ଦେଖନ୍ତୁ Exclusive ଭିଡ଼ିଓ- ପୋଲିସ ବାବୁ ଙ୍କୁ ଚପଲ ରେ ସେକିଲେ ମହିଳା ଜଣଙ୍କ ….ପୁରା କାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ …ଏବଂ ଠିକ୍ କଣ ଭୁଲ କଣ ଜାଣିବେ

ପୋଲିସ୍ ଜନସାଧାରଣ ଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟରତ ଏବଂ ଏହା କୁହାଯାଇଥାଏ ଯେ ସେମାନଙ୍କୁ ଆଇନ୍ ର ସବୁ ନିୟମ କାନୁନ୍ ଜଣା ରହିଥାଏ। ସେମାନେ ସବୁ କାମ ନ୍ୟାୟ ଏବଂ ଆଇନ୍ ର ପରିସର ଭିତରେ ରହି କରିବା କଥା। କିନ୍ତୁ ସମୟକ୍ରମେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଆମେ ଅନେକ ସମୟରେ ପୋଲିସ୍ ର କିଛି ଏମିତି କାର୍ଯ୍ୟ କଳାପକୁ ଦେଖିଥାଉ ଏବଂ ଆପଣଙ୍କୁ ଦେଖାଇଥାଉ ଯାହା ସାଧାରଣ ରେ ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟିଥାଏ। ଏହାକୁ ଦେଖି ସହଜରେ ଗ୍ରହଣ କରିବା ସମ୍ଭବ ହୋଇ ପାରେନାହିଁ।

ଏହା କିଛି ଏମିତି ଦିଗକୁ ଇଙ୍ଗିତ କରିଥାଏ ଯାହା ବାସ୍ତବରେ ନିନ୍ଦନୀୟ ଅଟେ । ଅବଶ୍ୟ ସବୁ କ୍ଷେତ୍ରରେ ଏହା ସମାନ ହୋଇ ନଥାଏ କିମ୍ୱା ସମସ୍ତ ପୋଲିସ୍ କର୍ମଚାରୀ ସେମିତି ନୁହଁନ୍ତି। କିନ୍ତୁ ଆଜି ଆମେ ଯେଉଁ ପୋଲିସ୍ କର୍ମଚାରୀଙ୍କ ବିଷୟରେ କହୁଛୁ ସେ ତାଙ୍କର ସବୁ ସୀମାପାର କରିଛନ୍ତି ଏବଂ ନିଜର ଆଇନ୍ ଭୁଲି ଯାଇଛନ୍ତି ।

ରାତି ଅଧରେ ରେଲୱେ ଷ୍ଟେସନ୍‌ରେ ହଙ୍ଗାମା : ମଦୁଆ ପୋଲିସଙ୍କୁ ଚପଲରେ ଛେଚିଲେ ମହିଳା । ବହପ ଦେଖାଉଥିଲେ ବାବୁ । ପୋଲିସ୍‌ ବୋଲି କ’ଣ ସାଧାରଣ ଲୋକଙ୍କୁ ଇତର ଜନ୍ତୁ ପରି ବ୍ୟବହାର କରିବ । ହଇରାଣ କରିବାରୁ ମଦୁଆ ପୋଲିସକୁ ଉତ୍ତମ ମଧ୍ୟମ ଦେଲେ ମହିଳା । ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନରୁ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ୟୁନିଫର୍ମରେ ଥିବା ଜଣେ ପୋଲିସ୍‌ ବାବୁ ମହିଳା ଓ ପୁରୁଷଙ୍କ ସହ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି । ତେବେ ଭିଡିଓ ମାଧ୍ୟମରେ ପୀଡିତା ଦମ୍ପତିଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ସାଧାରଣ ଜନତା ।

ଗତକାଲି ରାତି 1 ଟାରେ ଲକ୍ଷ୍ନୌ ରେଲୱେ ଷ୍ଟେସନ୍‌ରେ ପୋଲିସ ଜଣକ ନିଶାରେ ଚୁର ହୋଇ ଉତ୍ପାତ ମଚାଇଛନ୍ତି । ଖାକି ବର୍ଦ୍ଦିର ବହପ ଦେଖାଇ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନିଜ ଜିନିଷପତ୍ର ଉଠାଇବାକୁ ଚାହୁଁଥିଲେ। ହେଲେ ବ୍ୟକ୍ତି ଜଣକ ଜିନିଷ ଉଠାଇବା ପାଇଁ ମନା କରିଦେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା ଏ‍ବଂ ଝଗଡ଼ା ହୋଇଥିଲା । ବ୍ୟକ୍ତି ଜଣଙ୍କୁ ସେ ବାଡ଼ି ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ତେବେ SHO ଆରପିଏଫର ଜଣେ ମହିଳା ଝଗଡ଼ାର ସମାଧାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମଦୁଆ ବାବୁ କିଛି ଶୁଣିନଥିଲେ ।

 

ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତିଙ୍କ କଲର୍ ଧରି ପୋଲିସ ବାବୁ ଟଣାଓଟରା କରୁଛନ୍ତି । ମାଡ଼ ମାରିବା ସହ ବାଡି ଧରି ତାଙ୍କ ଆଡ଼କୁ ଝପଟି ପଡ଼ୁଛନ୍ତି । ତେବେ ସ୍ୱାମୀଙ୍କୁ ମାରିବା ପରେ ସେଠାରେ ଉପସ୍ଥିତ ମହିଳା ଜଣକ ଚପଲରେ ପୋଲିସକୁ ମାଡ ମାରୁଛନ୍ତି ଏବଂ ପୋଲିସ୍ ମହିଳାଙ୍କୁ ଜୋରରେ ଠେଲି ଦେଉଛନ୍ତି । ସେପଟେ ବ୍ୟକ୍ତି ଜଣକ ପୋଲିସର ବାଡି ଟାଣିବା ସହ ପୋଲିସ୍ ମୋ ପିଲାଙ୍କ ହାତ ଭାଙ୍ଗି ଦେଇଛନ୍ତି ବୋଲି କହୁଛନ୍ତି ।

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତରପ୍ରଦେଶ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭାଗକୁ ନିର୍ଦ୍ଦେଶ ଦେଇଛି । ସେହିପରି ମହିଳାଙ୍କ ସହ ଅସଦାଚରଣ କରିଥିବା ଏହି ପୋଲିସ୍ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସାଧାରଣରେ ଦାବି କରାଯାଇଛି ।