ ବି ଏହା ପଛରେ ଆଉ କିଛି କାରଣ ଥିବା ସନ୍ଦେହ କରାଯାଉଛି ।

ମଙ୍ଗଳାବାର ରାତି ପ୍ରାୟ 11ଟାରୁ 12ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ନରେନ୍ଦ୍ର ସ୍ବାଇଂ ଙ୍କ ତିନି ପୁଅ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ତାଙ୍କ ପୁତୁରା ଚନ୍ଦନ ସ୍ବାଇଁଙ୍କ ଚାଲିଗଲା ଜୀବନ ।

ମୃତ ଚାରି ଜଣ ପିତ୍ତଳ ଛକ ସ୍ଥିତ ନିଜ ଫାଷ୍ଟଫୁଡ୍ ଦୋକାନରେ କାମ କରନ୍ତି । ଯେଉଁଠି ଗତ କାଲି ରାତିରେ ଏକ ଗାଡି ଦୁର୍ଘଟଣା ଘଟିଥିଲା ଏହି ସମୟରେ ରାସ୍ତାକଡରେ ଏକ ଦୋକାନରେ ଠିଆ ହୋଇଥିବା ଜଣେ ଯୁବକ ଦୁର୍ଘଟଣାରେ ଆହତ ମହିଳାଙ୍କୁ ସହାୟତା କରିଥିଲେ । ତେବେ ପାଣ୍ଡୁରା ଏବଂ ତାଙ୍କ ଭାଇ ଏହି ଘଟଣାକୁ ନେଇ କିଛି କମେଣ୍ଟ କରିଥିଲେ । ଯାହାକୁ ନେଇ ଅପ୍ରିତିକର ପରିସ୍ଥିତି ଉପୁଜିଲା ।

ତେବେ କିଛି ସମୟ ପରେ ପାଣ୍ଡୁରା ଓ ତାଙ୍କ ଭାଇମାନେ ଦୋକାନ ବନ୍ଦ କରୁଥିବା ସମୟରେ ସ୍ଥାନୀୟ ରାମଚନ୍ଦ୍ରପୁର ଗାଁର 6-7ଜଣ ବ୍ୟକ୍ତି ସେମାନଙ୍କ ଉପରେ କରିଥିଲେ ଅତର୍କିତ ଆକ୍ରମଣ ।


ପୋଲିସ କହିବା ଅନୁସାରେ ଆକ୍ରମଣ ପାଇଁ ଠେଙ୍ଗା, ଇଲେକ୍‌ଟ୍ରିକ୍‌ ପୋଲରେ ଲାଗୁଥିବା ଲୁହା ଆଙ୍ଗେଲ ବ୍ୟବହାର ହୋଇଛି । ଏ ଖଣ୍ଡଯୁଦ୍ଧ ଭିତରେ ଘଟଣାସ୍ଥଳରେ ହିଁ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ । ସେପଟେ ଆକ୍ରମଣକାରୀଙ୍କ ମଧ୍ୟରୁ ବି ଜଣେ ଗୁରୁତର ହୋଇ ଏବେ MKCGରେ ଚିକିତ୍ସାଧୀନ ରହିଛି ।

ଏପଟେ ହତ୍ୟା ଖବର ପ୍ରଚାରିତ ହେବା ମାତ୍ରେ ସକାଳୁ ପିତ୍ତଳ ଛକରେ ସୃଷ୍ଟି ହୋଇଥିଲା ପ୍ରବଳ ଉତ୍ତେଜନା । ହତ୍ୟାକାରୀଙ୍କୁ ତୁରନ୍ତ ଧରିବା ଦାବିରେ ବ୍ରହ୍ମପୁର-ଆସିକା 59 ନମ୍ବର ଜାତୀୟ ରାଜପଥକୁ ପିତ୍ତଳ ଛକଠାରେ ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ସହ ନିଜେ ଜିଲ୍ଲାପାଳ ଓ ଏସ୍‌ପି ଗ୍ରାଉଣ୍ଡକୁ ଆସିଥିଲେ ।

ପୋଲିସ ଓ ପ୍ରଶାସନର ବୁଝାସୁଝା ସତ୍ତ୍ୱେ ରାସ୍ତା ଉପରୁ ହଟିନଥିଲେ ଆନ୍ଦଳନକାରୀ । ଏପଟେ ଏ ଘଟଣା ପରେ ନରେନ୍ଦ୍ରପୁର ଗାଁରେ ସୃଷ୍ଟି ହୋଇଛି ଅତ୍ୟନ୍ତ ଶୋକାକୂଳ ପରିବେଶ । ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଚାଲିଯିବା ପରେ ଛାରଖାର ହୋଇପଡ଼ିଛି ସେମାନଙ୍କ ସଂସାର ।

କୁହାଯାଉଛି ଯେ, କମେଣ୍ଟ ମରା ଭଳି ସାମାନ୍ୟ ଘଟଣାକୁ ନେଇ ସଂଘଟିିତ ହୋଇଛି ଏ ଗଣ ହତ୍ୟାକାଣ୍ଡ । ଏ ଘଟଣାରେ ଏବେ ସୁଦ୍ଧା ମୋଟ 3ଜଣଙ୍କୁ ଅଟକ ରଖାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ସେପଟେ ଗୋଟିଏ ପରିବାରର 3ପୁଅ ଓ ସମ୍ପର୍କୀୟଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ପରିବାରକୁ ସବୁ ପ୍ରକାର

ସହାୟତା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଉଭୟ ଜିଲ୍ଲାପାଳ ଓ ଏସପି ଆଜି ନରେନ୍ଦ୍ରପୁର ଗାଁକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।