ରାନୁ ମଣ୍ଡଳ ଙ୍କ ପରେ ଭାଇରାଲ ହେଲେ ଏହି ଯୁବକ !! କଣ୍ଠରୁ ଗୀତ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ… ୬୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |

କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ଏଥିରେ ଏକ ସାଧାରଣ ମଣିଷ ବି ଷ୍ଟାର ପାଲଟି ଯାଇ ଥାଏ ଉଦାହରଣ ସେହିଭଳି ହେଉଛନ୍ତି ରାନୁ ମଣ୍ଡଳ ଯିଏ କି ରାତାରାତି ଏକ ସେଲିବ୍ରେଟି ହୋଇ ଯାଇ ଥିଲେ |

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | କିନ୍ତୁ ବେଳେ ବେଳେ କିଛି ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଉପଲୋଡ ହୋଇ ଥାଏ ଯାହା ଖୁବ ଭାଇରାଲ ହୋଇ ଥାଏ ଆଉ ଯାହାକୁ ଦେଖି ଦର୍ଶକେ ତାଙ୍କର ମତାମତ ରଖି ଥାଆନ୍ତି |

ସେଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଏକ ବ୍ୟକ୍ତି ସୁନ୍ଦର ଗୀତ ଗାଇ ଥିବାର ଦେଖିବାକୁ ମିଳିଛି | ସେହି ଯୁବକ ଜଣଙ୍କ ନବେ ଦଶକ ର ଦୁଇଟି ଗୀତ ଗାଇଛନ୍ତି ଯାହାକି ଶୁଣିବାକୁ ଖୁବ ସୁନ୍ଦର ଲାଗିଛି, ଯୁବକ ଜଣଙ୍କ ଗାଇ ଥିବା ଦୁଇଟି ଗୀତ ହେଉଛି ଓ ସିର୍ଫ ତୁମସେ ପ୍ୟାର କରତେ ହେଁ ଏବଂ ଆଉ ଗୋଟିଏ ଗୀତ ହେଉଛି ସଚେଙ୍ଗେ ତୁମସେ ପ୍ୟାର କରକେ ନେହିଁ |

ସେତେବେଳେ ସମୟରେ ଏହି ଦୁଇଟି ଗୀତ ଖୁବ ଲୋକପ୍ରିୟତା ହାସଲ କରି ଥିଲା ଆଉ ଏବେ ସେହି ଯୁବକ ଜଣଙ୍କ ଏତେ ସୁନ୍ଦର ଭାବେ ଏହି ଗୀତ କୁ ଗାଇଛନ୍ତି ଯେ ଯିଏ ନାଇଁ ସେ ଶୁଣିଲେ ମୁଗ୍ଧ ହୋଇ ଯିବ | ଯୁବକ ଜଣଙ୍କ ପାଖାପାଖି ସେହି ସ୍ୱର ରେ ହିଁ ଗୀତ ଟିକୁ ଗାଇଛନ୍ତି | ତେବେ ଯୁବକ ଜଣଙ୍କ କିଏ କେଉଁଠି ରୁହନ୍ତି ତାଙ୍କର ପରିଚୟ ତ ମିଳି ନାହିଁ କିନ୍ତୁ ତାଙ୍କର ସୁମଧୁର ଗୀତରେ ସେ ଦଶର୍କ ଙ୍କ ମନ କୁ ଜିଣି ନେଇଛନ୍ତି | ତାଙ୍କର ଏହି ଗୀତ ଟି ସୋସିଆଲ ମିଡ଼ିଆ ରେ ଖୁବ ଚାହିଦା ରହିଛି ଏବଂ ଅନେକ ଲୋକ ତାଙ୍କର ପ୍ରଶଂସା କରି ଭଲ ଭଲ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |